ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢିଚାଲିଛି ମହାମାରୀ କୋରୋନା ସଂକ୍ରମଣ । ରାଜଧାନୀ ଭୁବନେଶ୍ବର ମଧ୍ୟ ଏଥିରୁ ବାଦ ପଡିନାହିଁ । ତେବେ ଟେଷ୍ଟିଂ କ୍ଷମତାକୁ ବଢାଇବା ପାଇଁ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଥିବା ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆରମ୍ଭ ହୋଇଛି ରାପିଡ଼ ଆଣ୍ଟିଜେନ ଟେଷ୍ଟ ।
ମଙ୍ଗଳବାର ଠାରୁ ଭୁବନେଶ୍ୱରରେ ୯ଟି ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଆରମ୍ଭ ହୋଇଛି କୋରୋନା ଆଣ୍ଟିଜେନ ଟେଷ୍ଟ । ସକାଳ ୮ଟାରୁ ଅପରାହ୍ନ ୨ଟା ଯାଏଁ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ରକ୍ତ ନମୁନା ସଂଗ୍ରହ କରାଯିବ।
ୟୁନିଟ ୮ , ନୀଳାଦ୍ରି ବିହାର, ୟୁନିଟ ୩, ପୋଖରିପୁଟ ୟୁପି ଏଚସି, ଶହୀଦ ନଗର, ପଟିଆ, ଡୁମୁଡୁମା, ୟୁନିଟ ୪ , ୟୁନିଟ ୮, ୟୁନିଟ ୯ ୟୁପିଏଚସି ଗୁଡିକରେ ନମୁନା ସଂଗ୍ରହ କରାଯିବ। ଭୁବନେଶ୍ୱରରେ କୋରୋନା ମହାମାରୀ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି । ବିଭିନ୍ନ ସ୍ଥାନରେ ଭ୍ୟାନ ମାଧ୍ୟମରେ ମଧ୍ୟ ସ୍ୱାବ ଟେଷ୍ଟ ଚାଲୁ ରହିଛି । ଏବେ ଭୁବନେଶ୍ୱରରେ ପ୍ରାୟ ୧୬୦୦ ଟେଷ୍ଟ କରାଯାଉଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