ETV Bharat / city

ଗଞ୍ଜେଇକୁ ଚିଲମ ଭିତରେ ସିମୀତ କରାନଯାଉ: ତଥାଗତ ଶତପଥୀ

author img

By

Published : Nov 20, 2019, 6:22 AM IST

ଗଞ୍ଜେଇ ଚାଷକୁ ସମର୍ଥନ କରିଛନ୍ତି ତଥାଗତ ଶତପଥୀ । ସେ କହିଛନ୍ତି ଗଞ୍ଜେଇ ଚାଷର ଔଷଧୀୟ ଗୁଣକୁ ଆଗକୁ ଆଣାଯାଉ। ଗଞ୍ଜେଇ କେବଳ ଗୋଟିଏ ନିଶା ଦ୍ରବ୍ୟ ନୁହେଁ ଗଞ୍ଜେଇ ଦ୍ଵାରା କ୍ୟାନସର, ଶ୍ବାସ ରୋଗ ପାଇଁ ଔଷଧ ତିଆରି ହୁଏ ।

ଗଞ୍ଜେଇକୁ ଚିଲମ ଭିତରେ ସିମୀତ କରାନଯାଉ: ତଥାଗତ ଶତପଥୀ

ଭୁବନେଶ୍ବର: ପୂର୍ବତନ ସାଂସଦ ତଥା ବିଜେଡି ନେତା ତଥାଗତ ଶତପଥୀ ଗଞ୍ଜେଇ ଚାଷକୁ ସମର୍ଥନ କରିବା ପରେ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଗୋଟିଏପଟେ ରାଜ୍ୟ ସରକାର ମଙ୍ଗଳବାର ଅବକାରୀ ବୈଠକରେ ଗଞ୍ଜେଇ ଚାଷକୁ ଆଇନସଙ୍ଗତ କରିବା ପ୍ରସ୍ତାବକୁ ଖାରଜ କରିଦେଇଛନ୍ତି । ଏହାର ଔଷଧୀୟ ଗୁଣ ଯୋଗୁଁ ଅନେକ ଶିଳ୍ପ ସଂସ୍ଥା ଗଞ୍ଜେଇ ଚାଷକୁ ଆଇନସଙ୍ଗତ କରିବାକୁ ପ୍ରସ୍ତାବ ଦେଇଥିଲେ ମଧ୍ୟ ବୈଠକରେ ଏହା ଖାରଜ କରାଯାଇଛି ।

ଏନେଇ ପ୍ରତିକ୍ରିୟା ପ୍ରକାଶ କରି ତଥାଗତ କହିଛନ୍ତି, ଗଞ୍ଜେଇ ଚାଷର ଔଷଧୀୟ ଗୁଣକୁ ଆଗକୁ ଆଣିବା ଦରକାର । ତଥାଗତ କହିଛନ୍ତି ଯେ ଗଞ୍ଜେଇରେ ଅନେକ ଲାଭଦାୟକ ଦିଗ ଅଛି । ଗଞ୍ଜେଇ କେବଳ ଗୋଟିଏ ନିଶା ଦ୍ରବ୍ୟ ନୁହେଁ ଗଞ୍ଜେଇ ଦ୍ଵାରା କ୍ୟାନସର, ଶ୍ବାସ ରୋଗ ପାଇଁ ଔଷଧ ତିଆରି ହୁଏ । ଗଞ୍ଜେଇକୁ କେବଳ ଚିଲମ ଭିତରେ ସିମୀତ କରାନଯାଉ ବୋଲି ସେ କହିଛନ୍ତି । ଆମ ଦେଶରେ ଗଞ୍ଜେଇର ଜନ୍ମ ହୋଇଛି । ମାତ୍ର ଆମେ ଦେଶର ଜିନିଷକୁ ଦୂରେଇ ଦଉଛେ । ସରକାର ଭୟଭୀତ ହୋଇଛନ୍ତି । ଯେହେତୁ ମଦକୁ ନିକଟରେ ଲିଗାଲାଇଜ କରିଛନ୍ତି, ଏବେ ଗଞ୍ଜେଇକୁ ଲିଗାଲାଇଜ କଲେ ବିରୋଧ ହେବା ଭୟରେ କରୁନାହାଁନ୍ତି ।

