ETV Bharat / city

ଉପକୂଳ ହାଇୱେକୁ ନେଇ ସଞ୍ଜୟ ଦାସବର୍ମାଙ୍କ ମନ୍ତବ୍ୟ ମିଛ: ବିଜେପି

ଉପକୂଳ ହାଇୱେ ନେଇ ସଞ୍ଜୟ ଦାସବର୍ମାଙ୍କ ମନ୍ତବ୍ୟକୁ ନେଇ ସାମ୍ବାଦିକ ସମ୍ମିଳନୀରେ ଜବାବ ରଖିଲେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର । ଖୋଲା ବିତର୍କକୁ ଆହ୍ବାନ କଲେ ପିଜେପି ମୁଖପାତ୍ର। ଅଧିକ ପଢନ୍ତୁ...

ଉପକୂଳ ହାଇୱେକୁ ନେଇ ସଞ୍ଜୟ ଦାସବର୍ମା ମନ୍ତବ୍ୟ ମିଛ; ବିଜେପି

author img

By

Published : Jan 29, 2021, 8:26 PM IST

ଭୁବନେଶ୍ବର : ରାଜ୍ୟରେ ଉପକୂଳ ହାଇୱେକୁ ନେଇ ରାଜ୍ୟ ସରକାରଙ୍କ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ମିଛ ମନ୍ତବ୍ୟ ଦେଇଥିବା ବିଜେପି ଅଭିଯୋଗ କରିଛି । 380 କିଲୋମିଟର ରାସ୍ତା ରହିଥିବା ବେଳେ 170 କିଲୋମିଟର ତଥ୍ୟ ଦେଇଥିବା ବିଜେପି ଅଭିଯୋଗ କରିବା ସହ ଓଡ଼ିଶାବାସୀଙ୍କୁ ରାଜ୍ୟ ସରକାର ଭୁଆଁ ବୁଲାଉଛନ୍ତି ବୋଲି କହିଛି ।

ଉପକୂଳ ହାଇୱେକୁ ନେଇ ସଞ୍ଜୟ ଦାସବର୍ମା ମନ୍ତବ୍ୟ ମିଛ; ବିଜେପି

ଓଡ଼ିଶାର ଜୀବନ ରେଖା ତଥା ଧର୍ମେନ୍ଦ୍ର ପ୍ରଧାନ ଓ ମୋଦିଙ୍କ ଉପହାର ହେଉଛି ଉପକୂଳ ହାଇୱେ । ଯୋଜନା ବୋର୍ଡ ଉପାଧକ୍ଷ ସଞ୍ଜୟ ଦାସବର୍ମା ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି ଏବଂ ତାଙ୍କର ଉକ୍ତି ତଥ୍ୟ ଉପରେ ଆଧାରିତ ନୁହେଁ ବୋଲି ବିଜେପି କହିଛି । କୋଷ୍ଟାଲ ହାଇୱେ 2କୁ ଡିସେମ୍ବରରେ ଜାତୀୟ ରାଜପଥର ଅନୁମତି ଦେଇଥିବା ବେଳେ ପ୍ରଥମେ ସାତପଡାରୁ ଦୀଘା କରାଯାଉ ବୋଲି ରାଜ୍ୟ ସରକାର କହିଛନ୍ତି । ଏହା ସମୁଦାୟ 177 କିଲୋମିଟର ରାସ୍ତା ।

ଡିସେମ୍ବରରେ 15 ତାରିଖରେ ରତନପୁରରୁ ଦୀଘା ପର୍ଯ୍ୟନ୍ତ କାମ ପାଇଁ ଚିଠି ଦେଲେ କେନ୍ଦ୍ର ସରକାର । ହେଲେ ନିର୍ବାଚନ ଥିବାରୁ ତାହା ରାଜନୈତିକ ଦୃଷ୍ଟି କୋଣରୁ ବନ୍ଦ କରି ଦିଆଯାଇଥିଲା । ବିଜେଡି ଚାହୁଁନି ଓଡ଼ିଶାର ବିକାଶ ହେଉ କିନ୍ତୁ, ଟାଙ୍ଗିରୁ ବ୍ରହ୍ମଗିରି ଦେଇ କୋଣାର୍କ ରାସ୍ତା ଯେ କୌଣସି ପ୍ରକାରେ ବିଜେପି ସରକାର କରିବା ପାଇଁ ପ୍ରସ୍ତୁତ । ଏଥିସହିତ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରର ବିକାଶ ହେଉ ବିଜେଡି ଚାହୁଁନି ବୋଲି ବିଜେପି ଅଭିଯୋଗ କରିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.