ETV Bharat / city

ଆରମ୍ଭ ହେଲା ସଡକ ସୁରକ୍ଷା କାର୍ଯ୍ୟକ୍ରମ: ଏଥର ସପ୍ତାହେ ନୁହେଁ ମାସେ ଧରି ଚାଲିବ - ମାସେ ଧରି ଚାଲିବ ସଡକ ସୁରକ୍ଷା କାର୍ଯ୍ୟକ୍ରମ

ଆରମ୍ଭ ହେଲା ସଡକ ସୁରକ୍ଷା କାର୍ଯ୍ୟକ୍ରମ । ଲୋକଙ୍କୁ ସଚେତନ କରିବା ପାଇଁ ପୋଲିସ କମିଶନର ତରଫରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ପ୍ରତିବର୍ଷ 1 ସପ୍ତାହ ଧରି ସଡକ ସୁରକ୍ଷା କାର୍ଯ୍ୟକ୍ରମ ଚାଲୁଥିବାବେଳେ ଚଳିତବର୍ଷ ଏକ ମାସ ଧରି ଚାଲିବ । କେବଳ ଟ୍ରାଫିକ ଛକମାନଙ୍କରେ ନୁହେଁ, ଏଥର ବିଶେଷ କରି ସ୍କୁଲ ଛାତ୍ରଛାତ୍ରୀ ଓ ଯୁବ ବର୍ଗଙ୍କୁ ସଚେତନ କରାଯିବ ।

ଆରମ୍ଭ ହେଲା ସଡକ ସୁରକ୍ଷା କାର୍ଯ୍ୟକ୍ରମ:  ଏଥର ସପ୍ତାହେ ନୁହେଁ ମାସେ ଧରି ଚାଲିବ

author img

By

Published : Jan 18, 2021, 12:53 PM IST

Updated : Jan 18, 2021, 1:04 PM IST

ଭୁବନେଶ୍ବର: ଆରମ୍ଭ ହେଲା ସଡକ ସୁରକ୍ଷା କାର୍ଯ୍ୟକ୍ରମ । କମିଶନରେଟ ପୋଲିସ ତରଫରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏକ ବାଇକ ରାଲି କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ପ୍ରତିବର୍ଷ 1 ସପ୍ତାହ ଧରି ସଡକ ସୁରକ୍ଷା କାର୍ଯ୍ୟକ୍ରମ ଚାଲୁଥିବାବେଳେ ଚଳିତବର୍ଷ ଏକ ମାସ ଧରି ଚାଲିବ । କେବଳ ଟ୍ରାଫିକ ଛକମାନଙ୍କରେ ନୁହେଁ ଏଥର ବିଶେଷ କରି ସ୍କୁଲ ଛାତ୍ରଛାତ୍ରୀ ଓ ଯୁବ ବର୍ଗଙ୍କୁ ସଚେତନ କରାଯିବ ବୋଲି କହିଛନ୍ତି ଟ୍ରାଫିକ ଡିସିପି ସୌମ୍ୟା ମିଶ୍ର ।

ଆରମ୍ଭ ହେଲା ସଡକ ସୁରକ୍ଷା କାର୍ଯ୍ୟକ୍ରମ: ଏଥର ସପ୍ତାହେ ନୁହେଁ ମାସେ ଧରି ଚାଲିବ

ଚଳିତବର୍ଷ ଏକ ମାସ ଧରି ଏହା ଚାଲିବାକୁ ଥିବାବେଳେ ବିଭିନ୍ନ ଥିମ୍‌ ନେଇ କାର୍ଯ୍ୟକ୍ରମମାନ କରାଯିବ ବୋଲି କହିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।

ତେବେ ଏହି ବାଇକ ରାଲି ସ୍କୁଲ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଯୁବ ବର୍ଗଙ୍କୁ ସଚେତନ କରିବ । ତେବେ ସଡ଼କ ଦୁର୍ଘଟଣାରେ 2020ରେ ଓଡିଶାରେ ୫୩୩୩ ଦୁର୍ଘଟଣା ଘଟିଛି । ସେଥିମଧ୍ୟରୁ ୨୦୦୦ ଲୋକ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଭୁବନେଶ୍ବରରେ ୫୧୬ଟି ଦୁର୍ଘଟଣା ଘଟିଛି । ସେଥିରୁ ୧୬୦ ଜଣଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରୁ ୪୦୭ ଜଣ ଆହତ ହୋଇଛନ୍ତି । ଯେତିକି ମୃତ୍ୟୁ ହେଉଛି, ସେଥିରୁ ୬୦ ପ୍ରତିଶତ ମୋଟର ସାଇକେଲ ଆରୋହୀ ଵୋଲି କହିଛନ୍ତି ପୋଲିସ କମିଶନର । ସେପଟେ ଚଳିତବର୍ଷ ଦୁର୍ଘଟଣା ରୋକିବା ଏକ ବଡ ଚ୍ୟାଲେଞ୍ଜ ହେବ ବୋଲି କହିଛନ୍ତି ସିପି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Jan 18, 2021, 1:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.