ETV Bharat / city

Farm Laws Repeal: ଚାଷୀଙ୍କ ଚାପରେ ସରକାର ମୁଣ୍ଡ ନୁଆଁଇଲେ କହିଲା ରାଜ୍ୟ କଂଗ୍ରେସ - ରାଜ୍ୟ କଂଗ୍ରେସ

କେନ୍ଦ୍ର ସରକାର ଆଜି(ଶୁକ୍ରବାର) ୩ କୃଷି ଆଇନକୁ ପ୍ରତ୍ୟାହାର କରିଛନ୍ତି । ଏହା ଉପରେ ପ୍ରତିକ୍ରିୟା ରଖିଛି କଂଗ୍ରେସ । ଅଧିକ ପଢନ୍ତୁ

Farm Laws Repeal: କୃଷକଙ୍କ ଚାପରେ ସରକାର ମୁଣ୍ଡ ନୁଆଁଇଲେ କହିଲା କଂଗ୍ରେସ

author img

By

Published : Nov 19, 2021, 12:57 PM IST

Updated : Nov 19, 2021, 1:11 PM IST

ଭୁବନେଶ୍ବର: ଚାଷୀଙ୍କ ଦୀର୍ଘ ଦିନର ଆନ୍ଦୋଳନ ପରେ ଶେଷରେ କେନ୍ଦ୍ର ସରକାର ୩ କୃଷି ଆଇନକୁ ପ୍ରତ୍ୟାହାର କରିଛନ୍ତି । ଏହାପରେ କଂଗ୍ରେସ ରଖିଛି ପ୍ରତିକ୍ରିୟା । କୃଷକଙ୍କ ଚାପରେ ସରକାର ମୁଣ୍ଡ ନୁଆଇଁଛନ୍ତି । ଏହାର ସମସ୍ତ ଶ୍ରେୟ ଆନ୍ଦୋଳନରତ ଚାଷୀଙ୍କ ସପକ୍ଷରେ ଯାଉଛି ବୋଲି କହିଛି କଂଗ୍ରେସ ।

Farm Laws Repeal: ଚାଷୀଙ୍କ ଚାପରେ ସରକାର ମୁଣ୍ଡ ନୁଆଁଇଲେ କହିଲା ରାଜ୍ୟ କଂଗ୍ରେସ

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଂଘର୍ଷ ଯୋଗୁଁ ଏହି ଆଇନ ପ୍ରତ୍ୟାହାର ହୋଇଛି । ଯେତେବେଳେ ଏହି ଆଇନ ଲାଗୁ ହୋଇଥିଲା ସାରା ଦେଶରେ ଟ୍ରାକ୍ଟର ରାଲି କରି ବିରୋଧ କରାଯାଇଥିଲା । ଓଡ଼ିଶାରେ ମଧ୍ୟ କରାଯାଇଥିଲା । କଂଗ୍ରେସ ଦଳ ଯେଉଁ ସବୁ ମୁଦ୍ଦା ଉଠେଇଛି ବିଜେପି ପରେ ତାହା ବୁଝି ପ୍ରତ୍ୟାହାର କରିଛି ।

ସମୟ ଆସିବ ଲୋକ କଂଗ୍ରେସ ସହ ଛିଡା ହେବେ ସତ୍ୟ ସାମ୍ନାକୁ ଆସିବ । ସେପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ପୁଞ୍ଜିପତିଙ୍କ ସ୍ବାର୍ଥ ରକ୍ଷା ପାଇଁ ଦେଶରେ ଯେଉଁ କଳା ଆଇନ ଲାଗୁ ହୋଇଥିଲା ତାହା ପ୍ରତ୍ୟାହାର ହୋଇଛି । ଆନ୍ଦୋଳନରେ ସାମିଲ ହୋଇଥିବା ସବୁ ଚାଷୀଙ୍କୁ ସେ ପ୍ରଣାମ ଜଣାଇଛନ୍ତି । ପ୍ରାଣ ହରାଇଥିବା ଚାଷୀଙ୍କୁ ମଧ୍ୟ ସେ ପ୍ରଣାମ ଜଣାଇଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Nov 19, 2021, 1:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.