ETV Bharat / city

ଜାତୀୟ ଶିକ୍ଷା ନୀତିର କଳ୍ପନା ଏବଂ ଯଥାର୍ଥତାକୁ ବାସ୍ତବ ରୂପ ଦେବାକୁ ଉଦ୍ୟମ: ଧର୍ମେନ୍ଦ୍ର ପ୍ରଧାନ - ଜାତୀୟ ପାଠ୍ୟକ୍ରମ ରୂପରେଖର ଆଧିକାରିକ ନିର୍ଦ୍ଦେଶ ପତ୍ର ଶୁଭାରମ୍ଭ

ଜାତୀୟ ପାଠ୍ୟକ୍ରମ ରୂପରେଖର ଅଧିକାରିକ ନିର୍ଦ୍ଦେଶ ପତ୍ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ । ଜାତୀୟ ପାଠ୍ୟକ୍ରମ ରୂପରେଖ ପାଇଁ ନାଗରିକଙ୍କ ମତାମତ ନେବା ଭଳି ଏକ ଆପ୍ ବିକଶିତ କରିବାକୁ ପରାମର୍ଶ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଅଧିକ ପଢନ୍ତୁ

ଜାତୀୟ ଶିକ୍ଷା ନୀତିର କଳ୍ପନା ଏବଂ ଯଥାର୍ଥତାକୁ ବାସ୍ତବ ରୂପ ଦେବାକୁ ଉଦ୍ୟମ: ଧମେନ୍ଦ୍ର ପ୍ରଧାନ

author img

By

Published : Apr 29, 2022, 8:56 PM IST

ଭୁବନେଶ୍ବର: ଜାତୀୟ ପାଠ୍ୟକ୍ରମ ରୂପରେଖର ଆଧିକାରିକ ନିର୍ଦ୍ଦେଶ ପତ୍ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ । ଏହା ଶିଶୁଙ୍କ ସାମଗ୍ରୀକ ବିକାଶ, ମାତୃଭାଷାରେ ଶିକ୍ଷାଲାଭ ସହ ସଂସ୍କୃତିର ମୂଳଦୁଆ ଉପରେ ଗୁରୁତ୍ୱ ଦେବ । କାର୍ଯ୍ୟକ୍ରମରେ ଯୋଗଦେଇ ଜାତୀୟ ପାଠ୍ୟକ୍ରମ ରୂପରେଖ ପାଇଁ ନାଗରିକଙ୍କ ମତାମତ ନେବା ଭଳି ଏକ ଆପ୍ ବିକଶିତ କରିବାକୁ ପରାମର୍ଶ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ।

ଜାତୀୟ ଶିକ୍ଷା ନୀତିର କଳ୍ପନା ଏବଂ ଯଥାର୍ଥତାକୁ ବାସ୍ତବ ରୂପ ଦେବାକୁ ଉଦ୍ୟମ: ଧମେନ୍ଦ୍ର ପ୍ରଧାନ
ଜାତୀୟ ଶିକ୍ଷା ନୀତିର କଳ୍ପନା ଏବଂ ଯଥାର୍ଥତାକୁ ବାସ୍ତବ ରୂପ ଦେବାକୁ ଉଦ୍ୟମ: ଧମେନ୍ଦ୍ର ପ୍ରଧାନ

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି(ଶୁକ୍ରବାର) ଭାରତୀୟ ବିଜ୍ଞାନ ସଂସ୍ଥା (IISC), ବେଙ୍ଗାଲୁରୁରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜାତୀୟ ଶିକ୍ଷା ନୀତିର କଳ୍ପନା ଏବଂ ଯଥାର୍ଥତାକୁ ବାସ୍ତବ ରୂପ ଦେବା ପାଇଁ ପଥ ପରିଷ୍କାର କରୁଥିବା ଜାତୀୟ ପାଠ୍ୟକ୍ରମ ରୂପରେଖ (NCF)ର ଆଧିକାରିକ ନିର୍ଦ୍ଦେଶ ପତ୍ରର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି ଯେ, "ଅଧିକାରିକ ନିର୍ଦ୍ଦେଶ ପତ୍ର ହେଉଛି ଏହାର ସମ୍ବିଧାନ ଯାହା ଆମ ଭବିଷ୍ୟତର ସଭ୍ୟତା ଉପରେ ସକରାତ୍ମକ ପ୍ରଭାବ ପକାଇବ। ଏହି ଅଧିକାରିକ ନିର୍ଦ୍ଦେଶାବଳୀ ଜାତୀୟ ପାଠ୍ୟକ୍ରମ ରୂପରେଖକୁ ବିକଶିତ କରିବାରେ ସାହାଯ୍ୟ କରିବ । ଶିଶୁଙ୍କ ସାମଗ୍ରୀକ ବିକାଶ କରିବା ଦକ୍ଷତା ଉପରେ ଗୁରୁତ୍ୱ ଦେବ । ସେହିପରି ଶିକ୍ଷକଙ୍କ କ୍ଷେତ୍ରରେ ଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକା, ମାତୃଭାଷାରେ ଶିକ୍ଷାଲାଭ ଏବଂ ସଂସ୍କୃତିର ମୂଳଦୁଆ ଉପରେ ଗୁରୁତ୍ୱ ଦେବ ।"

