ETV Bharat / city

ମାସ୍କ ନପିନ୍ଧିଲେ ଛାଡ ନାହିଁ, ଡିଷ୍ଟାନ୍ସ ନଥିଲେ କାଟିବେ ଫାଇନ - corona fight

ରାସ୍ତଘାଟ ବଜାର ଛକ ଯେଉଁଠି ସାମାଜିକ ଦୂରତା ନାହିଁ ସେଇଠି ୫୦୦ ଟଙ୍କା ଫାଇନ । ବଜାର ଛକରେ ନ ପିନ୍ଧିଲେ ମାସ୍କ ଗଣିବେ ଫାଇନ । ଏଭଳି କଡାନିର୍ଦ୍ଦେଶ ଜାରି କରିଛି କମିଶନରେଟ ପୋଲିସ । ଅଧିକ ପଢ଼ନ୍ତୁ...

ମାସ୍କ ନପିନ୍ଧିଲେ ଛାଡ ନାହିଁ, ଡିଷ୍ଟାନ୍ସ ନଥିଲେ କାଟିବେ ଫାଇନ

author img

By

Published : May 27, 2020, 9:22 PM IST

ଭୁବନେଶ୍ବର: ଜୋରଦାର ହେବ ସୋସିଆଲ ଡିଷ୍ଟାନ୍ସ ବା ସାମାଜିକ ଦୂରତା ଫାଇନ ଆଦୟ । ବଜାର ଛକରେ ନ ପିନ୍ଧିଲେ ମାସ୍କ ଆଉ ମିଳିବ ନାହିଁ ତ୍ରାହି । ସୋସିଆଲ ଡିଷ୍ଟାନ୍ସ ନଥିଲେ ଗୋଡେଇ ଗୋଡେଇ କାଟିବେ ଫାଇନ । ଏଭଳି କଡାନିର୍ଦ୍ଦେଶ ଜାରି କରିଛି କମିଶନରେଟ ପୋଲିସ ।

ମାସ୍କ ନପିନ୍ଧିଲେ ଛାଡ ନାହିଁ, ଡିଷ୍ଟାନ୍ସ ନଥିଲେ କାଟିବେ ଫାଇନ

ଧିରେ ଧିରେ ଦୋକାନ ବଜାର ଖୋଲୁଥିଲେ ମଧ୍ୟ ଲୋକେ ନିୟମ ମାନୁନାହାନ୍ତି । ଯାହାକୁ ନେଇ ଦିନକୁ ୫୦୦ରୁ ୬୦୦ ଲୋକଙ୍କୁ ଫାଇନ ହେଉଥିବା ବେଳେ ଏଣିକି ଜୋରଦାର ଆଦାୟ ହେବ ଅଧିକ ଲୋକଙ୍କଠୁ ଫାଇନ । ରାସ୍ତ ଘାଟ ବଜାର ଛକ ଯେଉଁଠି ସାମାଜିକ ଦୂରତା ନାହିଁ ସେଇଠି ୫୦୦ ଟଙ୍କା ଫାଇନ । ତେବେ ଏଭଳି ନିର୍ଦ୍ଦେଶ ପରେ ବାପୁଜୀନଗର, ଖଣ୍ଡଗିରି, ଲକ୍ଷ୍ମିସାଗର, ଚନ୍ଦ୍ରଶେଖରପୁର, ଇନଫୋସିଟି ଅଞ୍ଚଳରେ କମିଶନରେଟ ପୋଲିସ ଆରମ୍ଭ କରିଛି ଆକ୍ସନ । ମାଇକ ଓ ସାଇରନ ଯୋଗେ ସଚେତନତା ସହ ଯେଉଁଠି ନିୟମ ଉଲଙ୍ଘନ ହେଉଛି ସେଠି କାଟୁଛନ୍ତି ଫାଇନ । ତେବେ ଅନେକ ବଜାର ଆସୋସିଏସନ କହିଛନ୍ତି, ଆମେ ନିୟମ ମାନି ରହିବୁ ।

ତେବେ ଧିରେ ଧିରେ ଲକଡାଉନରେ ସ୍ଥିତି ସୁଧୁରୁଥିବା ବେଳେ ଚଳଚଞ୍ଚଳ ହେଉଛି ଲୋକଙ୍କ ଜୀବନ ଶୈଳୀ । ଏଭଳି ସ୍ଥିତିରେ କୋରେନା ମୁକାବିଲା ପାଇଁ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ଜରୁରୀ । ସାମାଜିକ ଦୂରତା ଓ ମାସ୍କ ବ୍ୟବହାର ନକଲେ ଆଦାୟ ହେବ ଫାଇନ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.