ETV Bharat / city

ମୁଖ୍ୟମନ୍ତ୍ରୀଙ୍କୁ ସାଂସଦଙ୍କ ଚିଠି; ବୁଣାକାର ଏବଂ କାରିଗରଙ୍କୁ ସ୍ୱତନ୍ତ୍ର ସହାୟତା ଦାବି

author img

By

Published : Jun 22, 2021, 4:24 PM IST

ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକଙ୍କ ଚିଠି । କୋରୋନା ମହାମାରୀରେ ପ୍ରଭାବିତ ହୋଇଥିବା ବୁଣାକାର ଏବଂ କାରିଗରଙ୍କୁ ସ୍ୱତନ୍ତ୍ର ଜୀବିକା ସହାୟତା ଦେବାକୁ ଅନୁରୋଧ କରିଛନ୍ତି ସାଂସଦ । ଅଧିକ ପଢନ୍ତୁ...

Rajya sabha MP Amar Pattnaik letter to CM Naveen pattnaik
ମୁଖ୍ୟମନ୍ତ୍ରୀଙ୍କୁ ସାଂସଦଙ୍କୁ ଚିଠି; ବୁଣାକାର ଏବଂ କାରିଗରଙ୍କୁ ସ୍ୱତନ୍ତ୍ର ଜୀବିକା ସହାୟତା ଦେବାକୁ ଅନୁରୋଧ

ଭୁବନେଶ୍ବର: କୋରୋନା ଯୋଗୁଁ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମଜୀବୀଙ୍କ ଚିନ୍ତା ବଢିଯାଇଛି । ବିଶେଷ କରି ବୁଣାକାର ଓ କାରିଗରଙ୍କ ଅବସ୍ଥା ବେହାଲ । କୋଭିଡ଼ ଯୋଗୁଁ ଜାରି ହୋଇଥିବା କଟକଣା ଯୋଗୁଁ ଏମାନଙ୍କ ଅବସ୍ଥା ଶୋଚନୀୟ ହେବାରେ ଲାଗିଛି । ଜୀବିକା ହରେଇଥିବା ବୁଣାକାର ଓ କାରିଗରଙ୍କ ଲାଗି ସ୍ବତନ୍ତ୍ର ସହାୟତା ଦାବି କରିଛନ୍ତି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ । ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ।

Rajya sabha MP Amar Pattnaik letter to CM Naveen pattnaik
ମୁଖ୍ୟମନ୍ତ୍ରୀଙ୍କୁ ସାଂସଦଙ୍କ ଚିଠି; ବୁଣାକାର ଏବଂ କାରିଗରଙ୍କୁ ସ୍ୱତନ୍ତ୍ର ସହାୟତା ଦାବି

ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଚିଠିରେ ଲେଖିଛନ୍ତି ଯେ, କୋରୋନା ଯୋଗୁଁ ବୃତ୍ତି ହରେଇବା ସହ ଘରେ ହାତ ବାନ୍ଧି ବସିଛନ୍ତି ବୁଣାକାର ଓ କାରିଗର । ସାମଗ୍ରୀ ମିଳୁନଥିବାରୁ ବୁଣାକାର ଓ କାରିଗର ଏବେ ନିରାଶ ହୋଇଛନ୍ତି । କୃଷି ପରେ ସର୍ବାଧିକ ଲୋକ ଏହି ବେଉସା ଉପରେ ନିର୍ଭରଶୀଳ । ହେଲେ ମାର୍ଚ୍ଚ 2020 ଠାରୁ ଏହି ବୃତ୍ତିରେ ଏକ ପ୍ରକାର ତାଲା ଝୁଲିଛି । ରାଜ୍ୟର ଆର୍ଥିକ ଓ ସାମାଜିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଇଁ ଗତ 17 ତାରିଖରେ ପ୍ରାୟ ୧୬୯୦ କୋଟି ଟଙ୍କାର କୋଭିଡ ସହାୟତା ଘୋଷଣା ହୋଇଛି । ଏହା ଦ୍ବାରା ଭୂମିହୀନ ଚାଷୀ, ନିର୍ମାଣ ଶ୍ରମିକ, ସହରାଞ୍ଚଳର ଗରିବ ଲୋକ, ଆଦିମ ଜନଜାତି, ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ, ଏନ୍‌.ଆର.ଇ.ଜି.ଏ ଶ୍ରମିକ, ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ସମସ୍ତେ ଉପକୃତ ହେବେ । ହେଲେ ଏହି ସହାୟତାରେ ପ୍ୟାକେଜରୁ ବୁଣାକାର ଓ କାରିଗର ବାଦ ପଡିଛନ୍ତି ।

କୋଭିଡ ମହାମାରୀ ଦ୍ବାରା ସମାଜର ସବୁ ବର୍ଗର ଲୋକଙ୍କର ଆର୍ଥିକ ଅବସ୍ଥା ପ୍ରଭାବିତ ହୋଇଛି । କିନ୍ତୁ ସାମାଜିକ ତଥା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ଲୋକମାନେ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଏହି ବୁଣାକାର ଓ କାରିଗର ରହିଛନ୍ତି । ତେଣୁ କାଳିଆ ଯୋଜନା ପରି ବୁଣାକାର ଓ କାରିଗରମାନଙ୍କ ଲାଗି ମାସିକିଆ ସହାୟତା ଘୋଷଣା କରିବା ଲାଗି ଅମର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ବିପର୍ଯ୍ୟୟରୁ ମୁକୁଳିବା ଯାଏଁ ଏହି ସହାୟତା ବ୍ୟବସ୍ଥା ଲାଗୁ କରିବା ଲାଗି ଅମର ଅନୁରୋଧ କରିଛନ୍ତି ।

ଭୁବନେଶ୍ବରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.