ETV Bharat / city

ରାଜ୍ୟରେ ଆରମ୍ଭ ହେଲା ସଡକ ସୁରକ୍ଷା ମାସ, ଲୋକଙ୍କୁ ସଚେତନ ହେବାକୁ ଆହ୍ୱାନ

author img

By

Published : Jan 18, 2021, 1:36 PM IST

Updated : Jan 18, 2021, 7:39 PM IST

ରାଜ୍ୟରେ ଆରମ୍ଭ ହେଲା ସଡକ ସୁରକ୍ଷା ମାସ, ଲୋକଙ୍କୁ ସଚେତନ ହେବାକୁ ଆହ୍ୱାନ
ରାଜ୍ୟରେ ଆରମ୍ଭ ହେଲା ସଡକ ସୁରକ୍ଷା ମାସ, ଲୋକଙ୍କୁ ସଚେତନ ହେବାକୁ ଆହ୍ୱାନ

19:27 January 18

‘ଜାତୀୟ ସଡକ ସୁରକ୍ଷା ମାସ’ ଆରମ୍ଭ ହୋଇଛି

‘ଜାତୀୟ ସଡକ ସୁରକ୍ଷା ମାସ’ ଆରମ୍ଭ ହୋଇଛି

ମୟୂରଭଞ୍ଜ: ଜିଲ୍ଲା ପ୍ରଶାସନ ତରଫରୁ ‘ଜାତୀୟ ସଡକ ସୁରକ୍ଷା ମାସ’ ଆରମ୍ଭ ହୋଇଛି। ମୟୂରଭଞ୍ଜ ଜିଲ୍ଲାପାଳ  ବିନିତ ଭରଦ୍ୱାଜ ପତାକା ଦେଖାଇ ସଡକ ସୁରକ୍ଷା ରଥର ଉଦଘାଟନ କରିଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଏହି ସତେତନତା ରଥ ବାହାରି ଜିଲ୍ଲାର ପ୍ରତି ବ୍ଲକ ବୁଲିବାର କାର୍ଯ୍ୟକ୍ରମ ରହିଛି ।

ତେବେ ଏହି ରଥ ଜିଲ୍ଲାରେ ବୁଲି ବୁଲି ସଡକ ସୁରକ୍ଷା ବିଷୟରେ ଲୋକଙ୍କୁ ସଚେତନ କରିବ। ପରିବହନ ବିଭାଗୀୟ କର୍ମଚାରୀ, ପୋଲିସ୍ କର୍ମଚାରୀ , ଓଡିଶା ମଟର କର୍ମଚାରୀ ସଂଘ ସମସ୍ତେ ଏହି ସୁରକ୍ଷା କାର୍ଯ୍ୟକ୍ରମରେ ସାମିଲ ରହିଥିଲେ । ଆସନ୍ତା ଫେବ୍ରୁଆରୀ ୧୭ ତାରିଖ ଯାଏଁ ଅନ୍ୟାନ୍ୟ ବ୍ଲକ ଓ ଗାଁରେ ପହଞ୍ଚି ସଚେତନତା କାର୍ଯ୍ୟକ୍ରମ କରାଯିବାର ଲକ୍ଷ ରଖିଛି ପ୍ରଶାସନ।  

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

18:58 January 18

ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ସଡକ ସୁରକ୍ଷା ସଚେତନତା ଆରମ୍ଭ

ଢେଙ୍କାନାଳ: ଆଜି(ସୋମବାର)ଠାରୁ ମାସେ ବ୍ୟାପି ସଡକ ସୁରକ୍ଷା ସଚେତନତା ଆରମ୍ଭ ହୋଇଛି । ଏଥିପାଇଁ ଢେଙ୍କାନାଳରେ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ  କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ଉଦଘାଟନ କରିଛନ୍ତି । ଏହି ଅବସରରୁ ଜିଲ୍ଲାବ୍ୟାପି ସଚେତନତା ସୃଷ୍ଟି ପାଇଁ ଏକ  ସଚେତନତା ରଥ ଜିଲ୍ଲାପାଳ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।

