ETV Bharat / city

Panchayat Poll: ଚାଲିଛି ଯାଞ୍ଚ, 25ରୁ ଅସଲ ଲଢେଇ - ପଞ୍ଚାୟତ ନିର୍ବାଚନ ନେଇ ସୁବାସ ସିଂଙ୍କ ମନ୍ତବ୍ୟ

ପଞ୍ଚାୟତ ନିର୍ବାଚନ ନେଇ ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଛି । ଯାଞ୍ଚ ପ୍ରକ୍ରିୟା ଚାଲିଥିବା ବେଳେ 25 ତାରିଖରେ ନିର୍ବାଚନ କମିଶନର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରିବେ । ଏହା ସହ ସରଗରମ ହେବ ପ୍ରଚାର । ତେବେ ଅସନ୍ତୁଷ୍ଟଙ୍କୁ ବୁଝାଇବା ଲାଗି ଅଣ୍ଟା ଭିଡିଛନ୍ତି ବିଭିନ୍ନ ଦଳ । ଅଧିକ ପଢନ୍ତୁ

PanchayatPoll
PanchayatPoll
author img

By

Published : Jan 23, 2022, 7:18 AM IST

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ନେଇ ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଛି । ଯାଞ୍ଚ ପ୍ରକ୍ରିୟା ଚାଲିଥିବା ବେଳେ 25 ତାରିଖରେ ନିର୍ବାଚନ କମିଶନର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରିବେ । ଏହା ସହ ସରଗରମ ହେବ ପ୍ରଚାର । ତେବେ ଅସନ୍ତୁଷ୍ଟଙ୍କୁ ବୁଝାଇବା ଲାଗି ଅଣ୍ଟା ଭିଡିଛନ୍ତି ବିଭିନ୍ନ ଦଳ ।

PanchayatPoll: ଚାଲିଛି ଯାଞ୍ଚ: 25 ରୁ ଆସଲ ଲଢେଇ

ବଢୁଛି ପଞ୍ଚାୟତ ନିର୍ବାଚନ ତାତି । ସରଗରମ ହେଉଛି ଗାଁ ରାଜନୀତି । ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସରିଛି ନାମାଙ୍କନ ଦାଖଲ ପ୍ରକ୍ରିୟା । ୱାର୍ଡ ସଭ୍ୟ ପାଇଁ 1 ଲକ୍ଷ 62 ହଜାର 297 ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ସରପଞ୍ଚ ପାଇଁ 34 ହଜାର 613 ଜଣ ଦାଖଲ କରିଛନ୍ତି । ସମିତି ସଭ୍ୟ ପାଇଁ 28 ହଜାର 153 ଜଣ ଓ ଜିଲ୍ଲା ପରିଷଦ ସଭ୍ୟ ପାଇଁ 3 ହଜାର 99ଓ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ପରେ ଆଜି ପ୍ରାର୍ଥୀପତ୍ର ଯାଞ୍ଚ କରାଯାଇଛି ।

ଆଜି ଠାରୁ 25 ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ସୁଯୋଗ ରହିଛି । ସେହିଦିନ ହିଁ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଅସନ୍ତୁଷ୍ଟଙ୍କୁ ବୁଝାଇବା ଲାଗି ପ୍ରକ୍ରିୟା ଆରମ୍ଭ କରିଛନ୍ତି ନେତା । ତୁଙ୍ଗ ନେତାଙ୍କ ଘରେ ବସୁଛି ତୁହାକୁ ତୁହା ବୈଠକ । ଅସନ୍ତୁଷ୍ଟଙ୍କ ମାନ ଭଞ୍ଜନ କରିବା ଲାଗି କରାଯାଉଛି ବ୍ୟବସ୍ଥା । କାହିଁକି ନା ଅସନ୍ତୁଷ୍ଟଙ୍କୁ ସନ୍ତୁଷ୍ଟ ନ କଲେ ଘାଟା ହେବ । ଦଳ ଅକଳରେ ପଡିବ । ପରାଜୟ ହେବାର ସମ୍ଭାବନା ରହିବ । ଏହା ସହ ଦଳ ସହ ବିଦ୍ରୋହ କରି ପ୍ରାର୍ଥୀ ହୋଇଥିବା ନେତାଙ୍କୁ ମଧ୍ୟ ଖୁସ କରିବା ଲାଗି ଚାଲିଛି କସରତ । ବିଜେଡି କହିଛି ଯେ, ସ୍ବଚ୍ଛତାର ସହ ପ୍ରାର୍ଥୀ ଚୟନ ହୋଇଛି । କୋଭିଡ ଗାଇଡ ଲାଇନକୁ ସମ୍ମାନ ଦେଇ ଦଳ ନାମାଙ୍କନ କରିଛି । ଲୋକଙ୍କ ସମର୍ଥନ ଥିବାରୁ ଜନମତ ବିଜେଡି ସପକ୍ଷରେ ରହିଛି । ଦଳ ସହମତି ଭିର୍ତିରେ ପ୍ରାର୍ଥୀ ଚୟନ କରିଛି । ତେଣୁ ବିଶେଷ କିଛି ସମସ୍ୟା ନାହିଁ । ଯେଉଁଠି ଉଣା ଅଧିକା ସମସ୍ୟା ରହିଛି ଆଲୋଚନା ମାଧ୍ୟମରେ ସମାଧାନ ହେବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.