ETV Bharat / city

ରାଜନୀତି ଟ୍ରାକରେ ଦୌଡରାଣୀ ଦୂତୀ ଚାନ୍ଦ ! - ରାଜନୀତି ଟ୍ରାକରେ ଦୂତୀ

ରାଜ୍ୟ ପାଇଁ ଅନ୍ତର୍ଜାତୀୟସ୍ତରରେ ଗର୍ବ ଆଣିଥିବା ଦୌଡରାଣୀ ଦୂତୀ ଚାନ୍ଦ ପୁଣି ଚର୍ଚ୍ଚାରେ । ପୂର୍ବରୁ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥିବା ଦୂତୀ ଏବେ ନିଜ ଟ୍ବିଟକୁ ନେଇ ପୁଣି ଚର୍ଚ୍ଚାରେ ।

ଫାଇଲ ଫଟୋ
author img

By

Published : Sep 23, 2019, 12:37 PM IST

ହାଇଦ୍ରାବାଦ: ରାଜ୍ୟ ପାଇଁ ଅନ୍ତର୍ଜାତୀୟସ୍ତରରେ ଗର୍ବ ଆଣିଥିବା ଦୌଡରାଣୀ ଦୂତୀ ଚାନ୍ଦ ପୁଣି ଚର୍ଚ୍ଚାରେ । ପୂର୍ବରୁ ନିଜ ପର୍ସନାଲ ଲାଇଫକୁ ନେଇ ଚର୍ଚ୍ଚାରେ ରହିଥିବା ଦୂତୀ ଏବେ ନିଜ ଟ୍ବିଟକୁ ନେଇ ପୁଣି ଚର୍ଚ୍ଚାରେ । ଏହି ଟ୍ବିଟରେ ଦୂତୀ ରାଜନୀତି ପ୍ରତି ଥିବା ତାଙ୍କର ଦୁର୍ବଳତା କଥା ପ୍ରକାଶ କରିଛନ୍ତି ।

star sprinter dutee chand, dutee chand might join politics, dutee chand tweet, dutee chand, ଦୌଡରାଣୀ ଦୂତୀ ଚାନ୍ଦ, ଚର୍ଚ୍ଚାରେ ଦୂତୀ ଚାନ୍ଦ, ରାଜନୀତି ଟ୍ରାକରେ ଦୂତୀ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ବିଟର @DuteeChand

ଦୂତୀ ନିଜ ଟ୍ବିଟରେ କହିଛନ୍ତି କି ସେ ଏପରି ପରିବାରରେ ବଢିଛନ୍ତି ଯାହା ଆରମ୍ଭରୁ ହିଁ ରାଜନୀତି ସହ ଜଡିତ । ତାଙ୍କ ମା’ ମଧ୍ୟ ଗାଁର ସରପଞ୍ଚ ଥିଲେ । ଯାହା ତାଙ୍କର ରାଜନୀତି ପ୍ରତି ଦୁର୍ବଳତାକୁ ଦର୍ଶାଇଥିଲା । ଏଥିରୁ ଦୂତୀ ବି ବାଦ ପଡିନାହାନ୍ତି । ସେ ବି ରାଜନୀତିରେ ଯୋଗ ଦେବାକୁ ଇଚ୍ଛୁକ ବୋଲି ପ୍ରକାଶ କରିଛନ୍ତି । ଏହି ଟ୍ବିଟ ପରେ ଏବେ ରାଜନୈତିକ ଓ କ୍ରୀଡା ଜଗତରେ ଆରମ୍ଭ ହୋଇଯାଇଛି ଗଣନା ।

ସମସ୍ତଙ୍କ ପ୍ରଶ୍ନ ଯଦି ଦୂତୀ ରାଜନୀତିରେ ଯୋଗ ଦିଅନ୍ତି ତେବେ କେଉଁ ଦଳରେ ମିଶିବେ ଓ ଲୋକଙ୍କ କଲ୍ୟାଣ ପ୍ରତି ତାଙ୍କର ଅବଦାନ କ’ଣ ରହିବ । ତେବେ ନିଜ ସମଲିଙ୍ଗୀ ସମ୍ପର୍କକୁ ନେଇ ଆରମ୍ଭ ହୋଇଥିବା ଚର୍ଚ୍ଚା ନଥମୁଣୁ ପୁଣି ମୁଣ୍ଡ ଟେକିଛି ଆଉ ଏକ ରାଜନୈତିକ ଚର୍ଚ୍ଚା । ଦେଖିବାକୁ ବାକି ରହିଲା ଦୂତୀଙ୍କ ଏହି ଟ୍ବିଟ କେବେ ସତ ହେଉଛି ଓ କେଉଁ ଦଳରେ ସାମିଲ ହେଉଛନ୍ତି ରାଜ୍ୟର ଦୌଡରାଣୀ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.