ETV Bharat / city

ଲକ୍ଷ୍ମୀପୁର ଖେରୀ ଚାଷୀ ହତ୍ୟା ଘଟଣାକୁ ନେଇ ଛାତ୍ର କଂଗ୍ରେସର ବିକ୍ଷୋଭ

author img

By

Published : Oct 4, 2021, 10:36 PM IST

ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଚାଷୀ ହତ୍ୟା ଘଟଣାରେ ଯୋଗୀ ସରକାର ଓ କେନ୍ଦ୍ର ସରକାର ବିରୋଧରେ ଛାତ୍ର କଂଗ୍ରେସର ବିକ୍ଷୋଭ । ଅଧିକ ପଢନ୍ତୁ...

Student congress protest on laxmipur kheri issue in capital
ଲକ୍ଷ୍ମୀପୁର ଖେରୀ ଚାଷୀ ହତ୍ୟା ଘଟଣାକୁ ନେଇ ଛାତ୍ର କଂଗ୍ରେସର ବିକ୍ଷୋଭ

ଭୁବନେଶ୍ବର : ଚାଷୀ ହତ୍ୟା ଘଟଣାକୁ ଛାତ୍ର କଂଗ୍ରେସର ବିକ୍ଷୋଭ । ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରୀ ଚାଷୀ ହତ୍ୟା ଘଟଣାରେ ଯୋଗୀ ସରକାର ଓ କେନ୍ଦ୍ର ସରକାର ବିରୋଧରେ ଛାତ୍ର କଂଗ୍ରେସ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛି ।

ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରୀର ଚାଷୀ ହତ୍ୟା ଘଟଣାରେ ଯୋଗୀ ସରକାର ଓ କେନ୍ଦ୍ର ସରକାର ବିରୋଧରେ ଛାତ୍ର କଂଗ୍ରେସ ରାଲି ଓ ବିକ୍ଷୋଭ ପ୍ରଦର୍ଶନ କରିଛି। ବିଜେପି ଏମପିଙ୍କ ପୁଅ ଗାଡ଼ି ଚଢାଇ 4 ଚାଷୀଙ୍କୁ ହତ୍ୟା କରିଥିବା ଅଭିଯୋଗ କରି ଯୋଗୀ ସରକାର ବିରୋଧରେ ନାରାବାଜି କରିଛି। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ସହ ମୃତ ଚାଷୀଙ୍କୁ 2 କୋଟି ଟଙ୍କାର କ୍ଷତିପୂରଣ ଦିଆଯାଉ ବୋଲି ଦାବି କରିଛି ଛାତ୍ର କଂଗ୍ରେସ। ଏହା ସହ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କୁ ଅଟକ ରଖିବାକୁ ନେଇ ଘୋର ନିନ୍ଦା କରିଛି ଛାତ୍ର କଂଗ୍ରେସ। ଏହ ପ୍ରତିବାଦରେ କଂଗ୍ରେସ ବିଧାୟକ ସୁର ରାଉତରାୟ ସାମିଲ ହୋଇ କେନ୍ଦ୍ର ସରକାର ଓ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଥିଲେ। ମୋଦି ଓ ଯୋଗୀ ସରକାର ଚାଷୀ ବିରୋଧୀ ସରକାର କଂଗ୍ରେସ କହିଛି ।

ସୂଚନାଥାଉକି ଗତକାଲି ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀରେ ଗୃହରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ ଆଶିଷ ମିଶ୍ରା ଚାଷୀଙ୍କ ଆନ୍ଦୋଳନ ଚାଲିଥିବାବେଳେ ଗାଡି ମଡାଇ ଦେଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟିଛି । ଯେଉଁଥିରେ ୪ ଜଣ ଚାଷୀ ରହିଥିବାବେଳେ ଅନ୍ୟ ୪ ଜଣ ହେଉଛନ୍ତି ବିଜେପି କର୍ମୀ । ତେବେ ଏହି ଘଟଣା ପରେ ଉତ୍ତରପ୍ରଦେଶରେ ରାଜନୀତି ଜୋରଦାର ହୋଇଛି । ଉତ୍ତରପ୍ରଦେଶ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.