ETV Bharat / city

ନିୟମକୁ ଫୁ, ନ୍ୟାୟ ପାଇଁ ସିପିଙ୍କୁ ଦେଖା କରିବାକୁ ବୃଦ୍ଧଙ୍କ ୫ କି.ମି ସାଇକେଲ ଯାତ୍ରା

ବରିଷ୍ଠ ନାଗରିକଙ୍କୁ ପୋଲିସ କରୁଛି ହଇରାଣ, ଏକଥା ୫ କି.ମି ଅତିକ୍ରାନ୍ତ କରି ପୋଲିସ ସେବା ଭବନକୁ ଆସିଥିବା ୬୯ ବର୍ଷିୟ ଜଣେ ବ୍ୟକ୍ତି କରିଛନ୍ତି ଅଭିଯୋଗ । ଅଧିକ ପଢନ୍ତୁ...

author img

By

Published : May 12, 2021, 8:52 PM IST

ନିୟମକୁ ଫୁ, ନ୍ୟାୟ ପାଇଁ ସିପିଙ୍କୁ ଦେଖା କରିବାକୁ ବୃଦ୍ଧଙ୍କ ୫ କି.ମି ସାଇକେଲ ଯାତ୍ରା
ନିୟମକୁ ଫୁ, ନ୍ୟାୟ ପାଇଁ ସିପିଙ୍କୁ ଦେଖା କରିବାକୁ ବୃଦ୍ଧଙ୍କ ୫ କି.ମି ସାଇକେଲ ଯାତ୍ରା

ଭୁବନେଶ୍ବର: ବରିଷ୍ଠ ନାଗରିକଙ୍କୁ ପୋଲିସ କରୁଛି ହଇରାଣ । ଏକଥା ଆମେ କହୁନୁ ୫ କି.ମି ଅତିକ୍ରାନ୍ତ କରି ପୋଲିସ ସେବା ଭବନକୁ ଆସିଥିବା ୬୯ ବର୍ଷିୟ ଜଣେ ବ୍ୟକ୍ତି କରିଛନ୍ତି ଅଭିଯୋଗ, ଯିଏ କି ସିପିଙ୍କୁ ଦେଖା କରିବାକୁ ସାଇକେଲ ଧାଇଁ ଆସିଛନ୍ତି ।

ଲକଡାଉନ ଯୋଗୁଁ ବାଟରେ ଅଟକାଇଥିଲେ ମଧ୍ୟ ଡାକ୍ତରଖାନା ବାହାନାରେ ଆସିଥିଲେ ଲକ୍ଷ୍ମୀସାଗର ଷ୍ଟେଜ ୨ ରେ ରହୁଥିବା କୃଷ୍ଣଚନ୍ଦ୍ର ମହାପାତ୍ର । ତାଙ୍କ ଅଭିଯୋଗ ଅନୁସାରେ ତାଙ୍କ ପୁଅ ଦୟାନିଧି ମହାପାତ୍ରକୁ ସେହି ଅଞ୍ଚଳର ବାପି ନାମକ ଯୁବକ ମରଣାନ୍ତକ ଆକ୍ରମଣ କରି ଲୁହଲୁହାଣ କରିଥିଲା । ଯାହାକୁ ନେଇ ଥାନାରେ ଏତଲା ଦେଇଥିଲେ । ହେଲେ ଲକ୍ଷ୍ମୀସାଗର ଥାନା ପୋଲିସ ଅଭିଯୁକ୍ତକୁ ଗିରଫ କରିବା ପରିବର୍ତ୍ତେ ଏକ କାଉଣ୍ଟର କେସରେ ଓଲଟ ତାଙ୍କୁ ଥାନାକୁ ଆସିବାକୁ ବାଧ୍ୟ କରୁଛନ୍ତି ।

ଏପରିକି ପୁଅ ବେଡ଼ରୁ ଉଠିପାରୁନଥିବା ବେଳେ, ପତ୍ନୀ ପୁଅର ଏପରି ସ୍ଥିତି ଦେଖି ବିଚଳିତ ହୋଇ ତାଙ୍କ ବିପି ବଢିଯାଇଛି । ଯାହାକୁ ନେଇ ବୃଦ୍ଧ ଜଣକ ପୋଲିସର ଏପରି ଅତ୍ୟାଚାର ବିରୋଧରେ ଜଣାଇବାକୁ ବରିଷ୍ଠ ନାଗରିକ ପୋଲିସର ସହାୟତା ଖବର ଶୁଣିବା ପରେ ଏଫଆଇଆର କପି ସହ ମେଡ଼ିକାଲ ପ୍ରମାଣପତ୍ର ନେଇ ପୋଲିସ ସେବା ଭବନକୁ ୫ କି.ମି ଅତିକ୍ରାନ୍ତ କରି ଦଉଡି ଆସିଛନ୍ତି ।ତେବେ ଏନେଇ ବୃଦ୍ଧଙ୍କୁ କିପରି ନ୍ୟାୟ ଦେଉଛି ପୋଲିସ ତାହା ଦେଖିବାକୁ ବାକି ରହିଲା ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.