ETV Bharat / city

ରାଜ୍ୟରେ ନାହିଁ ଅଂଶୁଘାତଜନିତ ମୃତ୍ୟୁ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

author img

By

Published : Apr 26, 2022, 2:18 PM IST

ତତଲା ତାୱାରେ ଭାଜି ହେଉଛି ରାଜ୍ୟ । ଉପକୂଳରୁ ଉପାନ୍ତ ସବୁଠି ବହୁଛି ପ୍ରଚଣ୍ଡ ତାତି । ସୂର୍ଯ୍ୟଙ୍କ କୋପରେ କଲବଲ ହେଉଛନ୍ତି ରାଜ୍ୟବାସୀ । ବିପଦଜ୍ଜନକ ସ୍ତର ଛୁଇଁ ଡେଇଁଲାଣି ତାତି । ଜଳୁଛି ଓଡିଶା । ଅଧିକ ପଢନ୍ତୁ

ଅଂଶୁଘାତକୁ ମୁକାବିଲା ପାଇଁ  ପ୍ରସ୍ତୁତ ରାଜ୍ୟ ସରକାର

ଭୁବନେଶ୍ବର: ତତଲା ତାୱାରେ ଭାଜି ହେଉଛି ରାଜ୍ୟ । ଉପକୂଳରୁ ଉପାନ୍ତ ସବୁଠି ବହୁଛି ପ୍ରଚଣ୍ଡ ତାତି । ସୂର୍ଯ୍ୟଙ୍କ କୋପରେ କଲବଲ ହେଉଛନ୍ତି ରାଜ୍ୟବାସୀ । ବିପଦଜ୍ଜନକ ସ୍ତର ଛୁଇଁ ଡେଇଁଲାଣି ତାତି । ଜଳୁଛି ଓଡିଶା । ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ଅଂଶୁଘାତ ମୁକାବିଲା ନେଇ ରାଜ୍ୟ ସରକାର ପ୍ରସ୍ତୁତ ହୋଇଛନ୍ତି । ତାପମାତ୍ରା ବୃଦ୍ଧିକୁ ଆଖି ଆଗରେ ରଖି ରାଜ୍ୟର ସମସ୍ତ ଚିକିତ୍ସାଳୟରେ ଅଂଶୁଘାତ ପାଇଁ ସ୍ବତନ୍ତ୍ର ୱାର୍ଡ, ଏସି ଓ କୁଲର ଯୁକ୍ତ ରୁମ ପ୍ରସ୍ତୁତ ରଖିବା ପାଇଁ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଆଵଶ୍ୟକ ଔଷଧ ଓ ଅନ୍ୟାନ୍ୟ ଜିନିଷ ମହଜୁଦ ରଖିବାକୁ ମେଡିକାଲକୁ କୁହାଯାଇଛି ।

ଏହି ସମୟରେ ବିଶେଷ ଭାବରେ ତାପମାତ୍ରା ବଢିଥାଏ । ଆଗକୁ ମଧ୍ୟ ବଢ଼ିବ ବୋଲି ପୂର୍ବାନୁମାନ କରାଯାଇଛି । ତାହା ପୂର୍ବରୁ ଲୋକଙ୍କୁ ସଚେତନ କରାଯାଉଛି । ଖରାବେଳେ ଘରୁ ନ ବାହାରିବା ପାଇଁ, ଖରା ସମୟରେ କାମ ବନ୍ଦ ରଖିବାକୁ, ପିଇବା ପାଣି, ଛତା ଓ ଓଦା କପଡା ମୁଣ୍ଡରେ ରଖିବାକୁ ପରାମର୍ଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ତେବେ ଏ ପର୍ଯ୍ୟନ୍ତ ଅଂଶୁଘାତରେ କୌଣସି ବ୍ୟକ୍ତି ରାଜ୍ୟରେ ମୃତ୍ୟୁ ଘଟିନାହିଁ । ସେଥିପାଇଁ ସମସ୍ତ ଡାକ୍ତରଖାନା କତ୍ତୃପକ୍ଷଙ୍କୁ ନିର୍ଦେଶ ଦିଆଯାଇଛି । ସମସ୍ତ ପ୍ରକାରର ଔଷଧ ରଖିବା ସହ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଭାବରେ ଶଯ୍ୟା ରଖାଯିବା ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ରାଜ୍ୟରେ ଏପରି ଗ୍ରୀଷ୍ମ ପ୍ରବାହ କେବେ ଅନୁଭବ କରିନଥିଲେ ରାଜ୍ୟବାସୀ । ପ୍ରଚଣ୍ଡ ଖରା ପାଇଁ ଆଜିଠୁ 5 ଦିନ ଯାଏ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିଛି । ଆସନ୍ତାକାଲିଠୁ ମେ ୨ ଯାଏ କଲେଜ, ୟୁନିଭର୍ସିଟି କ୍ଲାସ ବନ୍ଦ ରହିବ । ଆସନ୍ତା 30 ଯାଏ ଉପକୂଳ 3 ଯାଏଁ ଆଭ୍ୟନ୍ତରୀଣ ଓଡିଶା ଜଳିବ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.