ETV Bharat / city

ଓଡିଶାରେ ଏବେ ସୁଦ୍ଧା 8619ଟି ନମୁନା ପରୀକ୍ଷା

ବର୍ତ୍ତମାନ ସୁଦ୍ଧା 21 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି 39ଟି ମାମଲା ସକ୍ରିୟ ଅଛି । ଅଧିକ ପଢନ୍ତୁ...

author img

By

Published : Apr 19, 2020, 2:00 AM IST

ଓଡିଶାରେ ଏବେ ସୁଦ୍ଧା 8619ଟି ନମୁନା ପରୀକ୍ଷା
ଓଡିଶାରେ ଏବେ ସୁଦ୍ଧା 8619ଟି ନମୁନା ପରୀକ୍ଷା

ଭୁବନେଶ୍ବର: ରାଜ୍ୟରେ ଏବେ ସୁଦ୍ଧା 8619ଟି କୋଭିଡ 19 ନମୁନା ପରୀକ୍ଷା ହୋଇଛି । ଏଥିରୁ 61ଟି ପଜିଟିଭ ସ୍ପଷ୍ଟ ହୋଇଛି । ଶୁକ୍ରବାର ରାତି ସୁଦ୍ଧା ପରୀକ୍ଷା ହୋଇଥିବା ନମୁନା ମଧ୍ୟରୁ ଏହି ରିପୋର୍ଟ ଆସିଛି ।

ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଟ୍ବିଟରରେ ସୂଚନା ଦେଇଛି । ବର୍ତ୍ତମାନ ସୁଦ୍ଧା 21 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି 39ଟି ମାମଲା ସକ୍ରିୟ ଅଛି ।

ସେହିପରି 103 ଜଣଙ୍କୁ ହସ୍ପିଟାଲ ଆଇସୋଲେସନରେ ରଖାଯାଇଛି । ଶନିବାରଠାରୁ ରାଜ୍ୟରେ କୋଭିଡ-19 ପାଇଁ ଆଣ୍ଟିବଡି ରାପିଡ ଟେଷ୍ଟ ଆରମ୍ଭ ହୋଇଛି । ରକ୍ତ ନମୁନାରୁ ଏହାର ରିପୋର୍ଟ କିଛି ସମୟ ମଧ୍ୟରେ ମିଳିଯିବ । ଏହାର ଅର୍ଥ ଏବେ କୋରୋନା ପଜିଟିଭଙ୍କ ରିପୋର୍ଟ ଖୁବଶୀଘ୍ର ସ୍ପଷ୍ଟ ହୋଇଯିବ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି ।

ସୌଜନ୍ୟ@IPR_Odisha

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.