ଭୁବନେଶ୍ବର: ଟାଟା ପାୱାର ହାତେଇଲା ଆଉ ଦୁଇଟି ବିଦ୍ୟୁତ ବିତରକ ସଂସ୍ଥା ୱେସ୍କୋ ଏବଂ ସାଉଥ କୋ । ବିଦ୍ୟୁତ ବିତରକ ନେଇ ଟେଣ୍ଡର ହାତେଇଛି ଟାଟା ପାୱାର । ୱେସ୍କୋ ପଶ୍ଚିମ ଓଡିଶାର ରାଉରକେଲା, ବୁର୍ଲା, ବରଗଡ଼, ବଲାଙ୍ଗୀର ଓ ଭବାନୀପାଟଣାରେ ସେବା ପ୍ରଦାନ କରୁଥିବା ବେଳେ ସାଉଥ କୋ ବ୍ରହ୍ମପୁର, ଆସ୍କା, ଭଞ୍ଜନଗର, ଜୟପୁର, ରାୟଗଡା ଅଞ୍ଚଳରେ ସେବା ଯୋଗାଉଛି ।
ଟାଟା ପାୱାର ବ୍ୟତିତ ଇଣ୍ଡିଆ ପାୱାର, ଇଡିଏଫ ଦୁଇଟି ସଂସ୍ଥା ଟେଣ୍ଡର ପ୍ରକ୍ରିୟାରେ ସାମିଲ ହୋଇଥିଲେ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