ETV Bharat / city

ତୃତୀୟ ଲହରରେ ଶିଶୁ ଓ କିଶୋରଙ୍କ ପାଇଁ ନୂଆ SOP - ଶିଶୁ ଏବଂ କିଶୋରଙ୍କ ପାଇଁ ନୂଆ ଏସଓପି

ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିକୁ ନେଇ ଶିଶୁ ଓ କିଶୋରଙ୍କ ପାଇଁ କୋଭିଡ କେୟାର ଏସଓପି ଜାରି କରିଛନ୍ତି ରାଜ୍ୟ ସରକାର । ଅଧିକ ପଢନ୍ତୁ...

ତୃତୀୟ ଲହରରେ ଶିଶୁ ଓ କିଶୋରଙ୍କ ପାଇଁ କୋଭିଡ କେୟାର ସର୍ଭିସ ପାଇଁ ଏସଓପି

author img

By

Published : Jun 18, 2021, 8:31 AM IST

ଭୁବନେଶ୍ବର:ବିଶେଷଜ୍ଞଙ୍କ ସତର୍କ ସୂଚନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶିଶୁଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ତୃତୀୟ ଲହର ମୁକାବିଲା ପାଇଁ ଶିଶୁ ଓ କିଶୋରଙ୍କ ପାଇଁ କୋଭିଡ କେୟାର ଏସଓପି ଜାରି କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏନେଇ ମେଡିକାଲ କଲେଜ ଅଧ୍ୟକ୍ଷ, ଜିଲ୍ଲାପାଳ, ସିଡିଏମଓ ଓ ପିଏଚଓଙ୍କୁ ଚିଠି ଲେଖିଛନ୍ତି ।

ତୃତୀୟ ଲହରରେ ଶିଶୁ ଓ କିଶୋରଙ୍କ ପାଇଁ କୋଭିଡ କେୟାର ସର୍ଭିସ ପାଇଁ ଏସଓପି
ତୃତୀୟ ଲହରରେ ଶିଶୁ ଓ କିଶୋରଙ୍କ ପାଇଁ କୋଭିଡ କେୟାର ସର୍ଭିସ ପାଇଁ ଏସଓପି

ପ୍ରଦୀପ୍ତ ମହାପାତ୍ର କହିଛନ୍ତି ଯେ, ତୃତୀୟ ଲହରରେ ଛୋଟପିଲା ସଂକ୍ରମିତ ହେବା ସମ୍ଭାବନା ଥିବାରୁ ଏବେଠୁ ପଦକ୍ଷେପ ନେବା ଜରୁରୀ । ବର୍ତ୍ତମାନ ଥିବା କୋଭିଡ୍ ହସ୍ପିଟାଲରେ ସ୍ୱତନ୍ତ୍ର ଶିଶୁ ବିଭାଗ ପାଇଁ ବ୍ୟବସ୍ଥା କର । ସବୁ ଜିଲ୍ଲା ଓ ଉପଖଣ୍ଡ ହସ୍ପିଟାଲରେ ୧୦ଟି ଆଇସୋଲେସନ ବେଡ୍ ରହିବ । ସେହିପରି ୭ଟି ମେଡିକାଲ କଲେଜରେ ୬୪ ଏନଆଇସିୟୁ ସହ ମୋଟ ୧୫୫ ବେଡ୍ ପ୍ରସ୍ତୁତ ପାଇଁ ବ୍ୟବସ୍ଥା କର । ଏହାବ୍ୟତୀତ ଆଇସିୟୁ ବ୍ୟବସ୍ଥା ଥିବା ସବୁ ସିସିସିରେ ୧୫% ବେଡ୍ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ରହିବ । ପର୍ଯ୍ୟାପ୍ତ ଔଷଧ, ଅକ୍ସିଜେନ ମହଜୁଦ ରଖିବାକୁ ପଡ଼ିବ । ସ୍ୱତନ୍ତ୍ର କୋଭିଡ଼ ବ୍ଲକ ପ୍ରସ୍ତୁତ କରିବାକୁ କଟକ ଶିଶୁ ଭବନ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସେ ଆହୁରି ବି କହିଛନ୍ତି ଯେ, ଡିଏମ୍‌ଇଟିଙ୍କ ନେତୃତ୍ୱରେ ଗଠିତ କମିଟିର ରିପୋର୍ଟ ଆଧାରରେ ଏଥିରେ ସୁପାରିସ କରିଛନ୍ତି । ଏଥିରେ କୋଭିଡ ହସ୍ପିଟାଲରେ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଉଲ୍ଲେଖ କରିଛନ୍ତି । ସାଧାରଣ ୱାର୍ଡରେ ଶିଶୁଙ୍କୁ ଆଇସୋଲେସନରେ ରଖିବା ଏକ ଚ୍ୟାଲେଞ୍ଜ । ଜିଲ୍ଲା ହସ୍ପିଟାଲରେ ୧୦ଟି ଲେଖାଏଁ ଆଇସୋଲେସନ ୱାର୍ଡ ରହିବ । ଲକ୍ଷଣ ଥିବା ଶିଶୁଙ୍କୁ କୋଭିଡ କେୟାର ଫ୍ୟାସିଲିଟିକୁ ପଠାଯିବ । ଶିଶୁଙ୍କ କୋଭିଡ୍ କେସ୍ ବଢ଼ିବା ଅଞ୍ଚଳ ଉପର ସ୍ୱତନ୍ତ୍ର ଧ୍ୟାନ ଦିଆଯିବ । ଶିଶୁ ଭବନରେ ସ୍ୱତନ୍ତ୍ର କୋଭିଡ୍ ବ୍ଲକ ପ୍ରତିଷ୍ଠା ପାଇଁ ବିଚାର କରାଯିବ । ଏଥିପାଇଁ ଅଧିକ୍ଷକ ରୂପରେଖ ପ୍ରସ୍ତୁତ କରିବେ । ସିଏଚ୍‌ସି ସ୍ତରରେ ୨ ରୁ ୪ ଟି ଲେଖାଏଁ ବେଡ ରହିବ । ୭ଟି ମେଡିକାଲରେ କେତେ ଲେଖାଏଁ ବେଡ ରହିବ ସେନେଇ ଗାଇଡଲାଇନରେ ଉଲ୍ଲେଖ ରହିଛି । ୬୪ଟି ଏନ୍‌ଆଇସିୟୁ, ୯୪ଟି ଏସ୍‌ଏନ୍‌ସିୟୁ, ୪୪ଟି ଏଚ୍‌ଡିୟୁ ବେଡ ପାଇଁ ପ୍ରସ୍ତାବ ରହିଛି । ସେହିପରି ୧୫୫ଟି ଆଇସୋଲେସନ ବେଡ୍ ରଖିବାକୁ ପ୍ରସ୍ତାବ ରହିଛି । ରାଜ୍ୟରେ ୧୦ ହଜାର ୭୩୬ ବେଡ୍ ଏବଂ ୪୦୭୨ ଆଇସିୟୁ ବେଡ୍ ସମ୍ଭାବ୍ୟ ତୃତୀୟ ଲହରବେଳେ ଶିଶୁଙ୍କ ପାଇଁ ନିର୍ଦ୍ଧାରିତ କରି ରଖିବାକୁ ସମ୍ପୃକ୍ତ ନିର୍ଦ୍ଦେଶନାମାରେ ସ୍ପଷ୍ଟ ଭାବେ କୁହାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.