ତେବେ ପ୍ରଥମ ଦିନରେ ଢେଙ୍କାନାଳରେ ବେଶ ନିଆରା ଢଙ୍ଗରେ ପାଳନ କରାଯାଇଛି। ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା ନିଜେ ଜିଲ୍ଲାପାଳ ଅମାନିଆ ଗାଡିଚାଳକ ମାନଙ୍କୁ ଗୋଲାପ ଫୁଲ ଦେଇ ସଚେତନ କରିଛନ୍ତି । ଯେଉଁ ଦୁଇଚକିଆ ଏବଂ ଚାରିଚକିଆ ଗାଡିଚାଳକ ବିନା ହେଲମେଟ ସିଟବେଲ୍ଟ ଓ ମାସ୍କ ଆଦି ନ ପିନ୍ଧି ଗାଡି ଚାଳନା କରୁଛନ୍ତି ସେମାନଙ୍କୁ ଲିଫଲେଟ୍ ଓ ଟ୍ରାଫିକ ନିୟମ ଅନୁପାଳନ କରିବାକୁ ବୁଝାଇବା ସହ ଗୋଟିଏ ଗୋଟିଏ ଗୋଲାପ ଫୁଲ ଦେଇ ସଚେତନତାର ବାର୍ତ୍ତା ଦେଇଛନ୍ତି ନିଜେ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା।  

ଜିଲ୍ଲାପାଳ ଙ୍କ ସମେତ ଢେଙ୍କାନାଳ ଟାଉନ ଥାନା ଅଧିକାରୀ ପୋଲିସ ଅତିରିକ୍ତ ଏସପି, ଆରଟିଓ ଏହି ଟ୍ରାଫିକ ସଚେତନତା ଅଭିଯାନରେ ନିଜକୁ ସାମିଲ କରିଥିଲେ । ଏଭଳି ନିଆରା ସଚେତନତା ଦ୍ୱାରା ଲୋକେ ଟ୍ରାଫିକ ନିୟମକୁ ସଠିକ ଭାବେ ଅନୁପାଳନ କରିବେ । ଜିଲ୍ଲାରେ ସଡକ ଦୁର୍ଘଟଣା ହାର କମିବା ଉଦ୍ଧେଶ୍ୟରେ ଏହି ସଚେତନତା କାର୍ଯ୍ୟକ୍ରମ କରାଯାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ 

18:57 January 18

ଆରମ୍ଭ ହୋଇଛି ୩୨ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ

ଯାଜପୁର: ଆଜି(ସୋମବାର) ଠାରୁ ଆରମ୍ଭ ହୋଇଛି ୩୨ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ । ଏହି ଅବସରରେ ଯାଜପୁରରେ ଆରମ୍ଭ ହୋଇଛି ସଚେତନତାମୂଳକ କାର୍ଯ୍ୟକ୍ରମ । ଯାଜପୁର ଜିଲାପାଳ ଚକ୍ରବର୍ତ୍ତି ସିଂ ରାଠୋର ଏହି ସଚେତନତା ଶୋଭାଯାତ୍ରାକୁ ପତାକା ହଲାଇ ଉଦଘାଟନ କରିଥିଲେ ।

ଜିଲାପାଳ ଅଫିସରୁ ବାହାରିଥିବା ଏହି ଶୋଭାଯାତ୍ରା ସମ୍ପୁର୍ଣ୍ଣ ସହର ପରିକ୍ରମା କରିବା ପରେ ସଂସ୍କୃତି ଭବନରେ ପହଞ୍ଚିଥିଲେ । ଏଥିରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ଯୋଗ ଦେଇ ସଡକ ସୁରକ୍ଷା ସମ୍ପର୍କରେ ଲୋକଙ୍କୁ ସଚେତନ କରିଥିଲେ । ଯାଜପୁର ପରିବହନ ବିଭାଗ ପକ୍ଷରୁ ଆୟୋଜିକ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଏସପି ବାଉରିବନ୍ଧୁ ବେହେରା, ଆରଟିଓ ସଚିନ୍ଦ୍ର ନାଥ ପଣ୍ଡା ଏବଂ ଏମଭିଆଇ ଦିପକ ସେଠୀ ପ୍ରମୁଖ ସାମିଲ ଥିଲେ ।  

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ 

18:56 January 18

ରାଜ୍ୟରେ ଜାତୀୟ ସଡ଼କ ସୁରକ୍ଷା ମାସର ଶୁଭାରମ୍ଭ କରାଯାଇଛି

ଭଦ୍ରକ :  ରାଜ୍ୟରେ ଜାତୀୟ ସଡ଼କ ସୁରକ୍ଷା ମାସର ଶୁଭାରମ୍ଭ କରାଯାଇଛି। ଭଦ୍ରକ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସହ ଆଞ୍ଚଳିକ ପରିବହନ ଅଧିକାରୀ ଉପସ୍ଥିତ ରହି ଏହି ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ।  

