ETV Bharat / city

ସମୀରଙ୍କୁ ଛୁଟୁଛି ଶୁଭେଛା, ଶୁକ୍ରବାର ନେବେ ବିଧିବଦ୍ଧ ଦାୟିତ୍ବ

ରାଜ୍ୟ ବିଜେପିର ନେତୃତ୍ବ ନେବାରେ ସକ୍ଷମ ହେଲେ ଉପକୂଳ ନେତା । ଦୀର୍ଘ 16 ବର୍ଷ ପରେ ଉପକୂଳ ନେତାଙ୍କ ମୁଣ୍ଡରେ ଲାଗିଛି ବିଜେପି ମୁଖିଆ ପଗଡ଼ି । ଦଳର ସାଙ୍ଗଠନିକ ସଭାପତି ନିର୍ବାଚନରେ ସମୀର ମହାନ୍ତି ହୋଇଛନ୍ତି ସଭାପତି । ସେପଟେ ଆସନ୍ତାକାଲି ଦଳୀୟ କାର୍ଯ୍ଯାଳୟରେ ବିଧିବଦ୍ଧ ଦାୟିତ୍ବ ଗ୍ରହଣ କରିବେ ସମୀର ।

bjp-president
bjp-president
author img

By

Published : Jan 16, 2020, 8:08 PM IST

ଭୁବନେଶ୍ବର: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟି ଓଡିଶା ବିଜେପିର ନେତୃତ୍ବ ନେବାରେ ସଫଳ ହୋଇଛନ୍ତି ଉପକୂଳ ନେତା। ବସନ୍ତ ପଣ୍ଡାଙ୍କ ପରେ ସମୀର ମହାନ୍ତି ହେଲେ ବିଜେପିର ନୂଆ ରାଜ୍ୟ ସଭାପତି। ଦଳ ପକ୍ଷରୁ ଆଜି ରାଜ୍ୟ ସଭାପତି ପଦ ପାଇଁ ଆରମ୍ଭ ହୋଇଥିଲା ନିର୍ବାଚନ ପ୍ରକ୍ରିୟା। ଅପରାହ୍ନ 3ଟାରେ ନାମାଙ୍କନ ପତ୍ର ଦାଖଲ ହୋଇଥିଲା ବେଳେ ଦଳର ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ ସମୀର।

ସମୀରଙ୍କୁ ଛୁଟୁଛି ଶୁଭେଛା, ଆସନ୍ତାକାଲି ନେବେ ବିଧିବଦ୍ଧ ଦାୟିତ୍ବ

ପରେ ନୂଆ ସଭାପତି ଭାବେ ସମୀରଙ୍କ ନାମ ଘୋଷଣା ହୋଇଥିଲା ଏହାକୁ ସ୍ବାଗତ କରିଛନ୍ତି ଦଳୀୟ ନେତୃବୃନ୍ଦ। ଆସନ୍ତାକାଲି ବିଧିବଦ୍ଧ ଭାବରେ ନୂତନ ସଭାପତି ଦାୟିତ୍ବ ଗ୍ରହଣ କରିବେ । ସମୀରଙ୍କୁ ଦିନ 10ଟାରେ ଦାୟିତ୍ବ ହସ୍ତାନ୍ତର କରାଯିବ ପରେ ଦଳୀୟ କାର୍ଯ୍ୟାଳୟରେ ତାଙ୍କୁ ସମ୍ଭର୍ଦ୍ଧନା ଦିଆଯିବ ବୋଲି ସୂଚନା ଦେଇଛନ୍ତି ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂହ ତୋମାର ।

ବିଦାୟୀ ସଭାପତି ବସନ୍ତ ପଣ୍ଡା କହିଛନ୍ତି ସମୀରଙ୍କ ନେତୃତ୍ବରେ ଦଳ ଅଧିକ ସଂଗଠିତ ହେବ। ପୂର୍ବତନ ସଭାପତି ମନମୋହନ ସାମଲ କହିଛନ୍ତି ଯିଏ ବି ସଭାପତି ହୁଅନ୍ତୁ ଦଳକୁ ଆଗକୁ ନେବା ହେବ ପ୍ରଥମ ଦାୟିତ୍ବ। ସେହିପରି ପୋଡା ଟ୍ରାନ୍ସଫରମର ସରକାରକୁ ଓପାଡି ଫୋପାଡ଼ି ଦେବା ହେବ ନୂଆ ସଭାପତିଙ୍କ ପ୍ରାଥମିକତା ହେବ ବୋଲି କହିଛନ୍ତି ଦଳର ବରିଷ୍ଠ ନେତା ଜୟ ନାରାୟଣ ମିଶ୍ର କହିଛନ୍ତି ।

