ଭୁବନେଶ୍ବର: ସେସୁକୁ ଟାଟା ପାଓ୍ଵାର ହାତକୁ ନେବା ପରେ ସେସୁ କର୍ମଚାରୀ ମାନେ ସଙ୍କଟରେ ଥିଲେ । ଏବେ ଏହି ସଙ୍କଟ ଟଳିଛି । ଏନେଇ ରାଜ୍ୟ ସରକାରଙ୍କ ପାଖରେ ବିଦ୍ୟୁତ କର୍ମଚାରୀ ସଙ୍ଘ ପକ୍ଷରୁ ପିଟିସନ ଫାଇଲ କରିବା ସହ ମନ୍ତ୍ରୀ ଓ ସଚିବ ଙ୍କ ସହ ଆଲୋଚନା ହୋଇଥିଲା ।
ଏନେଇ ଟାଟା ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ସେସୁର କର୍ମଚାରୀ ମାନଙ୍କର ସମସ୍ତ ସର୍ତ୍ତାବଳୀ ରହିବ । ନିଯୁକ୍ତି ଓ ପ୍ରମୋସନ ଦିଆଯିବ ବୋଲି ସୂଚନା ଦେଇଛନ୍ତି ବିଦ୍ୟୁତ କର୍ମଚାରୀ ସଂଘ ସଭାପତି ସୁବାଷ ସିଂହ ସୂଚନା ଦେଇଛନ୍ତି ।
ଏହାସହ ସେଫଟି ଓ ସିକ୍ୟୁରିଟି କୁ ମଧ୍ୟ ଧ୍ୟାନ ଦେବା ପାଇଁ ଟାଟା ପାଓ୍ଵାର ପକ୍ଷରୁ ସହମତି ଜଣାଇଛନ୍ତି । ଅନ୍ୟପଟେ ମୁଖ୍ୟ 5ଟି ଦାବିକୁ ପୂରଣ କରିବେ ବୋଲି କହିଛନ୍ତି ସୁବାଷ ସିଂହ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