ETV Bharat / city

ଦ୍ୱିତୀୟ ଦିନରେ ବରିଷ୍ଠ ନାଗରିକଙ୍କ ଟୀକାକରଣ, ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ

author img

By

Published : Mar 2, 2021, 5:26 PM IST

Updated : Mar 2, 2021, 8:57 PM IST

ଦ୍ୱିତୀୟ ଦିନରେ ବରିଷ୍ଠ ନାଗରିକଙ୍କ ଟୀକାକରଣ
ଦ୍ୱିତୀୟ ଦିନରେ ବରିଷ୍ଠ ନାଗରିକଙ୍କ ଟୀକାକରଣ

20:53 March 02

ଟିକା ନେଲେ ସୁର ରାଉତରାୟ

ଟିକା ନେଲେ ସୁର ରାଉତରାୟ
ଟିକା ନେଲେ ସୁର ରାଉତରାୟ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣରେ ସାମିଲ ହୋଇଛି ଘରୋଇ ହସ୍ପିଟାଲ ।  ଏହି ପର୍ଯ୍ୟାୟରେ ବରିଷ୍ଠ ବ୍ୟକ୍ତିଙ୍କୁ ଟୀକାକରଣ କରାଯାଉଛି ।  ଏହି କ୍ରମରେ ମଙ୍ଗଳବାର କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ଟିକା ନେଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ  

20:44 March 02

ଟିକା ନେଲେ ପିସିସି ସଭାପତି

ଦ୍ୱିତୀୟ ଦିନରେ ବରିଷ୍ଠ ନାଗରିକଙ୍କ ଟୀକାକରଣ
ଦ୍ୱିତୀୟ ଦିନରେ ବରିଷ୍ଠ ନାଗରିକଙ୍କ ଟୀକାକରଣ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣରେ ସାମିଲ ହୋଇଛି ଘରୋଇ ହସ୍ପିଟାଲ ।  ଏହି ପର୍ଯ୍ୟାୟରେ ବରିଷ୍ଠ ବ୍ୟକ୍ତିଙ୍କୁ ଟୀକାକରଣ କରାଯାଉଛି ।  ଏହି କ୍ରମରେ ମଙ୍ଗଳବାର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ତାଙ୍କ ପତ୍ନୀ  କଟକର ଏକ ଘରୋଇ ମେଡିକାଲରେ ଟିକା ନେଇଛନ୍ତି ।  

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ 

20:10 March 02

ଚାଲିଛି ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ

ଦ୍ୱିତୀୟ ଦିନରେ ବରିଷ୍ଠ ନାଗରିକଙ୍କ ଟୀକାକରଣ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣରେ ସାମିଲ ହୋଇଛି ଘରୋଇ ହସ୍ପିଟାଲ । ମଙ୍ଗଳବାର ରାଜଧାନୀ ଭୁବନେଶ୍ବରରେ ୧୫ଟି ଘରୋଇ ହସ୍ପିଟାଲରେ କୋରୋନା ଭ୍ୟାକ୍ସିନ ଦିଆଯାଇଛି । ସୋମବାର ୧୦ଟି ଘରୋଇ ହସ୍ପିଟାଲରେ ଟିକା ଦିଆଯାଇଥିଲା । ସକାଳ ୯ଟା ଠାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଟୀକାକରଣ ହୋଇଛି । ଘରୋଇ ହସ୍ପିଟାଲରେ ଟିକା ପାଇଁ ୨୫୦ ଟଙ୍କା ଦେୟ ଧାର୍ଯ୍ୟ କରାଯାଇଛି । ସୋମବାର ଠାରୁ ପ୍ରଥମ ଦିନରେ ୧୨ଟି ସରକାରୀ ହସ୍ପିଟାଲରେ ମାଗଣାରେ ଟିକା ଦିଆଯାଇଛି। ୟୁପିଏଚସିରେ ସୋମବାର, ଗୁରୁବାର ଓ ଶନିବାର ଏବଂ ସିଏଚସିରେ ସବୁଦିନ ଟିକା ଦିଆଯିବ। ପ୍ରତି ହସ୍ପିଟାଲରେ ଦୈନିକ ୧୦୦ ଜଣଙ୍କୁ ଟିକା ଦିଆଯିବା ନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ।

ଭୁବନେଶ୍ବରୁ ବିକାଶ କୁମାର ଦାସ, ଇଟିଭି ଭାରତ 

16:59 March 02

ବଲାଙ୍ଗୀରରେ ଟିକା ନେଲେ ନରସିଂହ ମିଶ୍ର

ଦ୍ୱିତୀୟ ଦିନରେ ବରିଷ୍ଠ ନାଗରିକଙ୍କ ଟୀକାକରଣ

ବଲାଙ୍ଗୀର:  ସାରା ରାଜ୍ୟରେ ଚାଲିଛି ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ । ଏହି ପର୍ଯ୍ୟାୟରେ ବରିଷ୍ଠ ବ୍ୟକ୍ତି ମାନଙ୍କର ଟୀକାକରଣ କରାଯାଉଛି । ଏହି କ୍ରମରେ  ବଲାଙ୍ଗୀରରେ ମଙ୍ଗଳବାର ଓଡ଼ିଶାର ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର  ଏବଂ ତାଙ୍କ ପତ୍ନୀ ଚିକା ନେଇଛନ୍ତି।  ଏହି ଅବସରରେ ଅନ୍ୟମାନଙ୍କୁ ଟିକା ନେବାପାଇଁ ସେ ଅପିଲ କରିଛନ୍ତି ।  

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ 

15:30 March 02

ଦ୍ୱିତୀୟ ଦିନରେ ବରିଷ୍ଠ ନାଗରିକଙ୍କ ଟୀକାକରଣ

ଦ୍ୱିତୀୟ ଦିନରେ ବରିଷ୍ଠ ନାଗରିକ ଟୀକାକରଣ

ଭୁବନେଶ୍ବର: ଟୀକାକରଣର ଦ୍ବିତୀୟ ଦିନରେ ବରିଷ୍ଠ ନାଗରିକଙ୍କୁ  ଟିକାକରଣ କରାଯାଇଛି। ହେଲେ ହସ୍ପିଟାଲ ଓ ପଞ୍ଜୀକାରଣକୁ ନେଇ ଅନେକ ବରିଷ୍ଠ ନାଗରିକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।  

ଟିକା ନେବାକୁ କ୍ୟାପିଟାଲ ହସ୍ପିଟାଲରେ ଭିଡ଼ ଦେଖିବାକୁ ମିଳିଛି। ଦୈନିକ 100 ଟୀକା ଦିଆଯାଉଥିବା ବେଳେ ଅନଲାଇନ ପଞ୍ଜୀକରଣ ହୋଇପାରୁନଥିବାରୁ ଅଫଲାଇନରେ ପଞ୍ଜୀକରଣ କରାଯାଇଛି।  

ତେବେ ଅନେକ ସଂଖ୍ୟାରେ ବରିଷ୍ଠ ନାଗରିକମାନେ ଦୂର ଦୁରାନ୍ତରୁ  କ୍ୟାପିଟାଲ ହସ୍ପିଟାଲକୁ ଟିକା ନେବା ପାଇଁ ଆସୁଥିବା ବେଳେ  ବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।

Last Updated : Mar 2, 2021, 8:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.