ETV Bharat / city

OBC ସଂରକ୍ଷଣ ନେଇ ପୁଣି ବର୍ଷିଲା କଂଗ୍ରେସ

author img

By

Published : May 20, 2022, 9:17 PM IST

ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ପ୍ରେସମିଟ କରି ଦଳର ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ଓବିସି ସଂରକ୍ଷଣକୁ ନେଇ ମଧ୍ୟ ପ୍ରଦେଶ ସରକାର ସୁପ୍ରିମକୋର୍ଟ ଯାଇଥିଲେ । ସୁପ୍ରିମକୋର୍ଟରେ ମଧ୍ୟ ପ୍ରଦେଶ ସରକାର ଓବିସି ବର୍ଗଙ୍କୁ ସଂରକ୍ଷଣ ଦେବାକୁ ସଫଳ ହୋଇଛନ୍ତି । ଅଧିକ ପଢନ୍ତୁ

OBC ସଂରକ୍ଷଣ ନେଇ ପୁଣି ବର୍ଷିଲା କଂଗ୍ରେସ
OBC ସଂରକ୍ଷଣ ନେଇ ପୁଣି ବର୍ଷିଲା କଂଗ୍ରେସ

ଭୁବନେଶ୍ବର: ମଧ୍ୟ ପ୍ରଦେଶରେ ପଛୁଆ ବର୍ଗଙ୍କୁ ରାଜନୈତିକ ଓ ସାମାଜିକ ସଂରକ୍ଷଣରେ ସୁରକ୍ଷା ଦେବାରେ ସଫଳ ହୋଇଛନ୍ତି ମଧ୍ୟ ପ୍ରଦେଶ ସରକାର । ଯାହାକୁ ନେଇ ଆଜି ପ୍ରେସମିଟ କରି ରାଜ୍ୟସରକାରଙ୍କ ଉପରେ ବର୍ଷିଛି ରାଜ୍ୟ କଂଗ୍ରେସ । ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ପ୍ରେସମିଟ କରି ଦଳର ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ଓବିସି ସଂରକ୍ଷଣକୁ ନେଇ ମଧ୍ୟ ପ୍ରଦେଶ ସରକାର ସୁପ୍ରିମକୋର୍ଟ ଯାଇଥିଲେ । ସୁପ୍ରିମକୋର୍ଟରେ ମଧ୍ୟ ପ୍ରଦେଶ ସରକାର ଓବିସି ବର୍ଗଙ୍କୁ ସଂରକ୍ଷଣ ଦେବାକୁ ସଫଳ ହୋଇଛନ୍ତି ।

OBC ସଂରକ୍ଷଣ ନେଇ ପୁଣି ବର୍ଷିଲା କଂଗ୍ରେସ

ଓଡିଶାରେ ମଧ୍ୟ ଓବିସି ମାନଙ୍କୁ ସଂରକ୍ଷଣ ଦେବା ପାଇଁ ଆମେ ରାଜ୍ୟ ସରକାରଙ୍କ ପାଖରେ ଦାବି କରିଥିଲୁ । ସରକାର ଶୁଣିଲେ ନାହିଁ । ରାଜ୍ୟରେ 54 ପ୍ରତିଶତ ଲୋକ ଓବିସିବର୍ଗର । ପୂର୍ବରୁ ଓବିସି ମାନଙ୍କ ଜନଗଣନା ସହ ଓବିସି କମିଶନ ବସାଇବୁ ବୋଲି ରାଜ୍ୟ ସରକାର କହିଥିଲେ ।

ଓବିସି କମିଶନ କୁଆଡେ ଗଲା ? କେବଳ କୋର୍ଟରେ କେସ କରି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ମଧ୍ୟପ୍ରଦେଶ ସରକର ଯଦି ଓବିସି ବର୍ଗଙ୍କୁ ସଂରକ୍ଷଣ ଦେଇ ପାରିଲା ଓଡିଶା ସରକାର କାହିଁକି ପାରୁ ନାହାଁନ୍ତି ? ରାଜ୍ୟସଭାରେ ଏସସି , ଏସଟିର ଜଣେ ହେଲେ ସାଂସଦ ନାହାଁନ୍ତି । ଜଣେ ମାତ୍ର ଓବିସି ବର୍ଗର ମହିଳା ଅଛନ୍ତି । ମୁଖ୍ୟମନ୍ତ୍ରୀ ଟାଳଟୁଳ ନୀତି ନ କରି ଓବିସି ବର୍ଗଙ୍କୁ ନ୍ୟାୟ ଦିଅନ୍ତୁ ବୋଲି କହିଛନ୍ତି କଂଗ୍ରେସ ମୁଖୁପାତ୍ର ।

ମନୋଜ ଆହୁରି କହିଛନ୍ତି ରାଜ୍ୟରେ 22.05 ପ୍ରତିଶତ ହେଉଛନ୍ତି ଏସଟି, 16 ପ୍ରତିଶତ ହେଉଛନ୍ତି ଏସି 54 ପ୍ରତିଶତ ହେଉଛନ୍ତି ଓବିସି ଓ 4 ପ୍ରତିଶତ ହେଉଛନ୍ତି ସଂଖ୍ୟାଲଘୁ । ମଧ୍ୟପ୍ରଦେଶରେ 20 ପ୍ରତିଶତ ହେଉଛନ୍ତି ଏସସି, 16 ପ୍ରତିଶତ ହେଉଛନ୍ତି ଏସଟି ଓ 27 ପ୍ରତିଶତ ତଥା 54 ପ୍ରତିଶତ ହେଉଛନ୍ତି ଓବିସି । ଯଦି ମଧ୍ୟ ପ୍ରଦେଶ ସରକାର ନିଜ ରାଜ୍ୟର ଓବିସିଙ୍କୁ ସଂରକ୍ଷଣ ସହ 62 ଭାଗ ନେଇପାରିଲା ଓଡିଶା ସରକାର କାହିଁକି ନେଇପାରିବେ ନାହିଁ ବୋଲି କଂଗ୍ରେସ ପ୍ରଶ୍ନ କରିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.