ETV Bharat / city

ଆଜିଠୁ ଯୁକ୍ତ ତିନି ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା

author img

By

Published : Aug 11, 2022, 10:26 AM IST

ଯୁକ୍ତ ତିନି କଳା, ବିଜ୍ଞାନ ଓ ବାଣିଜ୍ୟ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଜିଠୁ ଆବେଦନ କରିବେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

ଆଜିଠୁ ଯୁକ୍ତ ତିନି ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା
ଆଜିଠୁ ଯୁକ୍ତ ତିନି ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା

ଭୁବନେଶ୍ବର: ଆଜିଠୁ ଯୁକ୍ତ ତିନି ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଛି । ଯୁକ୍ତ ତିନି କଳା, ବିଜ୍ଞାନ ଓ ବାଣିଜ୍ୟ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆବେଦନ କରିବେ ଛାତ୍ରଛାତ୍ରୀ । SAMS ପୋର୍ଟାଲରେ ଅନ୍‌ଲାଇନ ମାଧ୍ୟମରେ ଆବେଦନ କରିପାରିବେ ଆଶାୟୀ ।www.samsodisha.gov.in ୱେବସାଇଟ ମାଧ୍ୟମରେ ହେବ ଆବେଦନ ପ୍ରକ୍ରିୟା । ଆଜିଠୁ ଆରମ୍ଭ ହୋଇ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଏହା ପରେ ପ୍ରଥମ ମେରିଟ୍‌ ଲିଷ୍ଟ ଅଗଷ୍ଟ ୩୧ ତାରିଖରେ ପ୍ରକାଶ ପାଇବାକୁ ଥିବା ବେଳେ ସେପ୍ଟେମ୍ବର ୨ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ନାମ ଲେଖାଇ ପାରିବେ । ଏହି କ୍ରମରେ ଦ୍ବିତୀୟ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ସେପ୍ଟେମ୍ବର ୧୧ ତାରିଖରେ ପ୍ରକାଶ ପାଇବ । ଏହାପରେ ସେପ୍ଟେମ୍ବର ୧୨ ତାରିଖରୁ ଛାତ୍ରଛାତ୍ରୀଙ୍କ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ । ୧୬ ତାରିଖରେ ବିଭିନ୍ନ କଲେଜ୍‌ରେ ଖାଲି ପଡ଼ିଥିବା ସିଟ୍‌ ସଂଖ୍ୟା ପ୍ରକାଶ ପାଇବ। ଶେଷରେ ସେପ୍ଟେମ୍ବର ୧୯ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ସ୍ପଟ୍‌ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.