ETV Bharat / city

ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ

author img

By

Published : Oct 2, 2020, 12:27 PM IST

ପଶ୍ଚିମ କେନ୍ଦ୍ରିୟ ଆନ୍ଧ୍ରପ୍ରଦେଶ ଓ ଉତ୍ତର ଉପକୂଳ ଓଡିଶା ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୁର୍ଣ୍ଣିବଳୟ ଲଘୁଚାପ ରୂପ ନେବ । ଏହାପରେ ରାଜ୍ୟରେ ପ୍ରାୟ ସବୁ ସ୍ଥାନରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା । ଅଧିକ ପଢନ୍ତୁ....

state weather update
ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ବର : ପଶ୍ଚିମ କେନ୍ଦ୍ରିୟ ଆନ୍ଧ୍ରପ୍ରଦେଶ ଓ ଉତ୍ତର ଉପକୂଳ ଓଡିଶା ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୁର୍ଣ୍ଣିବଳୟ ଲଘୁଚାପ ରୂପ ନେବ । ଏହାପରେ ରାଜ୍ୟରେ ପ୍ରାୟ ସବୁ ସ୍ଥାନରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି । ଶୁକ୍ରବାର ଉତ୍ତର ଓଡିଶା ଉପକୂଳ ଓଡ଼ିଶାର ପ୍ରାୟ ୧୩ ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ

ବାଲେଶ୍ବର,ଭଦ୍ରକ,କେନ୍ଦ୍ରାପଡା,ଯାଜପୁର,ଜଗତସିଂହପୁର,ପୁରୀ,କଟକ,ମୟୂରଭଞ୍ଜ,ସୁନ୍ଦରଗଡ଼ ଓ କଳାହାଣ୍ଡି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ଶନିବାର ଠାରୁ ବର୍ଷାର ପରିମାଣ ବୃଦ୍ଧି ପାଇବ । ଆସନ୍ତା ୪ ରୁ ୫ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ। ଗୁରୁବାର ଭଦ୍ରକ ଜିଲ୍ଲା ବାସୁଦେବପୁରରେ ସର୍ବାଧିକ ୬୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବରିଷ୍ଠ ପାଣିପାଗ ବିଶେଷଜ୍ଞ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ସଞ୍ଜିବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.