ETV Bharat / city

ପ୍ରଭୁ ଲିଙ୍ଗରାଜ ଜମି ବିକ୍ରି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କଲା ବିଜେପି - ଲିଙ୍ଗରାଜ ଜମି ବିକ୍ରି ସରକାରଙ୍କୁ ଟାର୍ଗେଟ କଲା ବିଜେପି

ପ୍ରଭୁ ଲିଙ୍ଗରାଜଙ୍କ ଜମି ହଡପ କରାଯାଇଛି । ଜମିକୁ ଅନୈତିକ ବ୍ୟବସ୍ୟୟୀ ଓ ତୃତୀୟ ମହଲାରେ ଥିବା କଳାପାହାଡ ମିଶି ହଡ଼ପ କରିଛନ୍ତି । ଅଧିକ ପଢନ୍ତୁ

state  bjp hold a press meet on lord lingaraj land scam case
ପ୍ରଭୁ ଲିଙ୍ଗରାଜ ଜମି ବିକ୍ରି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କଲା ବିଜେପି
author img

By

Published : Jan 31, 2022, 10:03 PM IST

ଭୁବନେଶ୍ବର: ପ୍ରଭୁ ଲିଙ୍ଗରାଜଙ୍କ ଜମି ହଡପ କରାଯାଇଛି । ଜମିକୁ ଅନୈତିକ ବ୍ୟବସାୟୀ ଓ ତୃତୀୟ ମହଲାରେ ଥିବା କଳାପାହାଡ ମିଶି ହଡ଼ପ କରିଛନ୍ତି । ଲିଙ୍ଗରାଜ ଓ ଜଗନ୍ନାଥଙ୍କ ଜମି ଏଭଳି ଭାବେ ବିଭିନ୍ନ ଜାଗାରେ ହଡପ କରାଯାଇଛି ।

ଏନେଇ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଲେଖାଶ୍ରୀ ସାମନ୍ତସିଂହାର । ସିଏଜି ରିପୋର୍ଟରେ ଲିଙ୍ଗରାଜ ମନ୍ଦିର ସମେତ 12ଟି ମନ୍ଦିରରେ ଅନିୟମିତତା କଥା ସାମ୍ନାକୁ ଆସିଥିଲା । ମହାପ୍ରଭୁଙ୍କ ସମ୍ପତ୍ତି ଓ ଅଳଙ୍କାରର ହିସାବ ନାହିଁ ।

ଜବର ଦଖଲର ମଧ୍ୟ ହିସାବ ରାଜ୍ୟ ସରକାରଙ୍କ ପାଖରେ ନାହିଁ । ପ୍ରଭୁ ଲିଙ୍ଗରାଜଙ୍କ ଜମି ଖଣି ଠିକାଦାର ପ୍ରଭାକରନ ବେଆଇନ ଭାବେ ତାଙ୍କ ସ୍ତ୍ରୀଙ୍କ ନାଁରେ କିଣିଛନ୍ତି । ହେଲେ ଏଣ୍ଡାଓମେଣ୍ଟ ଆଇନ ଅନୁସାରେ ଠାକୁରଙ୍କ ସମ୍ପତ୍ତି କେହି କିଣିପାରିବେ ନାହିଁ ।

ପ୍ରଭୁ ଲିଙ୍ଗରାଜ ଜମି ବିକ୍ରି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କଲା ବିଜେପି

ପ୍ରଭୁ ଲିଙ୍ଗରାଜଙ୍କ ଜମି ବିକ୍ରି କରିବା ପାଇଁ କଳାପାହାଡମାନେ ଉଦ୍ୟମ କରିଛନ୍ତି । ଜଗନ୍ନାଥଙ୍କ ବଗଲା ଧର୍ମଶାଳା ଜମି ମଧ୍ୟ ବିକ୍ରି ହୋଇଥିଲା । ପ୍ରଭୁ ଲିଙ୍ଗରାଜଙ୍କ ଦୁର୍ଲଭ ଜମି 1962 ମସିହାରୁ ଠାକୁରଙ୍କ ନାଁରେ ଅଛି ।

ହେଲେ କିଭଳି ଭାବେ ଜଣେ ଵ୍ୟକ୍ତିଙ୍କୁ ବିକା ଗଲା ବୋଲି ପ୍ରଶ୍ନ କରିଛି ବିଜେପି । ପ୍ରଭାକରନଙ୍କୁ ସରକାର ଏତେ ଭୟ କରୁଛନ୍ତି ଯେ,144 ଧାରା ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଉଛନ୍ତି । ସେଲ ଡିଡରେ ଏହା ଲିଙ୍ଗରାଜଙ୍କ ଜମି ନୁହେଁ ବୋଲି ଲେଖାଯାଇଛି ।

