ETV Bharat / city

‘ସ୍କୁଲରେ ପିଲାଙ୍କୁ ଦିଆଯାଉ ନୀତି ଶିକ୍ଷା’ - ଭୁବନେଶ୍ବର ବରିଷ୍ଠ ନାଗରିକ

ଭୁବନେଶ୍ବର ଗୀତଗୋବିନ୍ଦ ଭବନଠାରେ ବରିଷ୍ଠ ନାଗରିକ ଦିବସ ଅବ୍ୟବହିତ ପୂର୍ବରୁ ବରିଷ୍ଠ ନାଗରିକ ଦିବସ ସଂକ୍ରାନ୍ତୀୟ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଠାରେ ସ୍କୁଲ ମାନଙ୍କରେ ନୈତିକ ଶିକ୍ଷା ପ୍ରଦାନ କରାଯାଉନଥିବା ନେଇ ଆଲୋଚନା ହୋଇଛି । ତେବେ ସ୍କୁଲ ପିଲାମାନଙ୍କୁ ନୈତିକ ଶିକ୍ଷା ପ୍ରଦାନ ସମ୍ବନ୍ଧରେ ସମସ୍ତ ଶିକ୍ଷାନୁଷ୍ଠାନରେ ବ୍ୟବସ୍ଥା କରିବାକୁ ବରିଷ୍ଠ ନାଗରିକମାନେ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Sep 30, 2019, 6:11 PM IST

ଭୁବନେଶ୍ବର: ଅକ୍ଟୋବର 1 ବିଶ୍ବ ବରିଷ୍ଠ ନାଗରିକ ଦିବସ । ଏହାର ଅବ୍ୟବହିତ ପୂର୍ବରୁ ସ୍ଥାନୀୟ ଗୀତଗୋବିନ୍ଦ ଭବନଠାରେ ଅନୁଷ୍ଠିତ ହୋଇଯାଇଛି ବିଶ୍ବ ବରିଷ୍ଠ ନାଗରିକ ଦିବସ ସଂକ୍ରାନ୍ତୀୟ ଆଲୋଚନା ଚକ୍ର । ଦିନକୁ ଦିନ ସମାଜରେ ବରିଷ୍ଠ ନାଗରିକଙ୍କ ପ୍ରତି ନିର୍ଯାତନା ଓ ଅବହେଳା ବଢି ବଢି ଚାଲିଛି । ଏହାର ପ୍ରମୁଖ କାରଣ ସମାଜ ଓ ପରିବାରରେ ନୈତିକତାର ଅଧପତନ। ତେଣୁ ସ୍କୁଲ ପିଲାମାନଙ୍କୁ ନୀତି ଶିକ୍ଷା ସମ୍ବନ୍ଧରେ ସମସ୍ତ ଶିକ୍ଷାନୁଷ୍ଠାନରେ ବ୍ୟବସ୍ଥା କରିବାକୁ ବରିଷ୍ଠ ନାଗରିକମାନେ ଏହି ଅବସରରେ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଏହି ଆଲୋଚନା ଚକ୍ରରେ ସମସ୍ତଙ୍କ ସାମାଜିକ ସୁରକ୍ଷା ପେନସନ ନେଇ ଆଲୋଚନା ହୋଇଛି । ଯେଉଁଥିରେ ସରକାରଙ୍କ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ଦିଆଯାଉଥିବା ବିଭିନ୍ନ ସୁବିଧା ସୁଯୋଗ ଉପରେ ଉପସ୍ଥିତି ଅତିଥି ଆଲୋକପାତ କରିଥିଲେ । ଏହା ସହିତ ପରିବାରରେ ପିଲାମାନଙ୍କ ଦ୍ବାରା ନିର୍ଯାତନା ବୃଦ୍ଧି, ସ୍ବାସ୍ଥ୍ୟ ଗତ ସମସ୍ୟା ଓ ସମାଜର ଲୋକମାନଙ୍କ ଅବହେଳା ବିଷୟରେ ଆଲୋଚନା ହୋଇଛି ।

ତେବେ ଏଥିରେ ମୁଖ୍ୟତଃ ବାପ ମାଆ ମାନେ ସେମାନଙ୍କ ପିଲାଙ୍କୁ ଭଲ ପାଠ ପଢ଼ାଇବା ପ୍ରତି ଗୁରୁତ୍ବ ଦେଉଥିବା ବେଳେ ସେମାନଙ୍କୁ ନୈତିକତା, ପାରିବାରିକ ମୂଲ୍ୟବୋଧ ଉପରେ ଶିକ୍ଷା ଦିଆଯାଉନଥିବା ଚର୍ଚ୍ଚା ହୋଇଥିଲା । ଏପରିକି ଶିକ୍ଷାନୁଷ୍ଠାନରେ ମଧ୍ୟ ପାଠ କେବଳ ଚାକିରି ଅନ୍ବେଷଣର ଏକ ମାଧ୍ୟମ ହୋଇଥିବାରୁ ପାଠ ପଢ଼ି ସାରି ପିଲାମାନେ ନିଜ ରୋଜଗାର ପାଇଁ ବାହାରକୁ ପଳାଇ ଯାଉଥିବା ପ୍ରକାଶ ପାଇଛି ।

