ETV Bharat / city

ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାସ ଚୌହାନଙ୍କ ପରଲୋକ

author img

By

Published : May 10, 2020, 7:12 AM IST

Updated : May 10, 2020, 5:23 PM IST

ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାସ ଚୌହାନଙ୍କ ପରଲୋକ
ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାସ ଚୌହାନଙ୍କ ପରଲୋକ

07:07 May 10

ଭୁବନେଶ୍ବର: ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ସୁବାସ ଚୌହାନଙ୍କ ପରଲୋକ ହୋଇଛି । ଭୁବନେଶ୍ବରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଗତ ଗୁରୁବାର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ରବିବାର ଭୋର 3ଟାରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା । ସେ ଲିଭର କ୍ୟାନସରରେ ପୀଡିତ ଥିଲେ ।  

ମୃତ୍ୟୁ ଖବର ପ୍ରଚାର ହେବା ମାତ୍ରେ ଡାକ୍ତରଖାନାରେ ବହୁ ବିଶିଷ୍ଟ ବ୍ୟକ୍ତି, ସାମ୍ବାଦିକ, ଲେଖକ, ବିଜେଡିର ବହୁ ନେତା ଓ ଡବ୍ଲୁଡିସିର କର୍ମଚାରୀମାନେ ଶେଷଦର୍ଶନ କରି ତାଙ୍କ ମୃତଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ।  

ସୁବାସ ଚୌହାନ ଅବିବାହିତ ଥିଲେ । ସ୍ଵର୍ଗତ ଚୌହାନଙ୍କ ଜନ୍ମ ସ୍ଥାନ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଦହିତା ଗ୍ରାମପଞ୍ଚାୟତ ର ଆମ୍ବବାହାଲ ଗ୍ରାମରେ । ସେ ପିତା ସ୍ଵର୍ଗତ ଶ୍ୟାମ ସୁନ୍ଦର ଚୌହାନ ଏବଂ ମାତା ସୁମତି ଚୌହାନ ଙ୍କର ଦ୍ଵିତୀୟ ପୁତ୍ର । ପରିବାର କହିଲେ ମା, ବାପା, ଭାଇ ଓ ତାଙ୍କର ତିନି ଭଉଣୀ ସହିତ ୭ ଜଣ । ସ୍ଵର୍ଗତ ସୁବାସ ଚୌହାନ ପିଲାଦିନେ ପଦ୍ମପୁର ଖୁଣ୍ଟପାଳି ସ୍ଥିତ ତାଙ୍କ ମାମୁଘରେ ରହି ପାଠ ପଢୁଥିଲେ ।

ଖୁଣ୍ଟପାଳି ପ୍ରାଥମିକ ବିଦ୍ୟାଳୟରେ ପାଠପଢା ଆରମ୍ଭ କରି ସତିଭଟା ହାଇସ୍କୁଲଠାରେ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିଲେ । ହାଇସ୍କୁଲ ପରେ ସେ ପଦ୍ମପୁର କଲେଜରେ ଯୁକ୍ତ ତିନି ବିଜ୍ଞାନ ପାଠପଢିଥିଲେ ।ପରେ ସେ ଆରଏସଏସରେ ଯୋଗଦାନ କରିଥିଲେ ଏବଂ ପ୍ରଥମେ ସମ୍ବଲପୁର ଜିଲ୍ଲାର ବାମରାଠାରେ ଆରଏସଏସର ବିସ୍ତାରକ ହୋଇଥିଲେ । ଧୀରେ ଧୀରେ ସେ କୁଚିଣ୍ଡା, ସମ୍ବଲପୁର ଜିଲ୍ଲା ଓ ସୁନ୍ଦରଗଡ ଜିଲ୍ଲାର ମଧ୍ୟ ପ୍ରଚାରକ ଭାବେ ରହିଥିଲେ । ହିନ୍ଦୁ ଜାଗରଣ, ବଜରଙ୍ଗ ଦଳ ଆଦିର ପ୍ରମୁଖ ଦାୟିତ୍ଵ ନେବାପରେ ତାଙ୍କୁ ଜାତୀୟସ୍ତରୀୟରେ ମୁଖ୍ୟ ଦାୟିତ୍ଵ ଦିଆଯାଇଥିଲା ।  

ସ୍ଵର୍ଗତ ଚୌହାନ ୨୦୧୩ ମସିହାରେ ବିଜେପି ଦଳରେ ଯୋଗଦାନ କରି ୨୦୧୪ ମସିହାରେ ବରଗଡ ଲୋକସଭା ସାଂସଦୀୟ ଆସନରୁ ବିଜେପି ଦଳର ପ୍ରାର୍ଥୀ ହୋଇଥିଲେ । ତେବେ ୨୦୧୯ ନିର୍ବାଚନରେ ବିଜେପି ଦଳ ଅଣଦେଖା କରିବାରୁ ସେ ବିଜେପି ଦଳ ଛାଡି ୨୦୧୯  ଅପ୍ରେଲ ମାସରେ  ବିଜେଡ଼ି ଦଳରେ ଯୋଗଦାନ କରିଥିଲେ । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ  ସେପ୍ଟେମ୍ବର ମାସ ୨୬ ତାରିଖରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଦାୟିତ୍ଵ ଦେଇଥିଲେ । ମାତ୍ର କେବଳ ସାତ ମାସ ଦାୟିତ୍ବରେ ରହି ରବିବାର ଭୋର ୩ଟାରେ ସେ ପରଲୋକ ଗମନ କରିଛନ୍ତି |

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ବିକାଶ ଦାସ ଓ ବରଗଡରୁ ରାଜେଶ ସରାପଙ୍କ ରିପୋର୍ଟ, ଇଟିଭି ଭାରତ 

Last Updated : May 10, 2020, 5:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.