ଭୁବନେଶ୍ବର: ‘ମୋ ସରକାର’ ଅଧିନକୁ ଯିବ ଗ୍ରାମ୍ୟ ଉନ୍ନୟନ ବିଭାଗ। ଚଳିତ ବର୍ଷ ଫେବୃଆରୀ ପହିଲାରୁ ଏହି ବିଭାଗ ‘ମୋ ସରକାର’ ରେ ସାମିଲ ହେବ। ଏନେଇ ବିଭାଗୀୟ ସଚିବ ପ୍ରଦୀପ ଜେନା ଜଣାଇଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗ ‘ମୋ ସରକାର’ ଅଧିନକୁ ଯିବା ପରେ ଯେଉଁ ଗାଁକୁ ରାସ୍ତା ନଥିବ ସେହି ଗାଁକୁ ରାସ୍ତା ସଂଯୋଗୀକରଣ କରାଯିବ। କିଛି ରାସ୍ତା ନିର୍ମାଣ ଯୋଜନାର ପୁଣି ସଂଶୋଧନ କରାଯିବ। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୪୩୦୦ରୁ ଅଧିକ ଗାଁକୁ ରାସ୍ତା ନାହିଁ।
ରାସ୍ତା ନଥିବା ଗାଁ ସଂଖ୍ୟା ଅଧିକ ହୋଇପାରେ। ଓଡିଶା ବିଧାନସଭାରେ ଏ ପ୍ରସଙ୍ଗ ଉଠିଛି। ଏନେଇ ସମୀକ୍ଷା କରାଯାଉଛି। ଜିଲ୍ଲା ସଂଯୋଗୀକରଣ ପ୍ଲାନ ୨୦୦୩ କୁ ସଂଶୋଧନ କରି ୧୦୦ରୁ ଅଧିକ ଲୋକସଂଖ୍ୟା ଥିବା ଗାଁକୁ ରାସ୍ତା ନଥିଲେ, ନୂଆ ପ୍ଲାନରେ ସାମିଲ କରି ରାସ୍ତା ସଂଯୋଗ କରାଯିବ ବୋଲି ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ ପ୍ରଦୀପ ଜେନା କହିଛନ୍ତି।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