ଭୁବନେଶ୍ବର: ରାଜ୍ୟର ସମସ୍ତ ଶ୍ରମିକଙ୍କ ପାଇଁ ଖୁସି ଖବର। ରାଜ୍ୟ ସର୍ବନିମ୍ନ ମଜୁରୀ ଉପଦେଷ୍ଟା ବୋର୍ଡ ସୁପାରିଶ କ୍ରମେ ଓଡିଶା ସରକାର ସମସ୍ତ କୁଶଳୀ, ଅର୍ଦ୍ଧ କୁଶଳୀ ଓ ଅଣକୁଶଳୀ ଶ୍ରମିକଙ୍କ ପାଇଁ ମହଙ୍ଗା ଭତ୍ତା ସଂଶୋଧନ କରିଛନ୍ତି।
ଅକ୍ଟୋବର ପହିଲାରୁ ସେମାନେ ଦୈନିକ 4 ଟଙ୍କା 65 ପଇସା ମହଙ୍ଗା ଭତ୍ତା ବାବଦକୁ ପାଇବେ। ରାଜ୍ୟ ସରକାର ଏନେଇ ନୀତିଗତ ନିଷ୍ପତ୍ତି ନେଇଛନ୍ତି।
ଏପଟେ ଅକ୍ଟୋବର ପହିଲାରୁ ପିଛିଲା ଭାବେ ଭିଡିଏ ନେଇ ଶ୍ରମ କମିଶନରଙ୍କ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁଥିରେ ଅଣକୁଶଳୀଙ୍କ ଦୈନିକ ମଜୁରୀ ୪ଟଙ୍କା ୬୫ ବଢ଼ି ୩୦୮ ଟଙ୍କା ହୋଇଛି । ସେହିପରି ଅର୍ଦ୍ଧକୁଶଳୀଙ୍କ ୩୪୮ ଟଙ୍କା, କୁଶଳୀଙ୍କ ୩୯୮ ଟଙ୍କା ଓ ଉଚ୍ଚ କୁଶଳୀଙ୍କ ମଜୁରୀ ୪୫୮ ଟଙ୍କା ହୋଇଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