ଭୁବନେଶ୍ବର: ଚଳିତ ବର୍ଷ ରାଜ୍ୟସ୍ତରରେ ୭୨ତମ ଗଣତନ୍ତ୍ର ଦିବସକୁ କୋଭିଡ ନିର୍ଦ୍ଦେଶାବଳୀ ଅନୁପାଳନ କରି ପାଳନ କରାଯିବ । ଆସନ୍ତା 26 ତାରିଖ ସକାଳ ୮.୩୦ ମିନିଟ୍ ସମୟରେ ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବେ । ଏହାସହିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିବେ।
କୋରୋନା ମହାମାରୀକୁ ଦୃଷ୍ଟିରେ ରଖି କାର୍ଯ୍ୟକ୍ରମରେ କମ୍ ସଂଖ୍ୟକ ଅତିଥି ଉପସ୍ଥିତ ରହିବେ । ଏହାସହିତ କାର୍ଯ୍ୟକ୍ରମରେ କିଛି କୋଭିଡ଼ ଯୋଦ୍ଧାଙ୍କୁ ସାମିଲ କରାଯିବା ନେଇ ଯୋଜନା କରାଯାଇଛି । ଏହି କାର୍ଯ୍ୟକ୍ରମକୁ ରାଜ୍ୟବାସୀ ସିଧାପ୍ରସାରଣ ମାଧ୍ୟମରେ ଘରେ ରହି ଦେଖିପାରିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