ETV Bharat / city

ଟ୍ରାଫିକ କଟକଣା ନେଇ ସରକାରଙ୍କୁ ସୁରଙ୍କ ଚେତାବନୀ

ଗତକାଲିଠୁ ଆରମ୍ଭ ହୋଇଯାଇଛି ଫାଇନ ଆଦାୟ । ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଚାଳକଙ୍କ ଉପରେ ଚଡ଼କ ପକାଇଛି ପୋଲିସ । ଏପଟେ ପୋଲିସର ଏପରି କାର୍ଯ୍ୟାନୁଷ୍ଠାନ ନେଇ ସରକାରଙ୍କୁ ଚେତାବନୀ ଦେଇଛି କଂଗ୍ରେସ । ଅଧିକ ପଢନ୍ତୁ....

author img

By

Published : Mar 2, 2020, 12:27 PM IST

Updated : Mar 2, 2020, 4:59 PM IST

congress-office
congress-office

ଭୁବନେଶ୍ବର: ନୂଆ ଟ୍ରାଫିକ ନିୟମ ଓ ଟ୍ରାଫିକ ସମସ୍ୟାକୁ ନେଇ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପ୍ରେସମିଟ । ପୋଲିସ ଜନ ସାଧାରଣଙ୍କ ଉପରେ ଅତ୍ୟାଚାର କରିଥିବା ଅଭିଯୋଗ ଆଣିଛି କଂଗ୍ରେସ । ଜବରଦସ୍ତ ଖରାପ ବ୍ୟବହାର କରି ଯେଉଁଭଳି ପରିସ୍ଥିତି ସୃଷ୍ଟି କରାଯାଉଛି ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ବିଧାୟକ ସୁର ରାଉତରାୟ ।

ଟ୍ରାଫିକ କଟକଣା ନେଇ ସରକାରଙ୍କୁ ସୁରଙ୍କ ଚେତାବନୀ

ମାଟ୍ରିକ ପରୀକ୍ଷା ଚାଲିଛି, କିଏ ହସ୍ପିଟାଲ ଯାଉଛି । ଏହି ସମୟରେ ମା ଭଉଣୀ ମାନଙ୍କ ପ୍ରତି ଅତି ଖରାପ ବ୍ୟବହାର କରାଯାଉଛି । ଏହା କଣ ହିଟଲରି ଶାସନ ବୋଲି ପ୍ରଶ୍ନ କରିଛନ୍ତି ସୁର । ଏପରି ଦୁର୍ବବ୍ୟହାର ସହ ସିଷ୍ଟମ ବନ୍ଦ କରିବାକୁ ସରକାରଙ୍କୁ ଚେତାବନୀ ଦେଇଛି କଂଗ୍ରେସ । ନଚେତ ରାଜ୍ୟବ୍ୟାପୀ ଆରଟିଓ ଅଫିସ ଓ କମିଶନରେଟ ଅଫିସକୁ କଂଗ୍ରେସ ଘେରାଓ କରିବ ବୋଲି ସେ କହିଛନ୍ତି ।

ବେକାରୀ ବଢ଼ିଛି, ନିଯୁକ୍ତି ନାହିଁ ଧମକ ଦେଇ ଟଙ୍କା ଆଦାୟ ଚାଲିଛି । ଆରଟିଓ ଅଫିସରେ କର୍ମଚାରୀ ନାହାଁନ୍ତି, ପାର୍କିଙ୍ଗ ଓ ଆନୁସଙ୍ଗିକ ବ୍ୟବସ୍ଥା ନଥିବା ବେଳେ ଏ ଫାଇନ ଏକପ୍ରକାର ଅତ୍ୟାଚାର। ଭୁଲ ଥିଲେ ବୁଝାଇ ସୁଝାଇ ସରକାର କାମ କରନ୍ତୁ ଏବଂ ଲୋକଙ୍କୁ ନିୟମ ମାନିବାକୁ ସରକାର ଅପିଲ କରନ୍ତୁ ବୋଲି ସୁର ରାଉତରାୟ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Mar 2, 2020, 4:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.