ETV Bharat / city

ଆବଶ୍ୟକ ପଡିଲେ ବନ୍ଦ ହେବ ସ୍କୁଲ: DMET

ସ୍କୁଲରେ ବଢୁଛି ସଂକ୍ରମଣ । ପିଲାମାନେ ସଂକ୍ରମଣ ହେବା ପାଇଁ ପରିବାର ଲୋକଙ୍କୁ ପରୋକ୍ଷରେ ଦାୟୀ କଲା ସ୍ୱାସ୍ଥ୍ୟ ବିଭାଗ। ଅଧିକ ପଢନ୍ତୁ...

ସ୍କୁଲରେ ବଢୁଛି ସଂକ୍ରମଣ , ଆବଶ୍ୟକ ପଡ଼ିଲେ ସ୍କୁଲ ବନ୍ଦ ହୋଇପାରେ, ଡିଏମଇଟି

author img

By

Published : Sep 7, 2021, 1:16 PM IST

Updated : Sep 7, 2021, 1:45 PM IST

ଭୁବନେଶ୍ବର: ସ୍କୁଲରେ ଏବେ ସଂକ୍ରମଣ ବଢୁଛି । ଆବଶ୍ୟକ ପଡ଼ିଲେ ସ୍କୁଲ ବନ୍ଦ ହୋଇପାରେ ବୋଲି ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଡିଏମିଟି ସିବିକେ ମହାନ୍ତି । ଯେଉଁ ପିଲାମାନେ ସ୍କୁଲ ଆସୁଛନ୍ତି ସେମାନଙ୍କ ଅଭିଭାବକ ପିଲାଙ୍କ ସମ୍ପୂର୍ଣ୍ଣ ଦାୟିତ୍ବ ନେବା ଉଚିତ । ଯଦି ପିଲାଙ୍କୁ ଥଣ୍ଡା, କାଶ କି ଜ୍ୱର ହୋଇଛି ସେ ବିଷୟରେ ଅଭିଭାବକ ମାନେ ସ୍କୁଲକୁ ଜଣାଇବା ଉଚିତ । ଯଦି ନଜଣାନ୍ତି ତେବେ ପରିସ୍ଥିତି ଭୟଙ୍କର ହେବ । ସ୍କୁଲରେ ସଂକ୍ରମଣ ବଢୁଥିବା ନେଇ ଆଜି ଏପରି କହିବା ସହ ପିଲାମାନେ ସଂକ୍ରମଣ ହେବା ପାଇଁ ପରିବାର ଲୋକଙ୍କୁ ପରୋକ୍ଷରେ ଦାୟୀ କରିଛି ସ୍ୱାସ୍ଥ୍ୟ ବିଭାଗ।

ତେବେ ସଂକ୍ରମଣ ଯଦି ଏମିତି ବଢିଚାଲିବ ତେବେ ସ୍କୁଲ ମଧ୍ୟ ବନ୍ଦ ହୋଇପାରେ । ପିଲାମାନେ ନେଇଥିବା ଟିକା କୋଭିଡ ଟିକା ନୁହେଁ ତେଣୁ ନିଜ ପିଲାଙ୍କୁ ନେଇ ବାପା ମା ସାବଧାନ ରୁହନ୍ତୁ । ସେହିପରି କୋରୋନାର ତୃତୀୟ ଲହରକୁ ନେଇ ଡିଏମିଟି କହିଛନ୍ତି ଯେ ବର୍ତ୍ତମାନ ଅକ୍ସିଜେନ ପର୍ଯ୍ୟାପ୍ତ ପରିମାଣର ମହଜୁଦ ଅଛି ।

ସୂଚନା ଅନୁଯାୟୀ, ଢେଙ୍କାନାଳ ଓ ବରଗଡ଼ର 2ଟି ସ୍କୁଲର 34 ପିଲା ପଜିଟିଭ୍ ହୋଇଥିବା ସୂଚନା ମିଳିଛି। ଏହାକୁ ନେଇ ତର୍ଜମା କରାଯାଉଛି। ବାସ୍ତବ ସ୍ଥିତି ଜାଣିବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Sep 7, 2021, 1:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.