ETV Bharat / city

କେବେ ଫେରିବ +3 ଛାତ୍ରଛାତ୍ରୀଙ୍କ ଆଡମିଶନ ରିଫଣ୍ଡ ଟଙ୍କା - ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ ଆଡ଼ମିଶନ ରିଫଣ୍ଡ ଟଙ୍କା ଫେରିବା ଖବର

କେବେ ଫେରିପାଇବେ ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ ଆଡ଼ମିଶନ ରିଫଣ୍ଡ ଟଙ୍କା । ତୁରନ୍ତ ଟଙ୍କା ଫେରାଇ ଦେବାକୁ SAMS Odisha କୁ ନିବେଦନ କଲେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

କେବେ ଫେରିବ +3 ଛାତ୍ରଛାତ୍ରୀଙ୍କ ଆଡ଼ମିଶନ ରିଫଣ୍ଡ ଟଙ୍କା

author img

By

Published : Mar 17, 2022, 10:36 PM IST

ଭୁବନେଶ୍ବର: କେବେ ଫେରିପାଇବେ ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ ଆଡ଼ମିଶନ ରିଫଣ୍ଡ ଟଙ୍କା । ସାମ୍ସ ପାଖରେ ହଜାର ହଜାର ଟଙ୍କା ବକେୟା ରହିଥିବା ଅଭିଯୋଗ କରିବା ସହ ଏହାକୁ ତୁରନ୍ତ ଫେରାଇ ଦେବାକୁ ନିବେଦନ କରିଛନ୍ତି ଛାତ୍ରଛାତ୍ରୀ ।

କେବେ ଫେରିବ +3 ଛାତ୍ରଛାତ୍ରୀଙ୍କ ଆଡ଼ମିଶନ ରିଫଣ୍ଡ ଟଙ୍କା
SAMS Odisha ମାଧ୍ୟମର ଅନଲାଇନ ଆଡ଼ମିଶନ ହୋଇଥିଲା । କିଛିଦିନ ପରେ ୨ ପର୍ଯ୍ୟାୟରେ କିଛି ଛାତ୍ରଛାତ୍ରୀଙ୍କର ଅନ୍ୟ କଲେଜ ଆସିଥିଲା, ଯାହା ଫଳରେ ପ୍ରଥମେ ଆଡ଼ମିଶନ କରିଥିବା କଲେଜରୁ ଟିସି ନେଇ ୨ୟ ପର୍ଯ୍ୟାୟରେ ଆସିଥିବା କଲେଜରେ ଆଡ଼ମିଶନ କରିଥିଲେ । ପ୍ରଥମ ଠାରୁ ୨ୟ କଲେଜର ଆଡ଼ମିଶନ ରାଶି କମ୍ ଥିବାରୁ ଅନଲାଇନ ମାଧ୍ୟମରେ ଟଙ୍କା ପୈଠ ହେଇଥିଲେ ମଧ୍ୟ ଅବଶିଷ୍ଟ ଟଙ୍କା SAMS Odisha ପାଖରେ ରହିଛି । ସେହିପରି କେତେକ ଛାତ୍ରଛାତ୍ରୀ SAMS Odisha ର ପ୍ରକ୍ରିୟା ବାହାରେ ଥିବା କଲେଜରେ ଆଡ଼ମିଶନ କରିଥିଲେ ସେମାନଙ୍କର ମଧ୍ୟ SAMS Odisha ଦ୍ବାରା ହେଇଥିବା ଆଡ଼ମିଶନ ଟଙ୍କା SAMS Odisha ପାଖରେ ବ୍ଲକ୍ ହୋଇ ରହିଛି ।

କେତେକ ଛାତ୍ରଛାତ୍ରୀଙ୍କ ୧୦ ହଜାର, ୨୦ ହଜାର ଟଙ୍କା ରହିଛି । ଛାତ୍ରଛାତ୍ରୀ ଓ ଅଭିଭାବକମାନେ SAMS Odisha ର ସାହାଯ୍ୟକାରୀ ନମ୍ବରରେ କଲ୍ କରି ସମସ୍ୟା ଜଣାଇଲେ ମଧ୍ୟ ସେମିତି କିଛି ଠିକ୍ ତଥ୍ୟ ଦେଇପରୁନି ସଂସ୍ଥା । ଯାହା ଦ୍ବାରା ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଟଙ୍କା ଫେରସ୍ତ ପାଇବେ କି ନାହିଁ ତାଙ୍କ ମନରେ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

For All Latest Updates

TAGGED:

SAMS Odisha
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.