ଏହି ସଡ଼କ ସୁରକ୍ଷା ମାସ 18.01.2021 ରୁ 17.02.2021 ପର୍ଯ୍ୟନ୍ତ ଚାଲିବ। ସଡ଼କ ସୁରକ୍ଷା ଅବସରରେ ଏକ ସାଇକେଲ ସଚେତନତା ରାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ନୂଆ ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇଥିଲା। ପ୍ରଚାର ଗାଡି ମାଧ୍ୟମରେ ସହର ସମେତ ଜିଲ୍ଲାରେ କୋଣ ଅନୁକୋଣରେ ଲୋକଙ୍କୁ ସଚେତନ କରାଯିବ ବୋଲି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ 

18:56 January 18

ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା ସପ୍ତାହ ପାଳିତ ହୋଇ ଯାଇଛି

ଜଗତସିଂହପୁର: ଜିଲ୍ଲାରେ ପରିବହନ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା ସପ୍ତାହ ପାଳିତ ହୋଇ ଯାଇଛି। ଏହି ଅବସରରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏଥିରେ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ଏସପି ଆର ପ୍ରକାଶ ଯୋଗ ଦେଇ ସଡକ ସୁରକ୍ଷା ଉପରେ ଗୁରୁତ୍ୱ ଆରୋପ କରିଥିଲେ।  

ଜିଲ୍ଲାରେ ବର୍ଷକୁ ସଡକ ଦୁର୍ଘଟଣାରେ 3 ହଜାରରୁ ଅଧିକ ଲୋକ ଆହତ ହୋଇଥିବା ବେଳେ 60 ଜଣଙ୍କର ମୃତ୍ୟୁ ହୋଇଛି । ଗାଡି ଚଲେଇବା ବେଳେ ହେଲମେଟ ବ୍ୟବହାର କରିବା, କାର ଚଳାଇବା ବେଳେ ସିଟ ବେଲ୍ଟ ଲଗାଇବା, ମଦ୍ୟପାନ ଓ ଅନ୍ୟ ନିଶାସକ୍ତ ଅବସ୍ଥାରେ ଗାଡି ଚଳାଇବା ଯୋଗୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଧନ ଜୀବନ ହାନି ଘଟିଥାଏ। ତେଣୁ ଗାଡି ଚଳାଇବା ବେଳେ ସତର୍କ ଓ ସୁରକ୍ଷିତ ରହିବା ଆବଶ୍ୟକ ବୋଲି ଅତିଥି ମତ ବ୍ୟକ୍ତ କରିଥିଲେ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

18:55 January 18

ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି ସଡକ ଦୁର୍ଘଟଣା

ବୌଦ୍ଧ: ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି ସଡକ ଦୁର୍ଘଟଣା । ପ୍ରତ୍ୟେକ ଦିନ ସଡକ ଦୁର୍ଘଟଣାରେ ଧନ ଜୀବନ କ୍ଷୟକ୍ଷତି ହେବାରେ ଲାଗିଛି । ଆଜି(ସୋମବାର) ସଡକ ସୁରକ୍ଷା ମାସ ଉଦଘାଟନ ଅବସରରେ ଜିଲ୍ଲାର ସ୍ଥିତିକୁ ନେଇ ଗଭୀର ଉଦବେଗ ପ୍ରକାଶ କଲେ ଖୋଦ ବିଭାଗୀୟ ଅଧିକାରୀ । ସୋମବାର ବୌଦ୍ଧ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ସଡକ ସୁରକ୍ଷା ମାସ ଉଦଘାଟିତ ହୋଇଛି ।  

ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଏହାକୁ ଉଦଘାଟନ କରିଥିବା ବେଳେ ବୌଦ୍ଧ ଜିଲ୍ଲାରେ ସଚେତନତା ପାଇଁ ପରିବହନ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିଲା । ତେବେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଟ୍ରାଫିକ ବ୍ୟବସ୍ଥା ସମ୍ପୁର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଥିବା ଅଭିଯୋଗ ହୋଇଛି । ଜିଲ୍ଲାର ମନମୁଣ୍ଡା, ଦହ୍ୟା, ବାଉଁଶୁଣୀ, ଜହ୍ନାପଙ୍କ, ବୌଦ୍ଧ, ବୀରନରସିଂପୁର, ପୁରୁଣାକଟକ, ଚାରିଛକ ଭଳି ସ୍ଥାନରେ ଉଠା ବ୍ୟବସାୟୀଙ୍କ ଜବରଦଖଲ ଓ ଗାଡିମୋଟରର ବେଆଇନ ପାର୍କିଂ ଏହି ଦୁର୍ଘଟଣାର ଆଶଙ୍କାକୁ ଆହୁରି ବଢାଇ ଦେଇଛି ।

କେବଳ ନୂତନ ବର୍ଷର 17 ଦିନ ମଧ୍ୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପଚାଶରୁ ଉର୍ଦ୍ଧ୍ବ ସଡକ ଦୁର୍ଘଟଣାରେ ଅନେକ ଧନଜୀବନ କ୍ଷୟ କ୍ଷତି ହୋଇଥିବା ସୂଚନା ମିଳିଛି । ତେବେ ଏନେଇ ସଚେତନ ସହିତ ଏନଫୋର୍ସମେଣ୍ଟ କରାଯିବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ 

16:10 January 18

କଟକରେ ଆରମ୍ଭ ହୋଇଛି ସଡକ ସୁରକ୍ଷା ମାସ

କଟକରେ ଆରମ୍ଭ ହୋଇଛି ସଡକ ସୁରକ୍ଷା ମାସ

କଟକ: ଆଜି(ସୋମବାର) ଠାରୁ ଆରମ୍ଭ ହୋଇଛି ସଡକ ସୁରକ୍ଷା ମାସ । ଏହି ଅବସରରେ ଗୋଟିଏ ମାସ ଧରି ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇଛି କମିଶନରେଟ ପୋଲିସ ।  ଏହି ଉପଲକ୍ଷେ କଟକ ଟ୍ରାଫିକ ଥାନା ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଟ୍ରାଫିକ ନିୟମ ପାଳନର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।  

ଏହି ଅବସରରେ ଏହା ସଚେତନତା ରଥ ଉଦଘାଟିତ କରିବା ସହ କିଛି ନିୟମ ଖିଲାପକାରୀଙ୍କୁ ହେଲମେଟ ମଧ୍ୟ ପ୍ରଦାନ କରିଥିଲେ। ତେବେ ଲୋକେ ସଚେତନ ରହିଲେ ଦୁର୍ଘଟଣା ହାର କମିବ ବୋଲି ପୋଲିସ କମିଶନର କହିଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ 

16:10 January 18

ଶିଳ୍ପ ଜିଲ୍ଲାରେ ସଡକ ସୁରକ୍ଷା ମାସ

ଶିଳ୍ପ ଜିଲ୍ଲାରେ ସଡକ ସୁରକ୍ଷା ମାସ

ଅନୁଗୋଳ: ଶିଳ୍ପ ଜିଲାରେ ଦୁର୍ଘଟଣା ରୋକିବାକୁ ଏକ ମାସ ଧରି ଚାଲିବ ସଡକ ସୁରକ୍ଷା ଅଭିଯାନ। ଜିଲା ବ୍ୟାପି ଚାଲିବ ସଚେତନତା । ଏଥିପାଇଁ ଅନୁଗୋଳ ଜିଲାପାଳଙ୍କ କାର୍ଯ୍ୟାଳୟରୁ ସଚେତନତା ରଥ ଜିଲା ପରିକ୍ରମାରେ ବାହାରିଛି । ଏହି ରଥକୁ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପତାକା ଦେଖାଇ ଆରମ୍ଭ କରିଥିଲେ ।  

କିଭଳି ଅଧିକରୁ ଅଧିକ ଅଞ୍ଚଳ ଲୋକଙ୍କୁ ସଡକ ସୁରକ୍ଷା ନେଇ ସଚେତନ କରିହେବ ସେ ନେଇ ରାଜ୍ୟ ପରିବହନ ବିଭଗ ପକ୍ଷରୁ ଏହି କଯ୍ୟକ୍ରମ ହାତକୁ ନିଆଯାଇଛି । ପୂର୍ବରୁ ସପ୍ତାହେ ବ୍ୟାପୀ ବିଭିନ୍ନ ଜନସଚେତନତା କରାଯାଉ ଥିବା ବେଳେ ଏଥର ଏକ ମାସ ବ୍ୟାପି ଏହି ସଚେତନ କାର୍ଯ୍ୟକ୍ରମ ଚାଲିବ ବୋଲି ବିଭଗ ପକ୍ଷରୁ କୁହାଯାଇଛି।  

