ETV Bharat / city

ସ୍ୱତନ୍ତ୍ର ଡ୍ରାଇଭରେ ଟିକା ନେବେ ବିଦେଶ ଯିବାକୁ ଥିବା ଛାତ୍ରଛାତ୍ରୀ - Vaccination system for students going abroad through special drives

ଉଚ୍ଚଶିକ୍ଷା ପାଇଁ ବିଦେଶ ଯିବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଡ୍ରାଇଭ ଜରିଆରେ ହେବ ଟୀକାକରଣ ବ୍ୟବସ୍ଥା । 1929 କଲସେଣ୍ଟର ଜରିଆରେ ଛାତ୍ରଛାତ୍ରୀଙ୍କୁ ପଞ୍ଜିକରଣ କରିବାକୁ ହେବ । ଅଧିକ ପଢନ୍ତୁ...

ସ୍ୱତନ୍ତ୍ର ଡ୍ରାଇଭ ଜରିଆରେ ବିଦେଶ ଯିବାକୁ ଥିବା ଛାତ୍ରଛାତ୍ରୀଙ୍କ ଟୀକାକରଣ ବ୍ୟବସ୍ଥା

author img

By

Published : Jun 7, 2021, 2:50 PM IST

Updated : Jun 7, 2021, 3:01 PM IST

ଭୁବନେଶ୍ବର: ଉଚ୍ଚଶିକ୍ଷା ପାଇଁ ବିଦେଶ ଯିବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ବିଏମସିର ସ୍ୱତନ୍ତ୍ର ପଦକ୍ଷେପ । ସ୍ବତନ୍ତ୍ର ଡ୍ରାଇଭ ଜରିଆରେ ସେମାନଙ୍କ ପାଇଁ କରାଯିବ ଟୀକାକରଣ ବ୍ୟବସ୍ଥା । 1929 କଲସେଣ୍ଟର ଜରିଆରେ ଛାତ୍ରଛାତ୍ରୀଙ୍କୁ ପଞ୍ଜିକରଣ କରିବାକୁ ହେବ । ଆଜିଠାରୁ (ସୋମବାର) ଆରମ୍ଭ ହୋଇଛି ପଞ୍ଜିକରଣ ।

ସ୍ୱତନ୍ତ୍ର ଡ୍ରାଇଭ ଜରିଆରେ ବିଦେଶ ଯିବାକୁ ଥିବା ଛାତ୍ରଛାତ୍ରୀଙ୍କ ଟୀକାକରଣ ବ୍ୟବସ୍ଥା

ବର୍ତ୍ତମାନ ସୁଦ୍ଧା ମୋଟ 60 ଜଣ ଛାତ୍ରଛାତ୍ରୀ ପଞ୍ଜିକରଣ କରିଛନ୍ତି । ସେଥିମଧ୍ୟରୁ 16ଜଣ ଡକ୍ୟୁମେଣ୍ଟ ସହ 1929ରେ ପଞ୍ଜିକରଣ କରିଛନ୍ତି। ଯେଉଁମାନେ ପ୍ରଥମ ଡୋଜ କୋଭକ୍ସିନ ନେଇଛନ୍ତି ସେମାନଙ୍କ ଦ୍ୱିତୀୟ ଡୋଜ ଦେବା ବ୍ୟବସ୍ଥା କରାଯିବ। ଯେଉଁମାନେ ପ୍ରଥମ ଡୋଜ ନେଇ ନାହାନ୍ତି ସେମାନଙ୍କ ଦୁଇଟି ଡୋଜ ସେମାନଙ୍କ ଇଚ୍ଛା ମୁତାବକ ଦିଆଯିବ ।

କୋଭାକ୍ସିନ ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା WHO ଅନୁମତି ଦେଇନଥିବାରୁ ଟିକା ନନେଇଥିବା ବ୍ୟକ୍ତିଙ୍କ ବିଦେଶ ଗସ୍ତ ଉପରେ ଲାଗିଛି କଟକଣା । ଏହାକୁ ଦୃଷ୍ଟିରେ ରଖି ଯେଉଁମାନେ ଆଦୌ ଟିକା ନେଇନାହାନ୍ତି ସେମାନଙ୍କୁ ଭୁବନେଶ୍ୱର ଉପକଣ୍ଠରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ଆବଶ୍ୟକ ବ୍ୟବସ୍ଥା କରାଯିବ ବୋଲି ବିଏମସି ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଭୁବନେଶ୍ବରରୁ ଦେବଶ୍ମିତା ରାଉତ, ଇଟିଭି ଭାରତ

Last Updated : Jun 7, 2021, 3:01 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.