ଏଣେ ଘରେ ବୃଦ୍ଧ ପିତାମାତା ମାନେ ଏକୁଟିଆ ଦୁଃଖ କଷ୍ଟରେ ଜୀବନ କାଟୁଛନ୍ତି । ଏହି ଆଲୋଚନା ଅବସରରେ ବରିଷ୍ଠନାଗରିକ ମାନେ ଏସଏସଇଡିପି ବିଭାଗ ପ୍ରତି ସ୍କୁଲରେ ସପ୍ତାହକୁ 2ଦିନ ନୈତିକ କ୍ଳାସ କରିବାକୁ ଗଣଶିକ୍ଷା ବିଭାଗକୁ ଚିଠି ଲେଖିବାକୁ ନିବେଦନ କରିଛନ୍ତି ।

ଏହି ଆଲୋଚନାରେ ମନ୍ତ୍ରୀ ଅଶୋକ ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗଦେଇ ବରିଷ୍ଠ ନାଗରିକମାନଙ୍କ ପାଇଁ ବିଭାଗ ପକ୍ଷରୁ ବହୁ ପଦକ୍ଷେପ ଗ୍ରହଣ କରାଯାଉଥିବା କହିଛନ୍ତି । ସେହିପରି ବରିଷ୍ଠ ନାଗରିକ ଦିବସକୁ ପ୍ରତି ବିଦ୍ୟାଳୟମାନଙ୍କରେ ପାଳନ କରାଯିବାକୁ ଚଳିତବର୍ଷ ଠାରୁ ବ୍ୟବସ୍ଥା ହୋଇଥିବା କହିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ନୀକାନ୍ତ ଦାସ, ଇଟିଭି ଭାରତ

Intro:ଦିନକୁ ଦିନ ସମାଜରେ ବରିଷ୍ଠ ନାଗରିକଙ୍କ ପ୍ରତି ନିର୍ଯ୍ୟାତନା ଓ ଅବହେଳା ବଢି ବଢି ଚାଲିଛି।ଏହାର ପ୍ରମୁଖ କାରଣ ସମାଜ ଓ ପରିବାରରେ ନୈତିକତାର ଅଧପତନ।ତେଣୁ ପିଲାମାନଙ୍କୁ ପିଲା ବେଳରୁ ନୈତିକ ଶିକ୍ଷା ସମ୍ବନ୍ଧରେ ଶିକ୍ଷା ପ୍ରଦାନ ଦିଗରେ ସରକାର ବ୍ୟବସ୍ଥା କରିବାକୁ ବରିଷ୍ଠ ନାଗରିକମାନେ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି।

