ETV Bharat / city

ପିସିସି ପୁନଃଗଠନକୁ ନେଇ ବରିଷ୍ଠଙ୍କ କେଁ

ପିସିସି ପୁନଃଗଠନକୁ ନେଇ ଦଳର ବରିଷ୍ଠ ନେତା ପ୍ରଶ୍ନ ଉଠାଇଛନ୍ତି । ପଢନ୍ତୁ ଅଧିକ ଖବର...

author img

By

Published : Sep 20, 2019, 10:29 PM IST

ଫଟୋ ସୌଜନ୍ୟ :ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ପିସିସି ପୁନଃଗଠନକୁ ନେଇ ପ୍ରଶ୍ନ ଉଠାଇଲେ ଦଳର ବରିଷ୍ଠ ନେତା । ନିରଞ୍ଜନ ଯାହା କୁହନ୍ତି ତାହା କରନ୍ତି ନାହିଁ । ପିସିସି ପୁନଃଗଠନ ନେଇ ଦଳ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସତ, ହେଲେ ସେସବୁ ନିରଞ୍ଜନ କେତେ ପାଳନ କରୁଛନ୍ତି ତାହା ଏବେ ବଡ ପ୍ରଶ୍ନ ।

ଭିଡିଓ ସୌଜନ୍ୟ :ସମ୍ବାଦଦାତା, ଭୁବନେଶ୍ବର

ପୂର୍ବରୁ ନିରଞ୍ଜନ ନିଜ ପାଖ ଲୋକଙ୍କୁ ସଙ୍ଗଠନରେ ସାମିଲ କରିଥିଲେ । ହେଲେ ଏବେ ଏ ବାବଦରେ ଆଉ ଭରସା ପାଉନାହିଁ ବୋଲି ଦଳର ବରିଷ୍ଠ କହିଛନ୍ତି । କାରଣ ଗୁରୁବାର ବସିଥିବା ସାଙ୍ଗଠନିକ ବୈଠକରେ ଦଳର ବରିଷ୍ଠଙ୍କୁ ଡକାନଯାଇ ଗତ ସାଧାରଣ ନିର୍ବାଚନରେ ନିରଞ୍ଜନ ଯେଉଁମାନଙ୍କୁ ଟିକେଟ ଦେଇଥିଲେ ସେହିମାନଙ୍କୁ ବୈଠକକୁ ଡାକିଥିଲେ । ଏପରିକି ଯେଉଁମାନେ ନିରଞ୍ଜନଙ୍କୁ ବିରୋଧ କରୁଥିଲେ ସେମାନଙ୍କୁ ମଧ୍ୟ ବୈଠକରେ ଡକାଯାଇନଥିଲା ।

ଯଦି ସାଙ୍ଗଠନିକ ପୁନଃଗଠନରେ କଂଗ୍ରେସ ପାଇଁ କାମ କରୁଥିବା କର୍ମୀଙ୍କୁ ପ୍ରାଧାନ୍ୟ ଦିଆନଯାଏ, ତେବେ ଦଳ ପୁଣି ଥରେ ରସା ତଳକୁ ଚାଲିଯିବ ବୋଲି ବରିଷ୍ଠ ନେତା କହିଛନ୍ତି । ଏପରିକି ଯେଉଁମାନଙ୍କ ବିରୋଧରେ କହୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ଶେଷ ଥର ପାଇଁ ତାଙ୍କ କଥା ଶୁଣିବାର ଆବଶ୍ୟକ ରହିଛି । ଅପରପକ୍ଷେ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ଯିଏ ଦଳ ପାଇଁ ସମୟ ଦେଉଛନ୍ତି, ଦଳ ପାଇଁ କାମ କରୁଛନ୍ତି ସେଭଳି ଲୋକଙ୍କୁ ନେଇ ପିସିସି ଛୋଟିଆ ଟିମ ଗଠନ କରନ୍ତୁ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ପିସିସି ପୁନଃଗଠନକୁ ନେଇ ପ୍ରଶ୍ନ ଉଠାଇଲେ ବରିଷ୍ଠ ନେତା। ନିରଞ୍ଜନ ଯାହା କୁହନ୍ତି କରନ୍ତିନି। ଏଆଇସିସି ନିର୍ଦେଶ ଦେଇଛି ସତ ତାଙ୍କୁ କେତେ ନିରଞ୍ଜନ ପାଳନ କରୁଛନ୍ତି ତାହା ଏବେ ବଡ ପ୍ରଶ୍ନ । କାରଣ ପୂର୍ବରୁ ଯେଉଁ ନିରଞ୍ଜନ ପାଖ ଲୋକ ଏବଂ ଚାରପଟେ ବୁଲୁଥିଲେ ସେମାନଙ୍କୁ ସମସ୍ତଙ୍କ ସଙ୍ଗଠନରେ ସାମିଲା କରାଗଲା। ହେଲେ ଆଉ ଭରାଷା ପାଉନି। କାରଣ ଗଥ କାଲି ବସିଥିବା ସଙ୍ଗଠନିକ ବୈଠକ ବରିଷ୍ଠ ଡକାଯାଇ ନ ଥିଲା। ଯେଉଁମାନଙ୍କୁ ଗତ ସାଧାରଣ ନିର୍ବାଚନରେ ନିରଞ୍ଜନ ଯେଉଁମାନଙ୍କୁ ଟିକେଟ ଦେଇଥିଲେ ସେଇ ମାନଙ୍କୁ ବୈଠକଙ୍କୁ ଡାକିଥିଲେ। ଏପରିକି ଯେଉଁମାନେ ନିରଞ୍ଜନଙ୍କୁ ବିରୋଧ କରୁଥିଲେ ସେମାନଙ୍କୁ ଡକାଯାଇନାହିଁ। ତେଣୁ ସଙ୍ଗଠନିକ ପୁନଃଗଠନ ବେଳେ କଂଗ୍ରେସ ପାଇଁ କାମ କରୁଥିବା କର୍ମୀଙ୍କୁ ପ୍ରଧାନ୍ୟ ଦିଆନଯାଏ ତାହେଲେ ଏହା ପୁଣି ରସା ତଳକୁ ଯିବ। ଏପରକି ଯେଉଁ ବିରୋଧରେ କହୁଛନ୍ତି ତାଙ୍କୁ କାର୍ଯ୍ୟନୁଷ୍ଠାନ ନେବା ପୂର୍ବରୁ ଶେଷଥର ପାଇଁ ତାଙ୍କୁ କଥା ଶୂଣିବା ଦରକାର। କଣ୍ଠରୋଧ କରିବା କଥା ନୁହେଁ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଅମର ପ୍ରଧାନ। ଏପଟେକଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ଯିଏ କଂଗ୍ରେସ ପାଇଁ ସମୟ ଦେଉଛନ୍ତି , କଂଗ୍ରେସ ପାଇଁ କାମ କରୁଛନ୍ତି ସେଭଳି ଲୋକଙ୍କୁ ନେଇ ପିସିସି ଛୋଟିଆ ଟିମ ଗଠନ କରନ୍ତୁ।
Body:ବାଇଟ- ଅମର ପ୍ରଧାନ, ବରିଷ୍ଠ କଂଗ୍ରେସ ନେତା
ବାଇଟ- ସୁର ରାଉତରାୟ, କଂଗ୍ରେସ ବିଧାୟକ​‌
Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.