ETV Bharat / city

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋରୋନା ପଜିଟିଭ, ଆଶୁ ଆରୋଗ୍ୟ କାମନା କଲେ ନବୀନ - Union Minister Dharmendra Pradhan tests positive for coronavirus

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋରୋନା ପଜିଟିଭ ଚିହ୍ନଟ

author img

By

Published : Aug 4, 2020, 7:09 PM IST

Updated : Aug 4, 2020, 8:48 PM IST

20:48 August 04

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋରୋନା ପଜିଟିଭ ଚିହ୍ନଟ
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋରୋନା ପଜିଟିଭ ଚିହ୍ନଟ

19:07 August 04

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋରୋନା ପଜିଟିଭ

ଧର୍ମେନ୍ଦ୍ରଙ୍କ ସହ ଫୋନରେ କଥା ହେଲେ ନବୀନ

ଭୁବନେଶ୍ବର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ପରେ ଏବେ କୋରୋନା କବଳରେ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାଙ୍କ ଠାରେ କୋରୋନା ଲକ୍ଷଣ ଦେଖାଯିବା ପରେ ସେ କୋରୋନା ଟେଷ୍ଟ କରିଥିଲେ । ଯେଉଁଥିରେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି ଏବଂ ଡାକ୍ତରଙ୍କ ପରାମର୍ଶ ଆଧାରରେ ତାଙ୍କୁ ଚିକିତ୍ସା ପାଇଁ ହରିୟାଣାର ଗୁରୁଗ୍ରାମରେ ଥିବା ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସେ ସୁସ୍ଥ ଥିବା ଟ୍ବିଟ୍ କରି ସୂଚନା ଦେଇଛନ୍ତି ।  

ପ୍ରକାଶ ଥାଉ କି, ରବିବାର ଗୃହମନ୍ତ୍ରୀ ଅମିତ ଶାହା କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ତାଙ୍କୁ ମଧ୍ୟ ସେହି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 51 ବର୍ଷୀୟ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତର ଦ୍ବିତୀୟ କେନ୍ଦ୍ର ମନ୍ତ୍ରୀ ଯିଏ କି କୋଭିଡ-19 ପଜିଟିଭ ଚିହ୍ନଟ ହୋଇଛନ୍ତି ।  

ସେପଟେ ଧର୍ମେନ୍ଦ୍ର କୋରୋନା ପଜିଟିଭ ସମ୍ପର୍କରେ ଜାଣିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି । ଏଥିସହ ତାଙ୍କର ଆଶୁ ଆରୋଗ୍ୟ ଓ ଉତ୍ତମ ସ୍ବାସ୍ଥ୍ୟ କାମନା କରିଛନ୍ତି ।     

ଅନ୍ୟମାନଙ୍କ ମଧ୍ୟରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ୍, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପା ଏବଂ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରୈମୟା ମଧ୍ୟ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ତାମିଲନାଡୁର ରାଜ୍ୟପାଳ ବନୱାରିଲାଲ ପୁରୋହିତ ମଧ୍ୟ ଏହି ଭୂତାଣୁରେ ସଂକ୍ରମିତ ହୋଇ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।  

ରବିବାର ଦିନ ଉତ୍ତରପ୍ରଦେଶର ବୈଷୟିକ ଶିକ୍ଷା ମନ୍ତ୍ରୀ 62 ବର୍ଷିୟ କମଲ ରାଣୀ ବରୁଣ ମଧ୍ୟ ଏହି ସଂକ୍ରମଣରେ ଆକ୍ରାନ୍ତ ହୋଇଥିଲେ । ତାଙ୍କର ମଧ୍ୟ ଲକ୍ଷ୍ନୌର ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସରେ ଚିକିତ୍ସା ଜାରି ରହିଛି ।  

ଏହା ପୂର୍ବରୁ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ, ତାମିଲନାଡୁର ବିଦ୍ୟୁତ୍ ମନ୍ତ୍ରୀ ପି ଥାଙ୍ଗାମଣି ଏବଂ ପଞ୍ଜାବ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ତ୍ରିପତ ସିଂ ବାଜୱା ଏବଂ ମହାରାଷ୍ଟ୍ର କ୍ୟାବିନେଟରେ ଅନେକ ମନ୍ତ୍ରୀ କୋରୋନା ସଂକ୍ରମିତ ହୋଇଥିବା ବେଳେ ଚିକିତ୍ସା ପରେ ସମସ୍ତେ ସୁସ୍ଥ ହୋଇଛନ୍ତି ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 4, 2020, 8:48 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.