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ 

13:05 January 18

ଜାତୀୟ ସଡକ ସୁରକ୍ଷା ମାସ ପାଳନ ଶୁଭାରମ୍ଭ

ଜାତୀୟ ସଡକ ସୁରକ୍ଷା ମାସ ପାଳନ ଶୁଭାରମ୍ଭ

ପୁରୀ:  ଜାତୀୟ ସଡକ ସୁରକ୍ଷା ମାସ-୨୦୨୧ ପାଳନ ଆରମ୍ଭ ହେଉଛି । ଏହା ଫେବୃୟାରୀ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅବସରରେ ଜିଲ୍ଲାପାଳ ସମର୍ଥ ବର୍ମା ଗୁଣ୍ତିଚା ମନ୍ଦିରଠାରୁ ଏକ ସାଇକେଲ ଶୋଭାଯାତ୍ରାର ଶୁଭାରମ୍ଭ କରିବା ସହ ଶୋଭାଯାତ୍ରାରେ ନିଜେ ସାମିଲ ହୋଇଥିଲେ । ଏହି ଶୋଭାଯାତ୍ରା ଗୁଣ୍ତିଚା ମନ୍ଦିର ଠାରୁ ବାହରି ଭିଆଇପି ରୋଡ ଓ ସ୍ବର୍ଗଦ୍ବାର ଦେଇ ଟାଉନହଲ ନିକଟରେ ପହଞ୍ଚିଥିଲା ।  

ଏଥିସହ ସଡକ ସୁରକ୍ଷା ରଥର ମଧ୍ୟ ଜିଲ୍ଲାପାଳ ଶୁଭାରମ୍ଭ କରିଛନ୍ତି । ଏହି ରଥ ଜିଲ୍ଲାର ବିଭିନ୍ନ ବ୍ଲକ ବୁଲିବା ସହ ସଡକ ସୁରକ୍ଷା ବାର୍ତ୍ତା ପ୍ରଦାନ କରିବ । ଟ୍ରାଫିକ ନିୟମ ପାଳନ ସହ ସୁରକ୍ଷିତ ଗାଡି ଚାଳନା ଉପରେ ଜିଲ୍ଲାପାଳ ଓ ଅତିଥି ମାନେ ଗୁରୁତ୍ବ ଦେଇଥିଲେ । ଏତଦ ବ୍ୟତୀତ ସଚେତନତା ସୃଷ୍ଟି ନିମନ୍ତେ ବିଭିନ୍ନ ବ୍ଲକରେ ସାଇକେଲ ଶୋଭାଯାତ୍ରାର ମଧ୍ୟ ଆୟୋଜନ କରାଯାଇଛି । ମଙ୍ଗଳବାର ବସ ମାଲିକ ସଂଘ ପକ୍ଷରୁ ବସଷ୍ଟାଣ୍ତରେ ଗାଡି ଚାଳକ ମାନଙ୍କ ନିମନ୍ତେ ଆଖି ପରୀକ୍ଷା ଶିବିର ଆୟୋଜନ କରାଯାଇଛି ।  

ଆସନ୍ତା ୨୧ ରୁ ୨୩ ତାରିଖ ପର୍ଯ୍ୟନ୍ତ ସଡକ ସୁରକ୍ଷା ଉପରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ସକାଳ ୮ ରୁ ସନ୍ଧ୍ୟା ୫ ଘଟିକା ପର୍ଯ୍ୟନ୍ତ ୱାଲ ପେଣ୍ଟି ପ୍ରତିଯୋଗିତା ଆୟୋଜନ କରାଯାଇଛି । ଆସନ୍ତା ୨୪ ତାରିଖରେ ସକାଳ ସମୟରେ ଗାନ୍ଧୀଘାଟ ନିକଟରେ ପଥପ୍ରାନ୍ତ ନାଟକ, ନାଗାମେଢ, ଗୋଟିପୁଅ ନାଚ, ଦସ୍ତଖତ ଅଭିଯାନ, ବାଲୁକା କଳା ସହ ସଡକ ସୁରକ୍ଷା ନିୟମ ପାଳନ ଏବଂ ଦୁର୍ଘଟଣାରୁ ଜୀବନ ବଞ୍ଚାଇବାରେ ସହଯୋଗ କରିଥିବା ପ୍ରାୟ ୩୦ ଜଣ ବ୍ୟକ୍ତିଙ୍କୁ ପୁରସ୍କୃତ କରାଯିବ ।  

