ETV Bharat / city

RMC ଅଞ୍ଚଳରେ ଫ୍ରି ହୋଲ୍ଡ ଅନଲାଇନ ବ୍ୟବସ୍ଥାର ଶୁଭାରମ୍ଭ

author img

By

Published : Aug 4, 2021, 8:12 AM IST

ରାଉରକେଲା ପୌର ସଂସ୍ଥାରୁ ଲିଜ୍ ପାଇଥିବା ଜମିର ମାଲିକାନା ସ୍ବତ ନିଜ ନାଁରେ ପରିବର୍ତ୍ତନ କରିବା ବା ଲିଜ୍ ହୋଲ୍ଡ ଫ୍ରି ପୈଠ କରିବା ଏଣିକି ସହଜ ହେଲା । ଫ୍ରି ହୋଲ୍ଡ ଦାଖଲ କରିବା ପାଇଁ ଏଣିକି ସରକାରୀ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବ ନାହିଁ । ଅଧିକ ପଢନ୍ତୁ...

RMC ଅଞ୍ଚଳରେ ଫ୍ରି ହୋଲ୍ଡ ଅନଲାଇନ ବ୍ୟବସ୍ଥାର ଶୁଭାରମ୍ଭ
RMC ଅଞ୍ଚଳରେ ଫ୍ରି ହୋଲ୍ଡ ଅନଲାଇନ ବ୍ୟବସ୍ଥାର ଶୁଭାରମ୍ଭ

ଭୁବନେଶ୍ବର: ରାଉରକେଲା ମହାନଗର ନିଗମ ବାସିନ୍ଦାଙ୍କ ପାଇଁ ଖୁସି ଖବର । ରାଉରକେଲା ପୌର ସଂସ୍ଥାରୁ ଲିଜ୍ ପାଇଥିବା ଜମିର ମାଲିକାନା ସ୍ବତ ନିଜ ନାଁରେ ପରିବର୍ତ୍ତନ କରିବା ବା ଲିଜ୍ ହୋଲ୍ଡ ଫ୍ରି ପୈଠ କରିବା ଏଣିକି ସହଜ ହେଲା । ଫ୍ରି ହୋଲ୍ଡ ଦାଖଲ କରିବା ପାଇଁ ଏଣିକି ସରକାରୀ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବ ନାହିଁ । ଅନଲାଇନ ମାଧ୍ୟମରେ ଏଥପାଇଁ ଘରେ ବସି କରିପାରିବେ ଆବେଦନ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଭିଡିଓ କନଫରେନ୍ସି ଜରିଆରେ ଏହି ଅନଲାଇନ ପାଇଲଟ୍ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । ଲୋକମାନଙ୍କ ପାଇଁ ବ୍ୟବସ୍ଥା ଅଧିକ ସରଳ ଏବଂ ସୁବିଧାଜନକ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ଦରଖାସ୍ତ ପାଇଁ ଦରକାର ପଡୁଥିବା ସତ୍ୟପାଠ ଓ ଦସ୍ତାବିଜ ଆଦିର ସଂଖ୍ୟା କମାଇବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ସତ୍ୟପାଠ ଓ ଅନ୍ୟାନ୍ୟ ପ୍ରମାଣପତ୍ର ଜାଗାରେ ସ୍ୱ ଘୋଷଣାକୁ ଗ୍ରହଣ କରିବାର ସମ୍ଭାବନା ପରୀକ୍ଷା କରିବା ନିମନ୍ତେ ସେ କହିଛନ୍ତି । ନୂଆ ବ୍ୟବସ୍ଥାକୁ ଜନସେବା କେନ୍ଦ୍ର ଏବଂ କମନ ସର୍ଭିସ୍‌ ସେଣ୍ଟର ସହ ସଂଯୋଜିତ କରିବା ସହ ନିଜ ନିଜ କମ୍ପ୍ୟୁଟରରୁ ଦରଖାସ୍ତ ଦାଖଲ କରିବାର ବ୍ୟବସ୍ଥା କରିବାକୁ ସୁରେଶ ମହାପାତ୍ର କହିଛନ୍ତି । ଅନଲାଇନ ଦରଖାସ୍ତ ସହ ସରକାରୀ ଦେୟର ଅନଲାଇନ ପୈଠ ବ୍ୟବସ୍ଥା କରିବାକୁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ନୂଆ ବ୍ୟବସ୍ଥାର କାର୍ଯ୍ୟକାରିତା ଉପରେ ବିଭାଗ ପକ୍ଷରୁ ଲକ୍ଷ୍ୟ ରଖାଯିବ । ଆବଶ୍ୟକତା ଅନୁଯାୟୀ ଏହାକୁ ଅଧିକ ସରଳୀକରଣ କରାଯିବ । ଏଥିପାଇଁ ପ୍ରଚଳିତ ନୀତି ନିୟମରେ ପରିବର୍ତ୍ତନ ଅଣାଯିବା ବୋଲି ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି । ବିଷ୍ଣୁପଦ ଆହୁରି ମଧ୍ୟ କହିଛନ୍ତି ଯେ, ନୂଆ ବ୍ୟବସ୍ଥାକୁ ବ୍ୟବହାର କରୁଥିବା ଅଧିକାରୀ, କାର୍ଯ୍ୟାଳୟ ଏବଂ ନାଗରିକମାନଙ୍କର ମତାମତ ଓ ଆବଶ୍ୟକତା ଅନୁସାରେ ବ୍ୟବସ୍ଥାକୁ ସୁଗମ କରାଯିବ । ଏହି ନୂଆ ବ୍ୟବସ୍ଥାର ସୁବିଧା ନେବା ପାଇଁ ରାଉରକେଲାବାସୀ WWW.econversionrkl.com ପୋର୍ଟାଲରେ ଲଗ୍ ଇନ୍ କରି ଆବେଦନ କରିପାରିବେ। ଆବେଦନ କରିବା ସହିତ ଆବଶ୍ୟକ ଦେୟ ପୈଠ ଏବଂ କୌଣସି ସମୟରେ ଆବେଦନର ସ୍ଥିତି ସମ୍ପର୍କରେ ମଧ୍ୟ ଏହି ପୋର୍ଟାଲରୁ ଜାଣିପାରିବେ ।

ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ କହିଛନ୍ତି ଯେ, ଅଫଲାଇନ୍ ବ୍ୟବସ୍ଥାରେ ଦରଖାସ୍ତକାରୀଙ୍କୁ ଅନ୍ୟୁନ ୫ ରୁ ୬ ଥର ବିଭିନ୍ନ କାର୍ଯ୍ୟାଳୟକୁ ଆସିବାକୁ ପଡୁଥିଲା । ସେ ସୁବିଧାରେ ନିଜର ଦରଖାସ୍ତର ସ୍ଥିତି ମଧ୍ୟ ଜାଣିପାରୁ ନଥିଲେ । ସମୁଦାୟ ପ୍ରକ୍ରିୟାଟି ଦୀର୍ଘ ଏବଂ ବିଳମ୍ବିତ ହେଉଥିଲା । ତାହା ଲୋକମାନଙ୍କ ମନରେ ଅସନ୍ତୋଷ ଭାବ ସୃଷ୍ଟି କରୁଥିଲା । ନୂଆ ବ୍ୟବସ୍ଥାରେ ସମୁଦାୟ କାର୍ଯ୍ୟ ସ୍ୱୟଂକ୍ରିୟ ସଫ୍ଟୱେୟାର ମାଧ୍ୟମରେ ତ୍ବରିତ ହେବ । ଅନଲାଇନରେ ଦରଖାସ୍ତ ଦାଖଲ ପରେ ତା'ର ତନଖି, ତହସିଲ ଏବଂ ରାଉରକେଲା ଉନ୍ନୟନ କର୍ତ୍ତୁପକ୍ଷଙ୍କ ଦ୍ୱାରା ଯାଞ୍ଚ, ଅଭିଯୋଗ ନିମନ୍ତେ ସାଧାରଣ ବିଜ୍ଞପ୍ତି ପ୍ରକାଶନ, ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟଙ୍କର ସୁପାରିଶ, ଜିଲ୍ଲାପାଳଙ୍କ ଅନୁମୋଦନ ଏବଂ ଆବଶ୍ୟକ ଦେୟର ପୈଠ ଆଦି ସମସ୍ତ କାମ ଅନଲାଇନରେ ହେବ ।

ଜମିର ଫ୍ରି ହୋଲ୍ଡ ଚୁକ୍ତି ସମ୍ପାଦନ ଏବଂ ତହସିଲ କାର୍ଯ୍ୟାଳୟକୁ ଫର୍ମ ନମ୍ବର ୬ରେ ଏହାର ସୂଚନା ପ୍ରଦାନ ଏହି ନୂଆ ଅନଲାଇନ ବ୍ୟବସ୍ଥା ମାଧ୍ୟମରେ ହେବ । ଅତିରିକ୍ତ ଜିଲ୍ଲାପାଳ ଏବଂ ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା ନୂଆ ବ୍ୟବସ୍ଥାର ବିଭିନ୍ନ ଦିଗକୁ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.