ଏହାସହ ଗଞ୍ଜେଇ ଚାଷକୁ ଡିକ୍ରିମିନାଲାଇଜେସନ କରାଯିବା ପାଇଁ ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଗଞ୍ଜେଇ ଚାଷ ସହଜ, ସେଥିରେ ବେଶି ପାଣି, ଖତ, ସାର ଦରକାର ନାହିଁ । କ୍ଷୁଦ୍ର ଚାଷୀମାନେ ଏହାକୁ ଚାଷ କରି ବେଶ ଲାଭବାନ ହେବେ । ରାଜ୍ୟ ସରକାର ଗଞ୍ଜେଇ ଚାଷକୁ ପ୍ରୋତ୍ସାହନ ଦେବା ଦରକାର । ରାଜ୍ୟ ସରକାର ଏହାକୁ ମନା କରିବା ସମ୍ପୂର୍ଣ୍ଣ ଦୂରଦୃଷ୍ଟିହୀନତା । ଆଇନରେ ସଂଶୋଧନ ଆଣି ଗଞ୍ଜେଇ ଚାଷକୁ ଅନୁମତି ଦେବା ଉଚିତ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ପୂର୍ବତନ ସାଂସଦ ତଥା ବିଜେଡି ନେତା ତଥାଗତ ଶତପଥୀ ଗଂଜେଇ ଚାଷକୁ ସମର୍ଥନ କରିବା ପରେ ପୁଣି ଚର୍ଚ୍ଚାର ପରିସରକୁ । ଗୋଟିଏ ପଟେ ରାଜ୍ୟ ସରକାର
ଆଜି ଅବକାରୀ ବୈଠକରେ ଗଞ୍ଜେଇ ଚାଷକୁ ଆଇନସଙ୍ଗତ କରିବା ପ୍ରସ୍ତାବକୁ ଖାରଜ କରି ଦେଇଛି ଆଇନ ବିଭାଗ। ଏହାର ଔଷଧୀୟ ଗୁଣ ଯୋଗୁଁ ଅନେକ ଶିଳ୍ପ ସଂସ୍ଥା ଗଞ୍ଜେଇ ଚାଷକୁ ଆଇନସଙ୍ଗତ କରିବାକୁ ପ୍ରସ୍ତାବ ଦେଇଥିଲେ ମଧ୍ୟ ବୈଠକରେ ଖାରଜ କରିଛନ୍ତି ।

Body:ଏ ନେଇ ପ୍ରତିକ୍ରିୟା ପ୍ରକାଶ କରି ତଥାଗତ କହିଛନ୍ତି,
ଗଂଜେଇ ଚାଷର ଔଷଧୀୟ ଗୁଣକୁ ଆଗକୁ ଆଣି ଏହାକୁ ପ୍ରୋତ୍ସାହନ ଦେବା ଲାଗି ଯୁକ୍ତି ରଖିଛନ୍ତି ।

ତଥାଗତ କହିଛନ୍ତି ଯେ ଗଂଜେଇରେ ଅନେକ ଲାଭଦାୟକ ଦିଗ ଅଛି । ଗଞ୍ଜେଇ କେବଳ ଗୋଟିଏ ନିଶା ଦ୍ରବ୍ୟ ନୁହେଁ ଗଞ୍ଜେଇ ଦ୍ଵାରା କ୍ୟାନସର, ସ୍ୱାସ ରୋଗ ପାଇଁ ଏଥିରୁ ଔଷଧ ତିଆରି ହୁଏ ।ଗଞ୍ଜେଇ କୁ କେବଳ ଚିଲମ ଭିତରେ ସିମୀତ କରା ନଜାଉ ବୋଲି ସେ କହିଛନ୍ତି ।ଆମ ଦେଶରେ ଗଞ୍ଜେଇ ରଜନ୍ମ ହୋଇଛି ।ଆମ ଦେଶର ଜିନିଷ କୁ ଦୁରେଇ ଦଉଛି ।ସରକାର ଭୟଭୀତ ହୋଇଛନ୍ତି ।ଯେହେତୁ ମଦକୁ ନିକଟରେ ଲିଗାଲାଇଜ କରିଛନ୍ତି ,ଏବେ ଗଞ୍ଜେଇ କୁ ଲିଗାଲାଇଜ କଲେ
ବିରୋଧ ହେବା ଭୟରେ କରୁନାହାନ୍ତି ।
ଗଂଜେଇ ଚାଷକୁ ଡିକ୍ରିମିନାଲାଇଜେସନ କରାଯିବା ପାଇଁ ସେ କହିଛନ୍ତି । Conclusion:ସେ ଆହୁରି ମଧ୍ୟ କହିଛନ୍ତି ଗଂଜେଇ ଚାଷ ସହଜ, ସେଥିରେ ବେଶି ପାଣି, ଖତ, ସାର ଦରକାର ନାହିଁ । କ୍ଷୁଦ୍ର ଚାଷୀମାନେ ଏହାକୁ ଚାଷ କରି ବେଶ ଲାଭବାନ ହେବେ । ରାଜ୍ୟ ସରକାର ଗଂଜେଇ ଚାଷକୁ ପ୍ରୋତ୍ସାହନ ଦେବା ଦରକାର । ରାଜ୍ୟ ସରକାର ଏହାକୁ ମନା କରିବା ସମ୍ପୂର୍ଣ୍ଣ ଦୂରଦୃଷ୍ଟିହୀନତା । ଆଇନରେ ସଂସୋଧନ ଆଣି ଗଂଜେଇ ଚାଷକୁ ଅନୁମତି ଦେବା ଉଚିତ ବୋଲି ସେ କହିଛନ୍ତି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.