ସଡକ ସୁରକ୍ଷା ଉପରେ ହୋଡିଂ ଲଗାଯିବା ସହ ୧୦ ହଜାର ପ୍ରଚାରପତ୍ର ବଣ୍ଟାଯାଇ ସଚେତନତା ସୃଷ୍ଟି କରାଯିବ । ଚକ୍ରତୀର୍ଥ ରୋଡରୁ ନେତାଜୀ ଛକ ପର୍ଯ୍ୟନ୍ତ ୨୦ଟି ସଡକ ସଚେତନତା କିଓସ୍କ ପ୍ରଦର୍ଶିତ କରାଯାଇଛି । ଏତଦବ୍ୟତୀତ ଆଜିଠାରୁ ପୁଲିସ ସ୍କାଡ ସହ ମିଶି ମିଳିତ ଭାବେ ଯାଞ୍ଚ କରାଯାଇ ନିୟମ ଉଲଂଘନକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ନିତିରଞ୍ଜନ ସେନ, ଆଞ୍ଚଳିକ ପରିବହନ ଅଧିକାରୀ ସମୀର କୁମାର ଦଳାଇ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅରୁଣ କୁମାର ଜେନା, ସହାୟକ ମୋଟରଯାନ ନିରୀକ୍ଷକ ବାମଦେବ ସାହୁ, ଟ୍ରାଫିକ ଇନିସପେକ୍ଟର ଗୋକୁଳାନନ୍ଦ ଦାସ, ଟ୍ରାଫିକ ଇନିସପେକ୍ଟର ସୁଶାନ୍ତ ପାତ୍ର,ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ମହାବିଦ୍ୟାଳୟ ଛାତ୍ରଛାତ୍ରୀ, ସ୍ବେଚ୍ଛାସେବୀ, ବିଭିନ୍ନ ସଂଘର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର/ ଦେବାଶିଷ ଦାସ, ଇଟିଭି ଭାରତ 

12:08 January 18

ନୟାଗଡ଼ରେ 32ତମ ସଡ଼କ ସୁରକ୍ଷା ମାସ ପାଳିତ

ନୟାଗଡ଼ରେ 32ତମ ସଡ଼କ ସୁରକ୍ଷା ମାସ ପାଳିତ

ନୟାଗଡ଼: ଜିଲ୍ଲାରେ ଆରମ୍ଭ ହୋଇଛି 32ତମ ସଡ଼କ ସୁରକ୍ଷା ମାସ । ସଡ଼କ ସୁରକ୍ଷା- ଜୀବନ ରକ୍ଷାର ବାର୍ତ୍ତା ଦେବା ପାଇଁ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ 32ତମ ସଡ଼କ ସୁରକ୍ଷା ମାସର ଶୁଭାରମ୍ଭ । ଆଜି (ସୋମବାର) ନୟାଗଡ଼ ପୁରୁଣା ବସଷ୍ଟାଣ୍ଡ ଠାରେ ଅନୁଷ୍ଠିତ ହୋଇଯାଇଛି  ଏହି କାର୍ଯ୍ୟକ୍ରମ ।  

ଏହି ଅବସରରେ ନୟାଗଡ଼ ଡିଏଫଓ ଧନରାଜ ଏଚଡି, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ ଓ ଜିଲ୍ଲାପରିବହନ ଅଧିକାରି ପ୍ରମୁଖଙ୍କ ଉପସ୍ଥିତିରେ ସଡ଼କ ସୁରକ୍ଷା ଅଭିଯାନର ଶୁଭାରମ୍ଭ କରାଯିବ । ଏହି ଅବସରରେ ଏକ ସଚେତନତା ରାଲି ନୟାଗଡ଼ ସହର ପରିକ୍ରମା କରିଥିଲା । ସଡ଼କ ସୁରକ୍ଷା ଉପରେ ଲୋକଙ୍କୁ ସଚେତନ କରାଯାଇଥିଲା ।  

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Jan 18, 2021, 7:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.