ଭୁବନେଶ୍ବର: ମନ୍ତ୍ରୀ ସ୍ତରୀୟ ବୈଠକ ଶେଷ । ମନ୍ତ୍ରୀ ନବ ଦାସଙ୍କ ପ୍ରତିକ୍ରିୟା । ଟ୍ରେନିଂ ଓ କାପାସିଟି ବିଲ୍ଡିଂ କୁ ଗୁରୁତ୍ୱ । କୋଭିଡ ମୁକାବିଲା କରିବା ନେଇ ବୈଠକରେ ଗୁରୁତ୍ୱ । ସେହିପରି ଅଧିକ ମ୍ୟାନ ପାୱାର ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଗୋଷ୍ଠୀ ସ୍ତରରେ କରୋନା ମୁକାବିଲା ପାଇଁ ଅଧିକ ମ୍ୟାନ ପାୱାର ନିୟୋଜିତ ହୋଇପାରିବେ ସେନେଇ ଆଲୋଚନା । ଅଙ୍ଗନବାଡି ,ଆଶାକର୍ମୀ, ଏଏନଏମ ଓ ଡାକ୍ତର ମାନଙ୍କୁ ଅଧିକ ସଂଖ୍ୟାରେ ତାଲିମ ପାଇଁ ଗୁରୁତ୍ୱ ଦିଆଯାଇଛି ।
ବର୍ତମାନ ସୁଧା 1ଲକ୍ଷ 53 ହଜାର ଜଣଙ୍କୁ ତାଲିମ ଦିଆଯାଇଛି । ଅଧିକ ତାଲିମ ଦିଆଯିବା ଉପରେ ବ୍ୟବସ୍ଥା କରାଯାଉଛି । ସମସ୍ତ ପୁରୁଣା ଓ ନୂଆ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ କୋରୋନା ଟେଷ୍ଟିଂ ଲାବ୍ରୋଟୋରୀ ପାଈଁ ଆଲୋଚନା କରାଯାଇଛି। ଅଧିକ ଆଜିଥ୍ରୋ ମେସିନ ଓ ରାପିଡି ଟେଷ୍ଟ ପାଇଁ ଟେଷ୍ଟିଂ କୀଟ କିଣିବାକୁ ସୁପାରିଶ କରିଛି କମିଟି । ଟେଷ୍ଟିଂ ଲ୍ୟାବ ପାଇଁ ଅଧିକ ଅସ୍ଥାୟୀ କର୍ମଚାରୀ ନିୟୋଜିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି ।
ଯେଉଁ ଜିଲ୍ଲାରେ କୋରୋନା ସଂକ୍ରମଣ ହୋଇନାହିଁ ସେହି ଜିଲ୍ଲାରେ ପ୍ରତି 10 ହଜାରରେ ଗୋଟିଏ ସାମ୍ପୁଲ ପରୀକ୍ଷା ହେବ। ଯେଉଁ ଡାକ୍ତର ନର୍ସ ଏବଂ ପାରା ମେଡିକାଲ ଷ୍ଟାଫ କୋରୋନା ରୋଗୀଙ୍କ ସେବା କରୁଛନ୍ତି ସେମାନଙ୍କୁ ସେବାର 15 ଦିନ ପରେ ସେମାନଙ୍କ ସ୍ଵାବ ପରୀକ୍ଷା ହେବା ସହ ସେମାନଙ୍କୁ ହସ୍ପିଟାଲରେ ଫ୍ୟାସିଲିଟି କ୍ବାରେଣ୍ଟାଇନ ରଖାଯିବ। ସ୍ୱାବ ପରୀକ୍ଷା ପରେ ଯଦି କୋରୋନା ଲକ୍ଷଣ ନ ବାହାରିଲା ପୁଣି ସ୍ୱାସ୍ଥ୍ୟ ସେବା ରେ ନିୟୋଜିତ ହେବେ।
ହଟସ୍ପଟ ଚିହ୍ନଟ ହୋଇ ଥିବା ଦୁଇ ଜିଲ୍ଲାରେ 3 ପର୍ଯ୍ୟାୟରେ ପରୀକ୍ଷା ହେବ। ପ୍ରଥମ ପର୍ଯ୍ୟାୟରେ କୋରୋନା ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମଚାରୀ ଏବଂ ରୋଗୀଙ୍କ ପରିବାରର ସ୍ୱାବ ଟେଷ୍ଟ ହେବ। ଦ୍ବିତୀୟ ପର୍ଯ୍ୟାୟରେ ପୋଲିସ ଓ ମ୍ୟନସିପାଲଟି ସଫେଇ କର୍ମଚାରୀ ଙ୍କ ପରୀକ୍ଷା ହେବ। ତୃତୀୟ ପର୍ଯ୍ୟୟରେ ବଳକା ଲୋକଙ୍କ ରେଣ୍ଡମଲି ପରୀକ୍ଷା ହେବ ବୋଲି କହିଛନ୍ତି ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଅଜିତ ମହାନ୍ତି।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