ETV Bharat / city

କୋଟିଆ ପ୍ରସଙ୍ଗ: ଆଜି ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ କରିବେ ଶୁଣାଣି - kotia issue

କୋଟିଆ ପ୍ରସଙ୍ଗ: ଶୁକ୍ରବାର ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ କରିବେ ଶୁଣାଣି

author img

By

Published : Feb 11, 2021, 7:49 PM IST

Updated : Feb 12, 2021, 6:48 AM IST

19:36 February 11

କୋଟିଆ ପ୍ରସଙ୍ଗ: ଆଜି ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ କରିବେ ଶୁଣାଣି

ଭୁବନେଶ୍ବର: କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ବିରୋଧରେ ଦାଖଲ ଅଦାଲତ ଅବମାନନା ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି । ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ  ।  

କୋର୍ଟ ନମ୍ବର 35ରେ କୋଟିଆ ପ୍ରସଙ୍ଗରେ ଦାଖଲ ଆବେଦନର ଶୁଣାଣି ହେବ । ଆବେଦର ଶୁଣାଣି କରିବେ ସୁପ୍ରିମକୋର୍ଟଙ୍କ 2 ଜଣିଆ ବରିଷ୍ଠ ବିଚାରପତିଙ୍କ ଖଣ୍ଡପୀଠ । ଏହି ଖଣ୍ଡପୀଠରେ ସାମିଲ ଅଛନ୍ତି ବିଚାରପତି ଏଏମ ଖାନୱିଲକର ଓ ବିଚାରପତି ଅନିରୁଦ୍ଧ ବୋଷ । ଓଡିଶା ପକ୍ଷରୁ ଏହି ମାମଲା AOR ଶିବ ଶଙ୍କର ଲଢିବାକୁ ଥିବା ବେଳେ ଆନ୍ଧ୍ର ପକ୍ଷରୁ ଲଢିବେ ଆଇନଜୀବୀ ମୁଦେହରୀ ଜବାହରଲାଲ ।  

କୋଟିଆରେ ନିର୍ବାଚନ କରୁଛି ଆନ୍ଧ୍ରପ୍ରଦେଶ । ଏନେଇ ସୁପ୍ରିମକୋର୍ଟରେ ଅଦାଲତ ଅବମାନନା ଆବେଦନ ଦାଖଲ କରିଥିଲେ ରାଜ୍ୟ ସରକାର । ଏହି ଆବେଦନକୁ ସୁପ୍ରିମକୋର୍ଟ ଗ୍ରହଣ କରିବା ସହ ଆଜି ଶୁଣାଣି କରିବେ ।

କୋଟିଆ ପ୍ରସଙ୍ଗରେ ରାଜ୍ୟ ସରକାର ବୁଧବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଅଦାଲତ ଅବମାନନା ନେଇ ରାଜ୍ୟ ସରକାର ମାମଲା ରୁଜୁ କରିଥିଲେ । ୧୯୬୮ରେ ସ୍ଥିତାବସ୍ଥା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ୨୦୦୬ରେ ପୁଣି ଥରେ ସ୍ଥିତାବସ୍ଥା ପାଇଁ ବି ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଆନ୍ଧ୍ର ସରକାର ଏହାକୁ ପାଳନ କରି ନଥିବାରୁ ପୁଣି ଆବେଦନ ଦାଖଲ କରାଯାଇଥିଲା । ତେବେ ତ୍ୱରିତ ଶୁଣାଣି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପିଟିସନ ଦାଏର ହୋଇଥିଲା ।

ତେବେ କୋଟିଆ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବାକୁ ମଙ୍ଗଳବାର ଆଇନ ବିଭାଗ AOR (Advocate On Record) ଶିବ ଶଙ୍କର ମିଶ୍ରଙ୍କୁ ଚିଠି ଲେଖିଥିଲେ ରାଜ୍ୟସରକାର ।  କୋରାପୁଟ କୋଟିଆର 3 ଟି ଗ୍ରାମରେ ଆନ୍ଧ୍ରପ୍ରଦେଶ ଦ୍ବାରା କରାଯାଉଥିବା ପଞ୍ଚାୟତ ନିର୍ବାଚନକୁ ବନ୍ଦ କରିବା ନେଇ ସୁପ୍ରିମକୋର୍ଟରେ ଏହି ଆବେଦନ କରାଯାଇଛି ।

ସୋମବାର କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ଘୋଷଣାକୁ ବିରୋଧ କରି ଓଡ଼ିଶା ସରକାର ସୁପ୍ରିମ‌କୋର୍ଟ ଯିବା ନେଇ ନିଷ୍ପତ୍ତି ନେଇଥିଲେ । ଏହି ପ୍ରସଙ୍ଗରେ ଆଇନଗତ ପଦକ୍ଷେପ ଗ୍ରହଣ ପାଇଁ ରାଜ୍ୟ ସରକାର ଆଡଭୋକେଟ ଜେନେରାଲଙ୍କ ମତାମତ ଲୋଡ଼ିଥିଲେ ।  

Last Updated : Feb 12, 2021, 6:48 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.