ETV Bharat / city

ଆଜି ଠୁ ଆରମ୍ଭ ହେଲା ପବିତ୍ର ପଞ୍ଚୁକ

author img

By

Published : Nov 24, 2020, 11:01 AM IST

Updated : Nov 24, 2020, 11:27 AM IST

ଆଜି ଠୁ ଆରମ୍ଭ ହେଉଛି ପବିତ୍ର ପଞ୍ଚୁକ ବ୍ରତ । ଚଳିତ ବର୍ଷ ପଞ୍ଚୁକ 6 ଦିନ ପଡୁଛି । ଏନେଇ ଆସନ୍ତା 27 ତାରିଖରେ ନାଗାର୍ଜୁନ ବେଶରେ ଦର୍ଶନ ଦେବେ କାଳିଆ ଠାକୁର । ଅଧିକ ଖବର ପଢନ୍ତୁ...

ଆଜି ଠୁ ଆରମ୍ଭ ହେଲା ପଞ୍ଚୁକ
ଆଜି ଠୁ ଆରମ୍ଭ ହେଲା ପଞ୍ଚୁକ

ଭୁବନେଶ୍ବର: ଆଜି ଠୁ ଆରମ୍ଭ ହେଉଛି ପବିତ୍ର ପଞ୍ଚୁକ ବ୍ରତ । କାର୍ତ୍ତିକ ମାସର ଶେଷ ପାଞ୍ଚ ଦିନକୁ ପଞ୍ଚୁକ ଭାବେ ପାଳନ କରାଯାଏ । ଏହି ପାଞ୍ଚଦିନ ହିନ୍ଦୁମାନେ ଆମିଷ ପରିତ୍ୟାଗ କରି ଶୁଦ୍ଧ, ସାତ୍ତ୍ଵିକ ଖାଦ୍ୟ ଭୋଜନ କରନ୍ତି । ଚଳିତ ବର୍ଷ ପଞ୍ଚୁକ 6 ଦିନ ପଡୁଛି । ଏନେଇ ଆସନ୍ତା 27 ତାରିଖରେ ନାଗାର୍ଜୁନ ବେଶରେ ଦର୍ଶନ ଦେବେ କାଳିଆ ଠାକୁର । ଏହାସହ ଶେଷ ହୋଇଛି ଦୀର୍ଘ 1 ମାସ ଧରି ଚାଲିଥିବା ମହାପ୍ରଭୁଙ୍କ ରାଧା ଦାମୋଦର ବେଶ । ତେବେ ପଞ୍ଚୁକର ପାଞ୍ଚ ଦିନରେ ବିଭିନ୍ନ ବେଶରେ ଆଭୂଷିତ ହେବେ ମହାପ୍ରଭୁ ।

ମହାପ୍ରଭୁ ପ୍ରଥମ ଦିନରେ ଠିଆକିଆ ବେଶ, ଦ୍ୱିତୀୟ ଦିନରେ ବାଙ୍କଚୂଡ ବେଶ, ତୃତୀୟ ଦିନରେ ତିବିକ୍ରମ ବେଶ, ଚତୁର୍ଥ ଦିନରେ ଲକ୍ଷ୍ମୀ ନୃସିଂହ ବେଶ ଏବଂ ପଞ୍ଚମ ଦିନ ବା ଶେଷ ଦିନରେ ରତ୍ନ ସିଂହାସନରେ ସୁନା ବେଶ ବା ରାଜରାଜେଶ୍ୱର ବେଶରେ ଦର୍ଶନ ଦେବେ ।

ତେବେ ପବିତ୍ର କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୁଏ। ପ୍ରତିବର୍ଷ ଏହି ମାସରେ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । କିନ୍ତୁ ଚଳିତ ବର୍ଷ କୋଭିଡ ମହାମାରୀ ଯୋଗୁଁ ଏଥିରେ ବ୍ୟତିକ୍ରମ ଦେଖାଦେଇଛି । ମହାମାରୀ ଭୟରେ ହବିଷ୍ୟାଳୀମାନେ ଏଥର ପୁରୀ ଆସିନାହାନ୍ତି । ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ପ୍ରତିବର୍ଷ ହବିଷ୍ୟାଳୀଙ୍କ ରହିବା ପାଇଁ ଶିବିର ମଧ୍ୟ କରାଯାଇନାହିଁ ।

Last Updated : Nov 24, 2020, 11:27 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.