Body:ସ୍ଥାନୀୟ ଗୀତଗୋବିନ୍ଦ ଭବନ ଠାରେ ବରିଷ୍ଠ ନାଗରିକ ଦିବସ ଅବ୍ୟବହିତ ପୂର୍ବରୁ ସମସ୍ତଙ୍କୁ ସାମାଜିକ ସୁରକ୍ଷା ପେନସନ ବିଷୟକୁ ନେଇ ଆଲୋଚନା ଅନୁଷ୍ଠିତ ହୋଇଥିଲା।ଯେଉଁଥିରେ ସରକାରଙ୍କ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ଦିଆ ଯାଉଥିବା ବିଭିନ୍ନ ସୁବିଧା ସୁଯୋଗ ଉପରେ ଆଲୋଚନା କରାଯାଇଥିଲା।ଏହା ସହିତ ପରିବାରରେ ପିଲାମାନଙ୍କ ଦ୍ୱାରା ନିର୍ଯ୍ୟାତନା ବୃଦ୍ଧି ,ସ୍ୱାସ୍ଥ୍ୟ ଗତ ସମସ୍ୟା ଓ ସମାଜର ଲୋକମାନଙ୍କ ଅବହେଳା ବିଷୟରେ ଆଲୋଚନା କରାଯାଇଥିଲା।ତେବେ ଏଥିରେ ମୁଖ୍ୟତଃ ବାପ ମା ମାନେ ସେମାନଙ୍କ ପିଲାଙ୍କୁ ଭଲ ପାଠ ପଢ଼ାଇବା ପ୍ରତି ଗୁରୁତ୍ୱ ଦେଉଥିବାବେଳେ ସେମାନଙ୍କୁ ନୈତିକତା ,ପାରିବାରିକ ମୂଲ୍ୟବୋଧ ଉପରେ ଶିକ୍ଷା ଦେଉନଥିବା ଚର୍ଚ୍ଚା ହୋଇଥିଲା।ଏପରିକି ଶିକ୍ଷାନୁଷ୍ଠାନରେ ମଧ୍ୟ ପାଠ କେବଳ ଚାକିରୀ ଅନ୍ୱେଷଣର ଏକ ମାଧ୍ୟମ ହୋଇଥିବାରୁ ପାଠ ପଢ଼ିସାରି ପିଲାମାନେ ନିଜ ରୋଜଗାର ପାଇଁ ବାହାରକୁ ପଳାଇ ଯାଉଥିବା ଦେଖା ଯାଉଛି।ଏଣେ ଘରେ ବୃଦ୍ଧ ପିତାମାତା ମାନେ ଏକୁଟିଆ ଦୁଃଖ କଷ୍ଟରେ ଜୀବନ କାଟୁଛନ୍ତି।ତେଣୁ ଏହି ଆଲୋଚନା ଅବସରରେ ବରିଷ୍ଠନାଗରିକ ମାନେ ଏସଏସଇଡିପି ବିଭାଗ ପ୍ରତି ସ୍କୁଲ ରେ ସପ୍ତାହକୁ 2ଦିନ ନୈତିକ କ୍ଳାସ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଚିଠି ଲେଖିବାକୁ ନିବେଦନ କରିଛନ୍ତି।ଯାହାଦ୍ୱାରା ପିଲାମାନେ ବଡ଼ ହେଲେ ବୟସ୍କଲୋକଙ୍କୁ ଅବହେଳା କରିବେ ନାହିଁ।
ଆଜିର ଏହି ଆଲୋଚନାରେ ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗଦେଇ ବରିଷ୍ଠନାଗରିକମାଙ୍କ ପାଇଁ ବିଭାଗ ପକ୍ଷରୁ ବହୁ ପଦକ୍ଷେପ ଗ୍ରହଣ କରାଯାଉଥିବା କହିଛନ୍ତି।ସେହିପରି ବରିଷ୍ଠ ନାଗରିକ ଦିବସକୁ ପ୍ରତି ବିଦ୍ୟାଳୟମାନଙ୍କରେ ପାଳନ କରାଯିବାକୁ ଚଳିତବର୍ଷ ଠାରୁ ବ୍ୟବସ୍ଥା ହୋଇଥିବା କହିଛନ୍ତି।ହେଲ୍ପ ଏଜ ଅନୁଷ୍ଠାନ ପକ୍ଷରୁ ଏହାର ରାଜ୍ୟ ଶାଖା ମୁଖ୍ୟ ଶ୍ରୀମତୀ ଭାରତୀ ଚକ୍ର ଦେଇଥିବା ବୟସ୍କ ବ୍ୟକ୍ତିମାନଙ୍କ ସାମାଜିକ ସୁରକ୍ଷା ଉପରେ ପ୍ରସ୍ତାବକୁ ବିଚାର କରାଯାଇ କାର୍ଯ୍ୟକାରୀ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି।ଏହି ଉତ୍ସବରେ ଭୁବନେଶ୍ୱରର ବିଭିନ୍ନସ୍ଥାନରୁ ଆସିଥିବା ବୟସ୍କ ବ୍ୟକ୍ତିଙ୍କ ସହିତ ସାମାଜିକ ସୁରକ୍ଷା ବିଭାଗ ର ନିର୍ଦେଶୀକା ଶ୍ରୀମତୀ ବ୍ରତତୀ ହରିଚନ୍ଦନ,ଶ୍ରୀ ରାଜ କିଶୋର ମିଶ୍ର ଖାଦ୍ୟ ସୁରକ୍ଷା ଅଭିଯାନ ଓ ଅନ୍ୟମାନେ ବରିଷ୍ଠନାଗରିକଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ।
ବାଇଟ-ହେଲ୍ପ ଏଜ ଅନୁଷ୍ଠାନ ପକ୍ଷରୁ ଏହାର ରାଜ୍ୟ ଶାଖା ମୁଖ୍ୟ ଶ୍ରୀମତୀ ଭାରତୀ ଚକ୍ର
ବାଇଟ-ମଧୁ ମାଧବ ଜେନା-ବରିଷ୍ଠ ନାଗରିକ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.