ETV Bharat / city

କୋଭିଡ ପରିଚାଳନା ତ୍ରୁଟି ନେଇ ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ - କୋଭିଡ ପରିଚାଳନା

କୋଭିଡ ମୃତ୍ୟୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ରାଜ୍ୟ କଂଗ୍ରେସ। ଅଧିକ ପଢନ୍ତୁ...

କୋଭିଡ ପରିଚାଳନା ତ୍ରୁଟି ନେଇ ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ

author img

By

Published : Aug 3, 2021, 2:28 PM IST

ଭୁବନେଶ୍ବର: ରାଜ୍ୟରେ କୋଭିଡ ପରିଚାଳନାଗତ ତ୍ରୁଟି ଓ ମୃତ୍ୟୁ ତଥ୍ୟକୁ ନେଇ ରାଜ୍ୟ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ। ରାଜ୍ୟରେ କୋଭିଡ ମୃତ୍ୟୁ ନେଇ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ। ୩ ପୃଷ୍ଠାରେ କୋଭିଡ ମୃତ୍ୟୁକୁ ନେଇ ସତ୍ୟପାଠରେ ଉତ୍ତର ସାରିଦେଇଥିଲେ ରାଜ୍ୟ ସରକାର । ସରକାରଙ୍କ ଉତ୍ତରରେ ସନ୍ତୁଷ୍ଟ ହୋଇ ପାରିଲେନି ହାଇକୋର୍ଟ । ପୁନଃ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ହେଇଥିବା କହିଛନ୍ତି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ।

କୋଭିଡ ପରିଚାଳନା ତ୍ରୁଟି ନେଇ ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ

ନିସିକାନ୍ତ କହିଛନ୍ତି ଗତ ଜୁନ୍ ମାସ ୧୪ତାରିଖରେ କଂଗ୍ରେସ ଅଭିଯୋଗ ଆଣିଥିଲା ରାଜ୍ୟ ସରକାର ନିଜ ଭାବମୂର୍ତ୍ତୀ ବଞ୍ଚାଇବା ପାଇଁ କିଭଳି କୋଭିଡ ମୃତ୍ୟୁର ତଥ୍ୟ ଲୁଚାଉଛନ୍ତି । ନେଇ ଗତ ଜୁନ ମାସରେ ହାଇକୋର୍ଟରେ ମାମଲା ହୋଇଥିବା ବେଳେ ଜୁଲାଇ ୧୫ ସୁଦ୍ଧା ରାଜ୍ୟରେ ୪୯୨୪ ଜଣ କୋଭିଡ ମୃତ୍ୟୁ ହୋଇଥିବା ଉଚ୍ଚନ୍ୟାୟାଳୟକୁ ସରକାର ୩ ପୃଷ୍ଠା ସମ୍ବଳିତ ତଥ୍ୟ ଦେଇଛନ୍ତି । ନୟାଗଡ଼ରେ କୋଭିଡ ମୃତ୍ୟୁ ଅଭିଯୋଗ ଉପରେ ମଧ୍ୟ ସରକାର ସତ୍ୟପାଠରେ ଉଲ୍ଲେଖ କରି ନାହାଁନ୍ତି । ସେହିପରି କୋଭିଡ ମୃତ୍ୟୁ ଅଡିଟ ମୋଡାଲିଟିସକୁ ନେଇ କିଛି ଉଲ୍ଲେଖ କଲେ ନାହିଁ । ଏହାକୁ ନେଇ ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ଯେଉଁ ତଥ୍ୟ ଦେବେ ତାହା ଭରଷାଯୋଗ୍ୟ ହେବା ଦରକାର ବୋଲି ହାଇକୋର୍ଟ କହିଛନ୍ତି । ଏହାକୁନେଇ କଂଗ୍ରେସ ସରକାରଙ୍କୁ ପ୍ରଶ୍ନ କରିଛି ଯେ ଯଦି ଓଡିଶାର ସାଢ଼େ ଚାରି କୋଟି ଲୋକ ତାଙ୍କ ପରିବାର ତେବେ ସରକାର କାହିଁକି ନିଜ ପରିବାର ଲୋକଙ୍କ ମୃତ୍ୟୁ ସଂଖ୍ୟା ଲୁଚାଉଛନ୍ତି ବୋଲି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ପ୍ରଶ୍ନ କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.