ଏହି ଷଡ଼ଯନ୍ତ୍ରରେ କେଉଁମାନେ ଅଛନ୍ତି, ପ୍ରଭୁ ଲିଙ୍ଗରାଜଙ୍କ ଜମିକୁ ବିକ୍ରି କରିଛନ୍ତି । ତୃତୀୟ ମହଲାରେ ଯେଉଁ କଳାପାହାଡମାନେ ରହୁଛନ୍ତି, ପ୍ରଭୁ ଲିଙ୍ଗରାଜ ଓ ଜଗନ୍ନାଥଙ୍କ ଜମି ହଡପ କରି ଭକ୍ତଙ୍କ ଆତ୍ମା ଉପରେ ଆଘାତ ଦେଇଛନ୍ତି । ମନ୍ଦିର ଜମି ସୁରକ୍ଷା ଯାହା ହାତରେ ସେମାନେ ହିଁ ଠାକୁରଙ୍କ ସମ୍ପତ୍ତି ବିକ୍ରି କରୁଛନ୍ତି ।

କିଏ ଲିଙ୍ଗରାଜଙ୍କ ପଟ୍ଟାକୁ କୃଥିକା ପ୍ରଭାକରନଙ୍କ ହାତକୁ ଟେକି ଦେଇଛନ୍ତି । କାମ ବନ୍ଦ କରିବା ପାଇଁ ଯେଉଁ ନିର୍ଦ୍ଦେଶ ସରକାର ଦେଇଛନ୍ତି । ତାହା ମଧ୍ୟ ବେଆଇନ ଭାବେ ହୋଇଛି । ତୁରନ୍ତ ପ୍ରଭୁ ଲିଙ୍ଗରାଜଙ୍କ ନାଁରେ ପଟ୍ଟାକୁ ପୁନଃ ହସ୍ତାନ୍ତର କରାଯାଉ । ଶାଗ ମାଛ ଦରରେ ଲିଙ୍ଗରାଜଙ୍କ ଜମି ବିକ୍ରି କରି ଦେଇଛନ୍ତି ସରକାର । ଏମଏଲଏ ଲ୍ୟାଡରୁ 18 ଲକ୍ଷ ଟଙ୍କା ଖର୍ଚ୍ଚ କରି ସେହି ଜାଗାକୁ ରାସ୍ତା ଦିଆଯାଇଛି । ଏକାମ୍ର ବିଧାୟକ ଅଶୋକ ପଣ୍ଡା ସେହି ଜମିକୁ ରାସ୍ତା ତିଆରି କରିଛନ୍ତି । ମାଇନିଙ୍ଗ ଠିକାଦାର ପ୍ରଭାକରନ ବହୁତ ପ୍ରଭାବଶାଳୀ। ସରକାର ତାଙ୍କୁ ଡରୁଛନ୍ତି ବୋଲି ଲେଖାଶ୍ରୀ କହିଛନ୍ତି ।

ସେହିପରି ସେଲଡିଡରେ ସବୁ ତଥ୍ୟ ରହିଥିବାବେଳେ ଲିଙ୍ଗରାଜଙ୍କ ଜମିକୁ ହଡପ କରିବା ଓ ଅନୈତିକ ଭାବେ ବିକ୍ରି କରାଯାଉଛି । 8 ଦିନ ଭିତରେ ତାଙ୍କ ପଟ୍ଟା ତିଆରି ହେଲା । ନବୀନ ନିବାସର କିଛି ଅଂଶ ମଧ୍ୟ ଲିଙ୍ଗରାଜ ଜମି ଉପରେ ରହିଛି ।

ପ୍ରାକୃତିକ ସମ୍ପଦ ଲୁଟ କରିଥିଲେ ଏବେ ପ୍ରଭୁଙ୍କ ଜମି ଉପରେ ନଜର ରହିଛି । ପ୍ରଭୁଙ୍କ ଜମି କାହାକୁ ହସ୍ତାନ୍ତର କରାଯିବା ବା ବିକ୍ରି କରା ଯାଇପାରିବ ନାହିଁ । ଲିଙ୍ଗରାଜ ଜମି ମନ୍ଦିର ଟ୍ରଷ୍ଟକୁ ଫେରାଇ ଦିଆଯାଉ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.