ଭୁବନେଶ୍ବର: ପୁରୀରେ ଚାଲିଛି ବିଜେପିର ପ୍ରଶିକ୍ଷଣ ଶିବିର । ଏହି ଅବସରରେ ଆଜି ବିଜେଡି ସରକାର ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ କହିଛନ୍ତି କେନ୍ଦ୍ରରେ ବିଜେପି ସରକାରରେ ଅଛି କିନ୍ତୁ ଓଡିଶାରେ ବିରୋଧୀ ଦଳ ଅଛି । 22 ବର୍ଷ ଧରି ଓଡିଶାରେ ଯେଉଁ ସରକାର ଚାଲିଛି ଲୋକ ସବୁ ଜାଣି ସାରିଲେଣି । କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ବିଜେପିକୁ କେମିତି ରଣକୌଶଳ ପ୍ରସ୍ତୁତ କରିବାକୁ ପଡ଼ିବ ସେ ଦିଗରେ ଆଲୋଚନା ହେଉଛି । ବିଜେଡ଼ି 25 ବର୍ଷ ଧରି ସେବା ଦେଉଛି ବୋଲି ଚାରିଆଡେ ହୋର୍ଡ଼ିଂ ଲଗାଇଛି । କିନ୍ତୁ 25 ବର୍ଷ ଧରି ଓଡ଼ିଶାବାସୀଙ୍କୁ ଲୁଟିଛି ବିଜେଡ଼ି । ସରକାରରେ ଥିବା ବିଜେଡ଼ି ଛାତି ପିଟି କହିପାରିବେ କି ଯେ 22 ବର୍ଷରେ କେଉଁ 22 ଟି ଭଲ କାମ କରିଛି (Union Minister Bishweswar Tudu targets sate govt asking tell to people what they have done so far in 22 years ) । ଯଦି କହିଦେବେ ମୁଁ ରାଜନୀତି ଛାଡ଼ିଦେବି ।
ଆହୁରି ଟୁଟୁ କହିଛନ୍ତି ଓଡିଶାରେ ଦୁର୍ନୀତି ଯିଏ ଯାହା କରୁଛନ୍ତି ଫଳ ପାଇବେ । ଯେତେବେଳେ ଧରାପୃଷ୍ଠରେ ଅନ୍ୟାୟ ଅନୀତି ହୁଏ । ସଫା କରିବାକୁ ପଡେ । ଅନ୍ୟ ରାଜ୍ୟରେ ଯେମିତି ହେଉଛି ଓଡିଶାରେ ମଧ୍ୟ ସମୟ ଆସିଲେ ହେବ ବୋଲି କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର