ଭୁବନେଶ୍ବର: ବିଜେବି ଛାତ୍ରୀଙ୍କ ଆତ୍ମହତ୍ୟାକୁ ନେଇ ତେଜୁଛି ଆନ୍ଦୋଳନ । ସୁଇସାଇଡ ନୋଟରେ ଲେଖା ହେଇଥିବା ୩ଜଣ ସିନିୟର ଓ କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ତେଜିଲା ଆନ୍ଦୋଳନ । ବିଜେବି କଲେଜ ସମ୍ମୁଖରେ ଏକାଠି ହୋଇ ଆନ୍ଦୋଳନ କଲା ଛାତ୍ର ସଙ୍ଗଠନ ।
ନବ ନିର୍ମାଣ ଛାତ୍ର ସଂଗଠନ ସହ ଅଲ ଇଣ୍ଡିଆ ଷ୍ଟୁଡେଣ୍ଟ ଫେଡେରେସନ ଓ ଛାତ୍ର କଂଗ୍ରେସ ମଧ୍ୟ ବିରୋଧ ପ୍ରଦର୍ଶନ କରିଛନ୍ତି । ଅନ୍ୟପଟେ ଝିଅକୁ ନ୍ୟାୟ ଦେବାକୁ କଲେଜ ଗେଟ ସମ୍ମୁଖରେ ଅଡି ବସିଛନ୍ତି ପରିବାର ଲୋକେ । ଏନେଇ କମିସନରେଟ ପୋଲିସର ସିନିୟର ଅଧିକାରୀ ପରିବାରକୁ ଭେଟିଥିଲେ ମଧ୍ୟ ଆନ୍ଦୋଳନରୁ ଓହରିବାକୁ ପ୍ରସ୍ତୁତ ନଥିବା କହିଛନ୍ତି ରୁଚିକାଙ୍କ ପରିବାର ଲୋକେ । ଅନ୍ୟପଟେ ଏଘଟଣାକୁ ଚପାଇବାକୁ ଉଦ୍ୟମ କରାଯାଉଥିବା ଅଭିଯୋଗ କରିଛନ୍ତି । ଏଥିରେ କଲେଜ କର୍ତ୍ତୃପକ୍ଷ ଓ ପୋଲିସ ସିନିୟର ଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଚପାଇଦେବାକୁ ଉଦ୍ୟମ କରାଯାଉଥିବା କହିଛନ୍ତି ।