ଭୁବନେଶ୍ବର: ଓଡ଼ିଶାର ୧୩ ଟି ବିରୋଧୀ ରାଜନୈତିକ ଦଳ କୋରୋନା ପରିଚାଳନା ବିଫଳତା ବିରୁଦ୍ଧରେ ଏବଂ ଲୋକଙ୍କ ଜୀବନ ଜୀବିକା ର ସୁରକ୍ଷା ଦାବିରେ ଏକାଠି ହୋଇଛନ୍ତି।
ଆସନ୍ତା ୨୬ ତାରିଖରେ ଏଥିପାଇଁ ଆୟୋଜିତ ହେବ ମିଳିତ ପ୍ରତିବାଦ। ମାଷ୍ଟ୍ରରକ୍ୟାଣ୍ଟିନ ଠାରେ ପ୍ରତିବାଦ ପ୍ରଦର୍ଶନ ସହିତ ମାନ୍ୟବର ରାଜ୍ୟପାଳଙ୍କୁ ଦାବିପତ୍ର ଦେବେ।
ମିଳିତ ବିରୋଧି ଦଳ ମାନଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆଜି ଭୁବନେଶ୍ବରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