ଭୁବନେଶ୍ବର:ସୀମାନ୍ତ 10 ଜିଲ୍ଲାରେ ଶନିବାର ଓ ରବିବାର ଟୀକାକରଣ ବନ୍ଦ। ରାଜ୍ୟରେ ଯେଉଁ10 ଟି ଜିଲ୍ଲାରେ ସଟଡାଉନ ହୋଇଛି ସେହି ଜିଲ୍ଲାରେ ଶନିବାର ଓ ରବିବାର ଟୀକାକରଣ ବନ୍ଦ ରହିବ । ଏପଟେ ରାଜ୍ୟରେ ଟିକା ଅଭାବରୁ 800 ଟିକାକେନ୍ଦ୍ର ବନ୍ଦ ରହିଛି। ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ଏନେଇ ସୂଚନା ଦେଇଛନ୍ତି।
ଗତକାଲି 1050 ଟୀକାକରଣ କେନ୍ଦ୍ରରେ ଟୀକା ଦିଆଯାଇଛି। ଆଜି 700 ଟି କେନ୍ଦ୍ରରେ ଟୀକାକରଣ କରାଯିବ। ଟୀକା ଅଭାବରୁ ଆଜି 800 ଟି କେନ୍ଦ୍ରରେ ଟୀକା ଅଭାବରୁ ଟୀକାକରଣ ବନ୍ଦ। କୋରାପୁଟ ଜିଲ୍ଲାରେ ଟୀକାକରଣ ସମ୍ପୂର୍ଣ ବନ୍ଦ। ଆଜି 3 ଲକ୍ଷ କୋଭିସିଲଡ଼ ଟୀକା ଆସି ପହଁଞ୍ଚିବ।
ବର୍ତ୍ତମାନ ସଂକ୍ରମଣର ଲକ୍ଷଣ କହୁଛି ଶତକଡା 8 ଭାଗ ,18 ବର୍ଷରୁ କମ ବୟସର ପିଲା ଓ ଶିଶୁ ଅଧିକ ସଂକ୍ରମିତ ହେଉଛନ୍ତି। ଅନ୍ୟପଟେ ସୀମାନ୍ତ 10ଟି ଜିଲ୍ଲା ଗୁଡିକରେ ଶନିବାର ଓ ରବିବାର ଟୀକାକରଣ ବନ୍ଦ ରହିବ। 48,10,780 ଲୋକଙ୍କୁ ଟୀକାକରଣ କରାଯାଇଛି।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