ETV Bharat / city

ଧାରଣାରେ ଅଭିଭାବକ, ବେସରକାରୀ ବିଦ୍ୟାଳୟ ଉପରେ ଗର୍ଜିଲା ସଂଘ

କୋରୋନା ଭଳି ଜାତୀୟ ବିପର୍ଯ୍ୟୟ ସମୟରେ କୌଣସି ମାସିକ ଦେୟ, ଆଡମିଶନ ଫି ଆଦି ଆଦାୟ ନକରିବା ପାଇଁ ଅନୁରୋଧ କରାଯାଇଥିଲେ ସୁଧା ବିଭିନ୍ନ ଆଳ ଦେଖାଇ ଟଙ୍କା ଆଦାୟ କରୁଛି ଘରୋଇ ବିଦ୍ୟାଳୟ । ଯାହାକୁ ନେଇ ଧାରାଣାରେ ବସିଛନ୍ତି ଓଡିଶା ଅଭିଭାବକ ମହାସଙ୍ଘ । ଅଧିକ ପଢନ୍ତୁ...

The parents' association went on strike
ଧାରଣାରେ ଅଭିଭାବକ, ବେସରକାରୀ ବିଦ୍ୟାଳୟ ଉପରେ ଗର୍ଜିଲା ସଂଘ
author img

By

Published : May 11, 2020, 2:15 PM IST

ଭୁବନେଶ୍ବର: କୋରୋନା ମହାମାରି ଭଳି ଜାତୀୟ ବିପର୍ଯ୍ୟୟ ସମୟରେ କୌଣସି ମାସିକ ଦେୟ, ଆଡମିଶନ ଫି ଏବଂ ଅନ୍ୟାନ୍ୟ ଫି ଆଦାୟ ନକରିବା ପାଇଁ ବେସରକାରୀ ବିଦ୍ୟାଳୟମାନଙ୍କୁ ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ । କିନ୍ତୁ ଅନେକ ବିଦ୍ୟାଳୟ ବିଭିନ୍ନ ଆଳ ଦେଖାଇ ଟଙ୍କା ଆଦାୟ କରୁଛନ୍ତି । ଏହା ସହ ବିଦ୍ୟାଳୟ ପରିସରରେ ଘରୋଇ ପୁସ୍ତକଗୁଡ଼ିକୁ ଚଢା ଦରରେ ବିକ୍ରି କରୁଛନ୍ତି ।

ଧାରଣାରେ ଅଭିଭାବକ, ବେସରକାରୀ ବିଦ୍ୟାଳୟ ଉପରେ ଗର୍ଜିଲା ସଂଘ

ପ୍ରତ୍ୟେକ ବିଦ୍ୟାଳୟ ନିଜ ୱେବସାଇଟରେ ପୁସ୍ତକ ସମ୍ଭନ୍ଧିୟ ସମସ୍ତ ତଥ୍ୟ ଦେବେ ବୋଲି ଓଡିଶା ମନାବାଧିକାର କମିଶନର ଏପ୍ରିଲ 20 ତାରିଖରେ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏ ସମସ୍ତ ନିୟମ ଓ ନିର୍ଦ୍ଦେଶକୁ ଫୁ କରି ଉଡ଼ାଇ ଦେଇଛି ଏହି ଘରୋଇ ବିଦ୍ୟାଳୟଗୁଡିକ । ଯାହାକୁ ନେଇ ଚାପରେ ରହିଆସୁଥିବା ଆଭିଭାବକ ମହାସଂଘ ପକ୍ଷରୁ ଭୁବନେଶ୍ୱର ଜୟଦେବ ଭବନ ସମୁଖରେ ଧାରଣାରେ ବସିଛନ୍ତି ।

ଏହିପରି ସାରା ରାଜ୍ୟରେ ସମସ୍ତ ଜିଲ୍ଲାରେ ଧାରଣାରେ ବସିଛି ସଂଘ । ଲାକଡାଉନରେ କୋଭିଡ19 ଗାଇଡ଼ ଲାଇନ ଅନୁଯାୟୀ ସାମାଜିକ ଦୂରତା ରଖି ଆନ୍ଦୋଳନ କରିଛନ୍ତି ଓଡିଶା ଅଭିଭାବକ ମହାସଙ୍ଘ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.