ଜାତୀୟ ପାଠ୍ୟକ୍ରମ ରୂପରେଖ ସର୍ବସମ୍ମତ ଏବଂ ବୈଜ୍ଞାନିକ ଫ୍ରେମୱାର୍କ, ଯାହା ପ୍ରତ୍ୟେକ ଭାରତୀୟଙ୍କ ଆକାଂକ୍ଷାକୁ ପୂରଣ କରିବ । ଜଟିଳ ଭାବନାକୁ ବିକଶିତ କରିବାକୁ ରାଷ୍ଟ୍ରୀୟ ଶିକ୍ଷାନୀତି ମାତୃଭାଷା ଏବଂ ଆଞ୍ଚଳିକ ଭାଷାରେ ଶିକ୍ଷା ଲାଭ କରିବାକୁ ଗୁରୁତ୍ୱ ଦିଆଯାଉଛି । ସମସ୍ତ ଭାରତୀୟ ଭାଷାକୁ ପ୍ରୋତ୍ସାହନ ଦେବା ପାଇଁ ଆମକୁ ଏକ ଇକୋସିଷ୍ଟମ ତିଆରି କରିବାକୁ ପଡ଼ିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଜାତୀୟ ପାଠ୍ୟକ୍ରମ ରୂପରେଖକୁ ବିକଶିତ କରିବା ନିରନ୍ତର ପ୍ରକ୍ରିୟା ଏବଂ ଏହା ସମାଜର ଦସ୍ତାବିଜ । ରାଷ୍ଟ୍ରୀୟ ଶିକ୍ଷା ନୀତି ଉପରେ ଆଧାରିତ ଏହି ଡକ୍ୟୁମେଣ୍ଟ ବିଶ୍ୱର ପ୍ରଗତିଶୀଳ ଅର୍ଥନୀତି ପାଇଁ ଏକ ବେଞ୍ଚମାର୍କ ସ୍ଥାପନ କରିବ । ଏକ ଗତିଶୀଳ ଓ ପ୍ରଗତିଶୀଳ ନୀତି ବିକଶିତ କରିବା, ଜାତୀୟ ପାଠ୍ୟକ୍ରମ ରୂପରେଖ ପାଇଁ ଦେଶର ନାଗରିକଙ୍କ ମତାମତ କିପରି ଦେବେ ସେନେଇ ଏକ ଆପ ବିକଶିତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ପରାମର୍ଶ ଦେଇଛନ୍ତି । ଆଧିକାରିକ ନିର୍ଦ୍ଦେଶ ପତ୍ର ଦ୍ୱାରା ଜାତୀୟ ପାଠ୍ୟକ୍ରମର ରୂପରେଖ NCF ବିକଶିତ କରାଯିବ ।

ଏନସିଏଫକୁ ଏକ ସହଯୋଗୀ ଏବଂ ପରାମର୍ଶ ପ୍ରକ୍ରିୟା ମାଧ୍ୟମରେ ପ୍ରସ୍ତୁତ କରାଯାଉଛି । ଯାହା ଜିଲ୍ଲାରୁ ଆରମ୍ଭ ହୋଇ ରାଜ୍ୟସ୍ତର ଏବଂ ପୁନଶ୍ଚ ଜାତୀୟସ୍ତର ପର୍ଯ୍ୟନ୍ତ ହେବ । ଏହି ଅବସରରେ ଜାତୀୟ ପାଠ୍ୟକ୍ରମ ରୂପରେଖର ଜାତୀୟ ସଞ୍ଚାଳନ ସମିତିର ଅଧ୍ୟକ୍ଷ ଡ. କେ କସ୍ତୁରିରଙ୍ଗନ, କର୍ଣ୍ଣାଟକର ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଅଶ୍ୱଥନାରାୟଣ ସି.ଏନ, କର୍ଣ୍ଣାଟକର ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ମନ୍ତ୍ରୀ ଡ. ବି.ସି. ନାଗେଶ, ସ୍କୁଲ୍ ଶିକ୍ଷା ଏବଂ ସ୍ବାକ୍ଷରତା ବିଭାଗ, ଶିକ୍ଷା ମନ୍ତ୍ରଣାଳୟର ସଚିବ ଅନିତା କରୱାଲ୍ ଏବଂ ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ(NCRT)ର ନିର୍ଦ୍ଦେଶକ ପ୍ରଫେସର ଡି.ପି. ସକଲାନି ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.