ETV Bharat / city

ଆଇସକ୍ରିମ ଦେଇ ପିଲାଚୋରି: ଜାଗମରାରେ ଉତ୍ତେଜନା, ୩ ଅଟକ

author img

By

Published : Apr 28, 2022, 8:43 AM IST

ରାଜଧାନୀରେ ପିଲା ଚୋରିର ଆଉ ଏକ ଘଟଣା ସାମ୍ନାକୁ ଆସିଛି । ଜାଗମରା‌ ଛକରୁ ଚିକେନ ପକୋଡା, ଆଇସ୍‌କ୍ରିମ ଦେଇ ଜଣେ ନାବାଳକକୁ ନେଇଗଲେ ସ୍ଥାନୀୟ ମହିଳା । ଅଧିକ ପଢ଼ନ୍ତୁ

ଆଇସକ୍ରିମ ଦେଇ ପିଲାଚୋରି: ଜାଗମରାରେ ଉତ୍ତେଜନା, ୩ ଅଟକ
ଆଇସକ୍ରିମ ଦେଇ ପିଲାଚୋରି: ଜାଗମରାରେ ଉତ୍ତେଜନା, ୩ ଅଟକ

ଭୁବନେଶ୍ବର: ରାଜଧାନୀରେ ପିଲା ଚୋରିର ଆଉ ଏକ ଘଟଣା ସାମ୍ନାକୁ ଆସିଛି । ଜାଗମରା‌ ଛକରୁ ଚିକେନ ପକୋଡା, ଆଇସ୍‌କ୍ରିମ ଦେଇ ଜଣେ ନାବାଳକକୁ ନେଇଗଲେ ସ୍ଥାନୀୟ ମହିଳା । ଗୋଟିଏ ଦିନ‌ ଧରି ନାବାଳକ ନଫେରିବାରୁ ଥାନାରେ ଅଭିଯୋଗ ପରିବାର ଲୋକେ କରିଥିଲେ । ଏଭଳି ଅଭିଯୋଗ ପାଇବା ପରେ ଖଣ୍ଡଗିରି ପୋଲିସ ଛାନଭିନ୍‌ କରି ନାବାଳକ ଉଦ୍ଧାର କରିବା ସହ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଏହି ଘଟଣାକୁ ନେଇ ଜାଗମରା ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଛି ।

ମଙ୍ଗଳବାର ଜାଗମରା ଛକରୁ ଜଣେ ୧୧ ବର୍ଷୀୟ ନାବାଳକକୁ ଟାର୍ଗେଟ କରିଥିଲେ ସେହି ଅଞ୍ଚଳର ଗୀତାଞ୍ଜଳି ନାମକ ଜଣେ ମହିଳା । ନାବାଳକ ଜଣକ ସାଙ୍ଗସାଥି ସହ ଖେଳୁଥିବା ବେଳେ ମହିଳା ଜଣକ ପିଲାଟିକୁ ଚିକେନ ଓ ଆଇସକ୍ରିମ ଦେଇଥିଲେ ମହିଳା । ଏହାପରେ ପିଲାଟିକୁ ନେଇ ଗୋବରା ଓ ସୁନୀତା ନାମକ ଦୁଇଜଣ ବ୍ୟକ୍ତିଙ୍କୁ ଦେଇ ଦେଇଥିଲେ । ସୁନୀତା ଓ ଗୋବରା ଉଭୟ ପିଲାଟିକୁ ନେଇ ପାତ୍ରପଡାରେ ରଖିଥିଲେ । ଏନେଇ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ସିିସିଟିିଭିରେ ପିଲାଟିକୁ ମହିଳା ଜଣକ ନେଇଯାଉଥିବା ଦେଖାଯାଇଛି ।

ସେଠାରୁ ପିଲାଟିକୁ ବାହାରକୁ କେଉଁଆଡ଼େ ନେଇଯିବାକୁ ଯୋଜନା କରାଯାଉଥିଲା । ତେବେ ଏହାପୂର୍ବରୁ ପୋଲିସ ନାବାଳକକୁ ଉଦ୍ଧାର କରିବା ସହ ୩ ଜଣଙ୍କୁ ଅଟକ ରଖିଛି । ଏହି ଘଟଣାରେ ସମ୍ପୃକ୍ତ ଲୋକଙ୍କୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖା ଦେଇଥିଲା ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.