ସେହିପରି ସଭାପତି ରେସରେ ଥିବା ପୃଥ୍ବୀରାଜ ହରିଚନ୍ଦନ ଓ ଦଳର ଅନ୍ୟ ନେତୃତ୍ବ ସମୀର ମହାନ୍ତିଙ୍କ ନେତୃତ୍ବ ଦଳକୁ ଆଗେଇ ନେବ ବୋଲି କହିଛନ୍ତି । ଦଳୀୟ ନିର୍ବାଚନ ଲାଗି ଛଅ ସେଟ ନାମାଙ୍କନ ହୋଇଥିଲା ବେଳେ ସମୀର ମହାନ୍ତିଙ୍କ ନାମ ପ୍ରଥମ ସେଟରେ ରହିଥିଲା । ସେପଟେ ଅନ୍ୟ କୌଣସି ନେତା ପ୍ରାର୍ଥୀ ପତ୍ର ଭରି ନଥିବାରୁ ନିର୍ଦ୍ବନ୍ଦରେ ନୂଆ ସଭାପତିଙ୍କ ନିର୍ବାଚିତ ହୋଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ସମୀର ମହାନ୍ତି ହେଲେ ରାଜ୍ୟ ବିଜେପିର ନୂଆ ମଙ୍ଗୁଆଳ।

ସମୀର ମହାନ୍ତି ହେଲେ ରାଜ୍ୟ ବିଜେପି ର ନୂଆ ମଙ୍ଗୁଆଳ। ବସନ୍ତ ପଣ୍ଡା ଙ୍କ ପରେ ଆନୁଷ୍ଠାନିକ ଭାବେ ଦଳର ଦାୟିତ୍ୱ ନେବେ ସମୀର। ରାଜ୍ୟ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ସମୀର ଙ୍କ ନେତୃତ୍ୱ ଉପରେ ମାରିଛନ୍ତି ମୋହର।

Body:
ସରିଲା ସବୁ କଳ୍ପନା ଜଳ୍ପନା। ଏଥର ଓଡିଶା ବିଜେପି ପାଇଲା ଉପକୂଳ ରୁ ନେତୃତ୍ୱ। ବସନ୍ତ ପଣ୍ଡା ଙ୍କ ପରେ ସମୀର ମହାନ୍ତି ହେଲେ ବିଜେପି ର ନୂଆ ରାଜ୍ୟ ସଭାପତି। ଦଳ ପକ୍ଷରୁ ଆଜି ରାଜ୍ୟ ସଭାପତି ପଦ ପାଇଁ ଆରଂଭ ହୋଇଥିଲା ନିର୍ବାଚନ ପ୍ରକ୍ରିୟା। ଅପରାହ୍ନ 3ଟା ରେ ହୋଇଥିଲା ନାମାଙ୍କନ। ଦଳ ର ଏକମାତ୍ର ପ୍ରଥି ଭାବେ ନାମାଙ୍କନ କରିଥିଲେ ସମୀର। ପ୍ରତ୍ୟହାର ପରେ ଏକମାତ୍ର ପ୍ରାଥି ଭାବେ ସମୀରଙ୍କ ନାମାଙ୍କନ କାଏମ ରହିଥିଲା।
ନୂଆ ସଭାପତି ଘୋଷଣା ପରେ ଏହାକୁ ସ୍ୱାଗତ କରିଛନ୍ତି ଦଳୀୟ ନେତୃବୃନ୍ଦ। ବିଦାୟୀ ସଭାପତି ବସନ୍ତ ପଣ୍ଡା କହିଛନ୍ତି ସମୀରଙ୍କ ନେତୃତ୍ୱରେ ଦଳ ଅଧିକ ସଂଗଠିତ ହେବ। ପୂର୍ବ ତନ ସଭାପତି ମନମୋହନ ସାମଲ କହିଛନ୍ତି ଯିଏ ବି ସଭାପତି ହୁଅନ୍ତୁ ଦଳକୁ ଆଗକୁ ନେବା ହେବ ପ୍ରଥମ ଦାୟିତ୍ୱ।
ଦଳର ବରିଷ୍ଠ ନେତା ଜୟନାରା ୟଣ ମିଶ୍ର କହିଛନ୍ତି ପୋଡା ତ୍ରାନ୍ସଫରମର ସରକାରକୁ ଓପାଡି ଫୋପାଡ଼ି ଦେବା ହେବ ନୂଆ ସଭାପତି ଙ୍କ ପ୍ରାଥମିକତା । ଚର୍ଚ୍ଚାରେ ଥିବା ପୃଥ୍ୱୀରାଜ ହରିଚନ୍ଦନ ଓ ଦଳ ର ଅନ୍ୟ ନେତୃତ୍ୱ ସମୀର ମହାନ୍ତି ଙ୍କ ନେତୃତ୍ୱ ଦଳ କୁ ଆଗେଇ ନେବ ବୋଲି କହୁଛନ୍ତି । ଏବେ ନୂଆ ସଭାପତି ଙ୍କ ନିଷ୍ପତ୍ତି ଓ କାର୍ଯ୍ୟକ୍ରମ ଉପରେ ନଜର।

Byte- ଜୟନାରାୟଣ ମିଶ୍ର, ବରିଷ୍ଟ ବିଜେପି ନେତା
Byte- ବସନ୍ତ ପଣ୍ଡା, ପୂର୍ବତନ ସଭପତି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.