ETV Bharat / city

ରାଜ୍ୟରୁ ଟଳିଲା ବନ୍ୟା ସ୍ଥିତି: ସର୍ବୋଚ୍ଚ ଯନ୍ତ୍ରୀ - ର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ

ରାଜ୍ୟରେ ବନ୍ୟା ସ୍ଥିତି ନେଇ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥଙ୍କ ସୂଚନା । ସୁବର୍ଣ୍ଣରେଖାରେ ଶୁକ୍ରବାର ବନ୍ୟା ଆସିବାର ସମ୍ଭାବନା ଥିଲା । ବନ୍ୟା ପାଇଁ ଅଫିସର ସଜାଗ ଥିଲେ । ସମସ୍ତଙ୍କ ସହ ଯୋଗାଯୋଗ ହୋଇଥିଲା । ପୁରା ପ୍ରଶାସନ ରାତି ସାରା ଲାଗିଥିଲେ । ମାତ୍ର ରାଜ୍ୟରେ ବନ୍ୟା ସ୍ଥିତି ଟଳିଯାଇଥିବା ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥଙ୍କ ସୂଚନା । ଅଧିକ ପଢନ୍ତୁ...

ରାଜ୍ୟରୁ ଟଳିଲା ବନ୍ୟା ସ୍ଥିତି
ରାଜ୍ୟରୁ ଟଳିଲା ବନ୍ୟା ସ୍ଥିତି
author img

By

Published : May 29, 2021, 3:38 PM IST

Updated : May 29, 2021, 4:09 PM IST

ଭୁବନେଶ୍ବର: ରାଜ୍ୟରେ ବନ୍ୟା ସ୍ଥିତି ନେଇ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥଙ୍କ ସୂଚନା । ବୈତରଣୀର ଶାଖା ନଈ କାଣିରେ ମାଳିକାପୁର ପାଖରେ ଗୋଟେ ଘାଇ ହୋଇଛି । ଜୁଆର ପ୍ରଭାବରେ ଯାହା ଘାଇ ହୋଇଛି । ବିଭାଗୀୟ ଇଞ୍ଜିନିୟରମାନେ ଏନେଇ କାମ କରୁଛନ୍ତି ।

ବୈତରଣୀରେ ବନ୍ୟା ଆସିଥିଲା । ଯାହା ବିପଦ ସଂକେତ ଠାରୁ ୧ ପ୍ରତିଶତ ଉପରେ ହୋଇଥିଲା । ସୁବର୍ଣ୍ଣରେଖାରେ ଶୁକ୍ରବାର ବନ୍ୟା ଆସିବାର ସମ୍ଭାବନା ଥିଲା । ବନ୍ୟା ପାଇଁ ଅଫିସର ସଜାଗ ଥିଲେ । ସମସ୍ତଙ୍କ ସହ ଯୋଗାଯୋଗ ହୋଇଥିଲା । ପୁରା ପ୍ରଶାସନ ରାତିସାରା ଲାଗିଥିଲେ । ତେବେ ରାଜ୍ୟରେ ବନ୍ୟା ସ୍ଥିତି ଟଳିଛି ।

ବିପଦ ସଂକେତ ତଳେ ପ୍ରବାହିତ ହୋଇଛି । ସୁବର୍ଣ୍ଣରେଖାରେ ୧୦.୩୪ ବିପଦ ସଂକେତ ଥିଲେ ବି ବର୍ତ୍ତମାନ ଏହା ଏବେ ୧ ମିଟର ତଳେ ପ୍ରବାହିତ ହେଉଛି । ବିପଦ ସଂକେତଠୁ ୫ ଫୁଟ ତଳେ ପ୍ରବାହିତ ହେଉଛି ।

ରାଜ୍ୟରୁ ଟଳିଲା ବନ୍ୟା ସ୍ଥିତି

ବାତ୍ୟା ପରେ ଯେଉଁଠୁ ଜଳ ଜମିଥିଲା କିଛି ନିଷ୍କାସନ ହୋଇଛି । ବସ୍ତା ବ୍ଲକର କିଛି ଅଞ୍ଚଳ ଜଳମଗ୍ନ ଅଛି । ଶନିବାର ସନ୍ଧ୍ୟା ସୁଦ୍ଧା କିମ୍ବା କାଲି ସୁଦ୍ଧା ସ୍ବାଭାବିକ ହେବ ଆଶା କରାଯାଉଛି । ସମ୍ପୂର୍ଣ୍ଣ ସ୍ଥିତି ଉପରେ ନଜର ରଖାଯାଇଛି । ସୁବର୍ଣ୍ଣରେଖାରେ ଘାଇ ହୋଇନି ।

ବୈତରଣୀର ଶାଖା ନଦୀ କାଣି ନଇଁ ସଂଲଗ୍ନ ଦଶରଥପୁର ଗୋଟେ ଘାଇ ହୋଇଛି । ମୋଟ ଗୋଟେ ଘାଇ ହୋଇଛି । ଉପର ମୁଣ୍ଡରେ ବର୍ଷା ନାହିଁ । ସ୍ଥିତି ସ୍ବାଭାବିକ ହେବାକୁ ଯାଉଛି । କ୍ଷୟକ୍ଷତି ନେଇ ସମ୍ପୂର୍ଣ୍ଣ ରିପୋର୍ଟ ଆସିନି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : May 29, 2021, 4:09 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.