ଭୁବନେଶ୍ବର: କ୍ୟାପିଟାଲ ଥାନାରେ ରିପବ୍ଲିକ ଟିଭି ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କ ନାଁରେ ଏତଲା । ଏନଏସୟୁଆଇ ପକ୍ଷରୁ ସଭାପତି ୟାସିର ନୱାଜଙ୍କ ନେତୃତ୍ବରେ ଏକ ଟିମ ଖାନାରେ ଏତଲା ଦେଇଛନ୍ତି । ଅର୍ଣ୍ଣବ ଗୋସ୍ବାମୀ ଓ ପୂର୍ବତନ ବାର୍କ ସିଇଓ ପାର୍ଥଦାସ ଗୁପ୍ତାଙ୍କ ହ୍ବାଟ୍ସ ଆପ ଚାର୍ଟ ଭାଇରାଲ ପରେ ଏତଲା ଦିଆଯାଇଛି ।
ହ୍ବାଟ୍ସଆପ ଚାଟରେ ପୁଲୱାମା ଆକ୍ରମଣ ପରେ ଖୁସି ମନାଉଥିବା ଛାତ୍ର କଂଗ୍ରେସ ଅଭିଯୋଗ କରିଛି । ଅର୍ଣ୍ଣବ ଗୋସ୍ବାମୀ ଦେଶପ୍ରତି ବିପଦ ଓ ଭାରତ ସହ ବିଶ୍ବାସ ଘାତକତା କରିଛନ୍ତି ବୋଲି ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ କହିଛନ୍ତି । ତେଣୁ ଗୋସ୍ବାମୀଙ୍କୁ ତୁରନ୍ତ ଗିରଫ କରି ତଦନ୍ତ ପରିସରକୁ ଆଣିବାକୁ କହିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