ETV Bharat / city

ରାଜଧାନୀରେ କମୁଛି ସଂକ୍ରମଣ, ବଢ଼ୁଛି ସୁସ୍ଥତା ହାର

author img

By

Published : Nov 10, 2020, 5:43 PM IST

ଭୁବନେଶ୍ବରରେ କୋରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ସୁସ୍ଥତା ସଂଖ୍ୟାରେ ବୃଦ୍ଧି ହେଉଛି । ମଙ୍ଗଳବାର 63 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି 93 ସଂକ୍ରମିତ । ଅଧିକ ପଢ଼ନ୍ତୁ...

Recovery rate in Bhubaneswar, increasing corona recovery rate, corona positive cases in bbsr, corona report in bbsr, କମୁଛି ସଂକ୍ରମଣ ବଢ଼ୁଛି ସୁସ୍ଥତା ହାର, କୋରୋନା ସଂକ୍ରମଣରେ ହ୍ରାସ, ଭୁବନେଶ୍ବର କୋରୋନା ରିପୋର୍ଟ
ରାଜଧାନୀରେ କମୁଛି ସଂକ୍ରମଣ ବଢ଼ୁଛି ସୁସ୍ଥତା ହାର

ଭୁବନେଶ୍ବର: ରାଜଧାନୀରେ ମଙ୍ଗଳବାର 63 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି 93 । ଭୁବନେଶ୍ବରରେ ମୋଟ ସଂକ୍ରମଣ ସଂଖ୍ୟା 29 ହଜାର 837କୁ ବୃଦ୍ଧି ପାଇଛି। 779ଟି ରହିଛି ମୋଟ ସକ୍ରିୟ ମାମଲା ।

ମଙ୍ଗଳବାର ଭୁବନେଶ୍ବରରେ ସଙ୍ଗରୋଧ କେନ୍ଦ୍ରରୁ 15 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବେଳେ ସ୍ଥାନୀୟ ଅଞ୍ଚଳରୁ 48 ଜଣ ଚିହ୍ନଟ ହୋଇଛନ୍ତି । ତେବେ ସଙ୍ଗରୋଧ କେନ୍ଦ୍ର ଅପେକ୍ଷା ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଉଛି । ଏପଟେ ମୋଟ ମୃତକଙ୍କ ସଂଖ୍ୟା 184 ଛୁଇଁଛି । ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା 15 ଜଣଙ୍କ ମଧ୍ୟରେ 2 ଜଣ ବିଜେବି ନଗର, 2 ଜଣ ଚନ୍ଦ୍ରଶେଖରପୁର, 3 ଜଣ ସହିଦ ନଗର, 3 ଜଣ ଟଙ୍କପାଣି ରୋଡ଼ରୁ ରହିଛନ୍ତି ।

ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା 48 ଆକ୍ରାନ୍ତଙ୍କ ମଧ୍ୟରୁ 3 ଜଣ ଆଚାର୍ଯ୍ୟ ବିହାର, 2 ଜଣ ଚନ୍ଦ୍ରଶେଖରପୁର, 2 ଜଣ ଚକେଇସିଆଣି, 2 ଜଣ ଜାଗମରା, 3 ଜଣ କଳିଙ୍ଗ ନଗର, 3 ଜଣ ଖଣ୍ଡଗିରି, 3 ଜଣ ପୋଖରିପୁଟ, 4 ଜଣ ଶାସ୍ତ୍ରୀ ନଗର, ଓ 3 ଜଣ ରସୁଲଗଡ ଆଦି ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.