ETV Bharat / city

ସ୍ମାର୍ଟସିଟିର କନଭର୍ଜେନ୍ସ ଲେନକୁ ନେଇ ଟେନସନରେ ବିଏମସି - bhubaneswar

ସ୍ମାର୍ଟସିଟି ଭୁବନେଶ୍ୱରରେ ଅଛି ଅନେକ କନଭର୍ଜେନ୍ସ ଲେନ । କୁଢ଼କୁଢ଼ ଅଳିଆ ଆବର୍ଜନା ପଡିରହିଛି ଏହି ଲେନରେ । ନିୟମିତ ସଫେଇ ଆଧାରରେ ଘରକୁ ଘର ବୁଲି ସଫେଇ ଗାଡି ଅଳିଆ ସଂଗ୍ରହ କରୁଥିବା ବେଳେ କନଭର୍ଜେନ୍ସ ଲେନ ପ୍ରତି ପ୍ରଶାସନର ନିଘା ନାହିଁ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jun 19, 2019, 11:24 PM IST

ଭୁବନେଶ୍ବର: ସ୍ମାର୍ଟସିଟି ଭୁବନେଶ୍ୱରରେ ଅଛି ଅନେକ କନଭର୍ଜେନ୍ସ ଲେନ । କୁଢ଼ କୁଢ଼ ଅଳିଆ ଆବର୍ଜନା ପଡିରହିଛି ଏହା ଲେନରେ । ନିୟମିତ ସଫେଇ ଆଧାରରେ ଘରକୁ ଘର ବୁଲି ସଫେଇ ଗାଡି ଅଳିଆ ସଂଗ୍ରହ କରୁଥିବା ବେଳେ କନଭର୍ଜେନ୍ସ ଲେନ ପ୍ରତି ପ୍ରଶାସନର ନିଘା ନାହିଁ । ଏନେଇ ସାଧାରଣରେ ଉଠୁଛି ଅନେକ ପ୍ରଶ୍ନ । ଘର ପଛପଟରୁ ଅଳିଆ ସଫା କରିବ କିଏ ? ୫୦ ଦଶକରୁ ରାଜଧାନୀ ଭୁବନେଶ୍ୱରରେ ସରକାରୀ କ୍ୱାଟର୍ସ ମଝିରେ ଭବିଷ୍ୟତରେ ନିର୍ମାଣ, ରକ୍ଷଣାବେକ୍ଷଣ ,ସ୍ବେରେଜ ଲାଇନ , ପାନୀୟ ଜଳ ପାଇଁ ପାଇପ ଲାଇନ ଯୋଗୁଁ ଗଢ଼ା ହୋଇଥିଲା କନଭର୍ଜେନ୍ସ ଲେନ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ସହରାଞ୍ଚଳର ବାସ ସ୍ଥାନ ଗୁଡିକୁ ସୁସ୍ଥକର ଓ ବାୟୁ ଚଳାଚଳର ସୁବିଧା ନିମନ୍ତେ କନଭର୍ଜେନ୍ସ ଥାଇ କ୍ୱାଟର୍ସ ନିର୍ମାଣ କରାଯାଇଥିଲା । ପରବର୍ତ୍ତୀ ସମୟରେ ଏହା ଡ଼ଷ୍ଟବିନ ତୁଲ୍ୟ ହୋଇଛି । ମହାନଗର ନିଗମ ଅଞ୍ଚଳରେ ସଫେଇ ଦାୟିତ୍ୱ ନେଇଛନ୍ତି ସଫେଇ ସେବା ପ୍ରଦାନକାରୀ ଅନୁଷ୍ଠାନ ରାମକୀ, ଜାଗୃତି ଏବଂ ପିଏମଆର । ସରକାରୀ କ୍ୱାଟର୍ସ ବାସିନ୍ଦା କିଛି କରୁନାହାଁନ୍ତି । ଏଣେ କୁଢ଼ କୁଢ଼ ଅଳିଆ ଆବର୍ଜନା ପଡିରହିଛି ,ଅନେକ ସ୍ଥାନରେ ଜବର ଦଖଲ ମଧ୍ୟ ହୋଇଛି । ନିର୍ମାଣ ଏବଂ ଭଗ୍ନାବଶେଷ ବର୍ଜ୍ୟବସ୍ତୁ ବି ପଡିରହିଛି ।

ତେବେ ଆଗକୁ ଆସୁଛି ବର୍ଷା ଦିନ, ଯଦି କନଭର୍ଜେନ୍ସ ପରିଚ୍ଛନତା ନିୟମିତ ନହୁଏ , ମଶା ଜନ୍ମ ହେବାର ସମ୍ଭାବନା ବହୁ ଅଧିକ ଯଦ୍ୱାରା ଅଧିକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବ ବୋଲି ସ୍ୱାସ୍ଥ୍ୟ ଅଧିକାରୀଙ୍କ ମତ ରହିଛି । ବିଏମସି କର୍ତ୍ତୃପକ୍ଷ କନଭର୍ଜେନ୍ସ ଲେନ ସଫେଇ ପ୍ରତି ଧ୍ୟାନ ନଦେବା ଏବେ ଚିନ୍ତାର କାରଣ । କନଭର୍ଜେନ୍ସ ଲେନର ବର୍ତ୍ତମାନ ସମୟରେ ଆବଶ୍ୟକତା କମ୍ କାରଣ ଘର ସାମ୍ନାରେ ସ୍ବେରେଜ ଲାଇନ ଯାଉଛି । ତେଣୁ ତୁରନ୍ତ ସଫେଇ କରାଯିବାର ଆବଶ୍ୟକତା ରହିଛି।

ସଚେତନ ରହିବା ଦରକାର । ମାତ୍ର ତାହା ନକରି ଅଭ୍ୟାସଗତ ଭାବେ ଲେନର ପରିବେଶ ଖରାପ କରୁଛନ୍ତି ,କୁଢ଼ କୁଢ଼ ଅଳିଆ ପକାଉଛନ୍ତି ଯାହା ନେଇ ପରିବେଶ ଦୂଷିତ ହେଉଛି ବୋଲି ଜାଗୃତି ସଫେଇ ସଂସ୍ଥାର ପ୍ରକଳ୍ପ ଅଧିକାରୀ ସୁରେଶ କୁମାର ଜେନା କହିଛନ୍ତି । କନଭର୍ଜେନ୍ସ ଲେନ ଏକ ପୁରୁଣା ଚିନ୍ତାଧାରା । ତେବେ ଆଗକୁ ବିଏମସି ଚେଷ୍ଟା କରୁଛି ଲୋକମାନଙ୍କୁ ସାଙ୍ଗରେ ନେଇ ସଫେଇ କାର୍ଯ୍ୟ ତ୍ୱରାନ୍ୱିତ କରିବ ବୋଲି ଭୁବନେଶ୍ୱର ମହାନଗର ନିଗମ ସହର ସ୍ୱାସ୍ଥ୍ୟ ଅଧିକାରୀ ଡ଼. ବସନ୍ତ କୁମାର ମିଶ୍ର କହିଛନ୍ତି।

ସେପଟେ ଭୁବନେଶ୍ୱର ସିଟି ଅର୍ବାନ ପ୍ଲାନର ଡ଼. ପୀୟୂଷ ରଞ୍ଜନ ରାଉତଙ୍କ ମତରେ ଭୁବନେଶ୍ୱରରେ ପୁରୁଣା ଢଙ୍ଗରେ କନଭର୍ଜେନ୍ସ ଲେନ ତିଆରି କରାଯାଇଥିଲା । ଯେହେତୁ ଶୌଚାଳୟ ଘର ପଛ ଭାଗରେ ଥିଲା ତେଣୁ ପଛ ପାଖରେ କନଭର୍ଜେନ୍ସ ଲେନ କରାଯାଇଥିଲା । ସରକାରଙ୍କୁ ଅନେକ ଥର ଏ ବିଷୟରେ ଅବଗତ କରାଯାଇଛି । କନଭର୍ଜେନ୍ସ ଲେନର ସୌନ୍ଦର୍ଯ୍ୟ ବଢାଇବା ପାଇଁ ଛୋଟ ଛୋଟ ଗଛ ଲଗାଇ, ରକ୍ଷଣାବେକ୍ଷଣ କଲେ ଭଲ ହୁଅନ୍ତା ।

ବର୍ତ୍ତମାନ ପରିସ୍ଥିତିରେ ବିଏମସି କନଭର୍ଜେନ୍ସ ଲେନ ସଫେଇକୁ ଅଗ୍ରାଧିକାର ଦେବାର ଆବଶ୍ୟକତା ରହିଛି। ଅଳିଆ ଢାଳିବା ନେଇ ପ୍ରଶାସନ ପକ୍ଷରୁ ନିୟମକୁ କଡାକଡ଼ି କରାଯିବା ଦରକାର, ନଚେତ ରାଜଧାନୀ ଭୁବନେଶ୍ୱରରେ ମଶା ର ପ୍ରଭାବ ,ଦୂଷିତ ପରିବେଶ ପାଇଁ ରୋଗୀ ସଂଖ୍ୟା ବଢିବ ବୋଲି ସାଧାରଣରେ ଅନେକ ଆଲୋଚନା।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.